କାମାକ୍ଷାନଗର : କାମାକ୍ଷାନଗର ବ୍ଳକ ସୁନିଆମାରୁ ପଞ୍ଚାୟତ ସରକରୀ ହାଇସ୍କୁଲ ରେ ବନମହୋତ୍ସବ ପାଳିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ଶିବାନନ୍ଦ ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ବନମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଉପଲକ୍ଷେ ଶିକ୍ଷୟିତ୍ରୀ ଜାହ୍ନବୀ ମଲିକ ଙ୍କ ସଭାପତିତ୍ବ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବନପାଳ କବିତା ବିଶ୍ୱାଳ ମୁଖ୍ୟଅତିଥି,ବନପାଳ ଶଶିରେଖା ଦିଆଣି ଓ ବନରକ୍ଷୀ ମୁକେଶ ରାଉତ, ପଞ୍ଚସଖା ଶିକ୍ଷା ସେତୁ ସଭାପତି ବିକ୍ରମ ସାମଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବନମହୋତ୍ସବ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।
ସଭା ଶେଷରେ ଅତିଥି ମାନଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ପରିସରରେ ପଚାଶ ରୁ ଅଧିକ ବୃକ୍ଷ ରୋପଣ କରିଥିଲେ। । ଶିକ୍ଷୟିତ୍ରୀ ନିରୂପମା ମଲିକ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଶିକ୍ଷକ ପର୍ଶୁରାମ ରାୟ, ଶିକ୍ଷୟିତ୍ରୀ ରଶ୍ମିତା ପଟେଲ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।