ସହରରେ ମାତିଛନ୍ତି ଲୁଟେରା ଛଡ଼ାଇନେଲେ ପର୍ସ,ମୋବାଇଲ୍

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ : ଢେଙ୍କାନାଳ ସହରରେ ଚୋର,ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି । ପ୍ରତିଦିନ ଚୋରି,ଛିନ୍ତାଇ ଘଟଣା ଘଟୁଛି । ଗୁରୁବାର ରାତି ପ୍ରାୟ ୧୦ଟା ଘରକୁ ଫେରୁଥିବା ଭାଗିରଥିବିହାର ଅଞ୍ଚଳର ଏକ ମଣ୍ଡପ ନିକଟରେ ସ୍କୁଟରରେ ଯାଉଥିବା ଜଣେ ଯୁବତୀଙ୍କୁ ଆକ୍ରମଣ କରି ପର୍ସ,ମୋବାଇଲ ଛଡା଼ଇ ନେଇଛନ୍ତି ଦୁର୍ବୃତ୍ତ । ଅଭିଯୋଗ ଅନୁଯାୟୀ,ଭାଗିରଥି ବିହାର ଅଞ୍ଚଳର ଜଣେ ଯୁବତୀ ବଜାରକୁ କିଣାକିଣି ପାଇଁ ଯାଇଥିଲେ ।

ରାତି ପ୍ରାୟ ୧୦ଟା ବେଳେ ଘରକୁ ଫେରୁଥିବା ବେଳେ ଘରଠାରୁ କିଛି ବାଟ ପୂର୍ବରୁ ହଠାତ୍ ତାଙ୍କୁ ପିଛାକରି ଆସୁଥିବା ଦୁଇ ବାଇକ୍ ଆରୋହୀ ଆକ୍ରମଣ କରିଥିଲେ। ଯୁବତୀ ସ୍କୁଟର୍ ସହ ପଡ଼ି ଯାଇଥିଲେ। ଯୁବକ ଦ୍ଵୟତାଙ୍କଠାରୁ ପର୍ସ ଛଡା଼ଇ ନେଇ ଛୁ’ମାରିଥିଲେ। ପର୍ସରେ ଟଙ୍କା, ମୋବାଇଲ ସମେତ ଡ୍ରାଇଭିଂ ଲାଇସେନ୍ସ ଆଦି ଦରକାରୀ କାଗଜପତ୍ର ରହିଥିଲା ।

ସମ୍ପର୍କୀୟ ପହଞ୍ଚି ତାଙ୍କୁ ଉଦ୍ଧାରକରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତାଙ୍କ ହାତ ଓ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ନିଶା ସେବନ ପାଇଁ ଅସାମାଜିକ ଯୁବକ ସ‌ହରରେ ନିୟମିତ ଭାବେ ଏଭଳି ଚୋରି, ଛଡାଇ କରୁଛନ୍ତି । ପୁଲିସ୍ ହାତବାନ୍ଧି ବସିଥିବା ବେଳେ ସହରବାସୀ ଅସୁରକ୍ଷିତ ମଣିଲେଣି ।


ସେୟାର କରନ୍ତୁ