ଢେଙ୍କାନାଳ : ଆରମ୍ଭ ହୋଇଯାଇଛି ମୌସୁମୀ ବର୍ଷା । ଗୁରୁବାର ଜୋର୍ ଅସରାଏ ବର୍ଷାରେ ସହର ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଲହଡ଼ି ଭାଙ୍ଗିଛି । ଢେଙ୍କାନାଳ ସହରର ପ୍ରବେଶ ପଥ ଗୁଡ଼ିକରେ ଜଳ ନିଷ୍କାସନ ବ୍ୟବସ୍ଥାର ବିଜଳ ଚିତ୍ର ସମ୍ନାକୁ ଆସିଛି । ମହିଷାପଟ ଛକ ନିକଟରେ ଆଣ୍ଠୁଏ ଉଚ୍ଚର ପାଣି ରହିଥିବା ବେଳେ କୋରିଆଁ ଓଭର ବ୍ରିଜ ତଳେ ପାଣି ଜମି ପୋଖରୀର ଭ୍ରମ ସୃଷ୍ଟି କରୁଛି । କଲେଜ ବାଇପାସ୍ ଛକ ପ୍ରବେଶ ପଥରେ ସବୁ ସମୟରେ ପାଣି ଜମିରହୁଥିବା ବେଳେ ବର୍ଷରେ ସ୍ଥିତି ଆହୁରି ସଂଘାତିକ ହେଇଛି । ବିଭିନ୍ନ ସାହିରେ ଡ୍ରେନ ଉଛୁଳି ରାସ୍ତାରେ ନର୍ଦ୍ଦମା ପାଣି ଜମି ରହିଥିବାରୁ ସହରବସୀ ସମସ୍ୟା ଭୋଗୁଛନ୍ତି ବର୍ଷା ଆରମ୍ଭରୁ ଏଭଳି ସ୍ଥିତି ଦେଖାଦେଇଥିବା ବେଳେ ଶ୍ରାବଣ ଝଡ଼ି ବର୍ଷାରେ ଏହା ବଡ଼ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ପ୍ରକାଶ ପାଇଛି । ବୁଧବାର ରାତିରୁ ବର୍ଷା ଆରମ୍ଭ ହୋଇଯାଇଥିଲା। ସକାଳେ ଝିପ୍ ଝିପ୍ ବର୍ଷା ହୋଇ ଛାଡ଼ି ଯାଇଥିଲା । ମଧ୍ୟମ ଗୋଟାଏ ବେଳକୁ କଳାହାଣ୍ଡିଆ କରି ବର୍ଷା ଛେଚିଥିଲା । ପ୍ରାୟ ବ୍ଲକ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ଓ ବଜ୍ରପାତରେ ଲୋକେ ଘରୁ ବାହାରି ପାରିନଥିଲେ। ଯାତାଯାତ ଏକପ୍ରକାର ଠପ୍ ହୋଇଯାଇଥିଲା ।
ଘରୋଇ ସ୍କୁଲ ଛୁଟି ସମୟ ହୋଇଥିବାରୁ ଛାତ୍ରଛାତ୍ରୀ ଅଟକି ରହିଥିଲେ। ଅପରାହ୍ଣ ପ୍ରାୟ ୩ଟା ବେଳକୁ ମହିଷାପାଟରେ ଲହଡ଼ି ଭାଙ୍ଗିଲା ପାଣି କୋରିଆଁ ଓଭରବ୍ରିଜ୍ ତଳେ ଯାତାୟାତ ଠପ୍ ସାହି ଗଳିରେ ଉଛୁଳିଲା ଡ୍ରେନ୍ । ବର୍ଷା ଛାଡ଼ିବା ପରେ ସହରର ବିଭିନ୍ନ ସ୍ଥାନରେ ଜଳତାଣ୍ଡବ ସ୍ଥିତି ସୃଷ୍ଟି ହୋଇସାରିଥିଲା । ଜଳ ନିଷ୍କାସନ ହୋଇନପାରି ବିଭିନ୍ନ ରାସ୍ତାରେ ପାଣି ଜମି ରହିଥିଲା । ମହିଷାପାଟ ବାଇପାସ୍ରେ ଢେଙ୍କାନାଳ ସହରକୁ ପ୍ରବେଶ ପାଇଁ ରହିଥିବା ଗତ ତୋରଣ ନିକଟରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଜମି ରହିଥିଲା । ସ୍କୁଲ,କଲେଜ ଛୁଟି ହେବା ସହ ଲୋକେ ଖାଇବା ସମୟରେ ଘରକୁ ଫେରୁଥିବାରୁ ପାଣି ଭିତରେ ଗାଡ଼ି ନେବାକୁ ଅନେକ ଲକ୍ଷ କରିଥିଲେ ।
ଖବରପାଇ ପୌର କର୍ମଚାରୀ ପହଞ୍ଚି ଜଳ ନିଷ୍କାସନ ବ୍ୟବସ୍ଥା କରିଥିଲେ । ସେହିଭଳି ଜୋରିଆଁ ଓଭର ବ୍ରିଜ ତଳେ ବର୍ଷା ପାଣି ଜମି ରହି ପୋଖରୀର ଭ୍ରମ ସୃଷ୍ଟି କରୁଛି । ଜଳ ନିଷ୍କାସନ ବ୍ୟବସ୍ଥା ନଥିବା ବେଳେ ବର୍ଷା ହେଲେ ସେଠାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି । ବାରମ୍ବାର ଅଭିଯୋଗ ପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। କଲେକ ବାଇପାସରେ ବି ସମାନ ସ୍ଥିତି ଦେଖାଯାଇଥିଲା ।
ଏଥିସହ କୁମାରସାହି,କଇଁଥପୋଲିଆ, ଗା ୟତ୍ରୀ ନଗର,ଟାଉନ୍ କୋରିଆଁ ଅଞ୍ଚଳ ସହ ବିଭିନ୍ନ ସାହିରେ ଡ୍ରେନ ଉଛୁଳି ପାଣି ମାଡ଼ିଥିଲା । ଲୋଳେ ନାହିଁ ନଥିବା ସମସ୍ୟା ଭୋଗିଥିଲେ। ବୁଧବାର ରାତିରେ ଚେଙ୍କାନାଳ ସମେତ ଓଡ଼ାପଡ଼ା,କଙ୍କଡ଼ାହାଡ଼,ଭୁବନ ଅଞ୍ଚଳରେ ଭଲ ବର୍ଷା ହେଇଛି। ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଗୁରୁବାର ସକାଳ ସୁଧା ଢେ଼ଙ୍କାନାଳରେ ୭.୨ ମିଲିମିଟର,ଓଡ଼ାପଡ଼ାରେ ୫ ମିଲିମିଟର,ଭୁବନରେ ସର୍ବାଧିକ ୪୩ ମିଲିମିଟର ଓ କଙ୍କଡ଼ାହାଡ଼ରେ ୯.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଗୁରୁବାର ଅଧିକ ବର୍ଷା ସହ ଜିଲ୍ଲାର ସବୁ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଆଜି ମଧ୍ୟ ପ୍ରବଳ ବର୍ଷା ହେବା ସହ ଆଗକୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।