ବଣିଆପଡା ଛକରେ କୃତିମ ବନ୍ୟା ପାଣି ଘେରରେ ରାଜସ୍ବ କାର୍ଯ୍ୟାଳୟ

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଦୁଇ ଦିନ ଧରୀ ଲଗାଣ ବର୍ଷା ଫଳରେ ନାହିଁ ନଥିବା ଅସୁବିଧା ଦେଖିବାକୁ ମିଳିଛି l ଗଁଦିଆ ବ୍ଲକର ଅଧିକାଂଶ ସ୍ଥାନ ମାନଙ୍କରେ ବର୍ଷା ପାଣି ଜମି ରହି ରହି ରହିଛି ଯାହା ଫଳରେ ଏଠାକାର ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇଛି l ବିଶେଷ କରି ଏହି ବର୍ଷା ଜଳ ବଣିଆପଡା ଛକ ଠାରେ ଏକ କୃତିମ ବନ୍ୟା ସୃଷ୍ଟି କରିଛି l ଲଗାଣ ବର୍ଷା ଫଳରେ ଉପରେ ମୁଣ୍ଡରୁ ବଦଳ ପାଣି ମାଡିଆସିବା ଯୋଗୁ ଉକ୍ତ ଛକରେ ଜମି ରହିବା ସହିତ ଚଳ ପ୍ରଚଳରେ ବାଧା ସୃଷ୍ଟି ହୋଇଛି l

ଉକ୍ତ ଛକ ଠାରେ ଡ୍ରେନେଜର ବିଶେଷ ସୁବିଧା ନଥିବାରୁ ବର୍ଷା ପାଣି ନିଷ୍କାସନରେ ବିଳମ୍ବ ଘଟୁଥିବା ହେତୁ ସେଥିପାଇଁ ଏଠାରେ ପାଣି ଜମି ଏକ କୃତିମ ବନ୍ୟାର ଭ୍ରମ ସୃଷ୍ଟି କରିଅଛି l ସେହିପରି ଉକ୍ତ ଛକର ଡାହାଣ ପଟର ତଳୁଆ ଅଂଚଳ ମଧ୍ୟରେ ନିକଟରେ ଥିବା ଗଁଦିଆ ରାଜସ୍ବ ନିରୀକ୍ଷକ ଙ୍କର କାର୍ଯ୍ୟାଳୟଟି ସମ୍ପୂର୍ଣ ଭାବରେ ପାଣି ଘେର ମଧ୍ୟରେ ରହିଯାଇଛି l ଉକ୍ତ ଛକରେ ଜଳ ନିଷ୍କାସନ ପାଈଁ ନିର୍ମାଣ ହୋଇଥିବା ପୋଲିଆଟି ଅଣଓସାରିଆ ଥିବା ସହିତ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ଥିବାରୁ ବର୍ଷା ଜଳ ନିଷ୍କାସନରେ ଆନ୍ତରାୟ ସୃଷ୍ଟି ହେଉଛି l

ଉକ୍ତ ଛକରେ ପାଣି ଜମି ରହିବା ଯୋଗୁ ସକାଳ ସମୟରେ ଚଳ ପ୍ରଚଳରେ ବାଧା ସୃଷ୍ଟି ହୋଇଥିଲା l ତେଣୁ ଉକ୍ତ ଛକରେ ଜଳ ନିଷ୍କାସନ ନିମନ୍ତେ ଏକ ସ୍ଥାୟୀ ଓସାରିଆ ପୋଲ ନିର୍ମାଣ ପାଈଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି କିନ୍ତୁ ତାହା କେବେ ଫଳବତୀ ହେବ ତାହା ସମୟ କହିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଅଛି l


ସେୟାର କରନ୍ତୁ