ଭାଇରାଲ ଜ୍ଵର ସାଜିଛି ମୁଣ୍ଡବିନ୍ଧାର କାରଣ

ରାଜ୍ୟ
ସେୟାର କରନ୍ତୁ

ଢେ଼ଙ୍କାନାଳ : ଋତୁର ପରିବର୍ତ୍ତନ ହେଉଥିବା ବେଳେ ଏବେ ଲୋକଙ୍କ ସ୍ବାସ୍ଥ୍ୟ ମଧ୍ୟ ପରିବର୍ତ୍ତନ କରିପକାଉଛି । ପିଲା ଠାରୁ ବୁଢ଼ାଯାଏଁ ଯାହାକୁ ଦେଖିବ ଥଣ୍ଡା, କାଶ, ଜ୍ଵର । ଏହି ଋତୁର ପରିବର୍ତ୍ତନରେ ଖାପ ଖାଉନି ସ୍ଵାସ୍ଥ୍ୟବସ୍ଥା । ଜ୍ଵର ଲୋକଙ୍କୁ ଅଣାୟତ କରି ପକାଉଛି । ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି, କିଏ ମେଡ଼ିସିନ୍ ଆଣି ଘରେ ଚିକିତ୍ସିତ ହେଉଛି ତ ଆଉ କିଏ ମେଡ଼ିକାଲ ବେଡରେ । ଯାହାର ପ୍ରତିକ୍ରିୟା ନେବାକୁ ଚାହିଁଲେ ସେଇ ଗୋଟିଏ କଥା ଭାଇରାଲ୍ ଜ୍ଵର ।

ବର୍ଷାରେ ଭିଜିବା, ଦୂଷିତ ପାନୀୟ ଜଳ, ପ୍ରଦ୍ୟୁଷିତ ବାୟୁ ବାୟୁମଣ୍ଡଳ, ଋତୁ ପରିବର୍ତ୍ତନର ବ୍ୟାହାତ ଘରପାଖ ଡ୍ରେନ, ଆବର୍ଜନ, ଦୂଷିତ ପରିବଶେ ଇତ୍ୟାଦି ଏପରି ସମସ୍ୟାରେ ଲୋକ ରହିଲେ ରୋଗ ବ୍ୟାପିବା ନିଶ୍ଚିତା । ଢେ଼ଙ୍କାନାଳ ଜିଲ୍ଲା ଏକ ଶିଳ୍ପ ବହୁଳ ଜିଲ୍ଲା ହୋଇଥିବା ବେଳେ କ୍ରସର ଓ କଳା ମୁଗୁନି ପଥର ଗୁଣ୍ଡ, ଖଣି, ଖାଦାନ ସାଙ୍ଗକୁ କାଜୁ କମ୍ପାନୀ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ କଳକାରଖାନାମାନ ଗଢ଼ି ଉଠିଛି ।

ସେହିପରି ଜିଲ୍ଲାର ଓଡ଼ାପଡ଼ା ବ୍ଲକ ଅଞ୍ଚଳବାସୀଙ୍କ କହିବା କଥା ଲୋକଙ୍କ ମୌଳିକ ସୁବିଧାକୁ ପ୍ରଥମେ ପ୍ରଧାନ୍ୟ ଦେବା କଥା, କିନ୍ତୁ ଏଗୁଡ଼ିକୁ ପ୍ରଧାନ୍ୟତା ନଦିଆ ଯାଇ ଲୋକଙ୍କ ଜମିବାଡି, ଘରଦ୍ୱାରା ସବୁ ଖଣିଖଦାନ, କଳକାରଖାନା ଧୁଆଁଧୂଳି ପାଉଁଶରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଆକ୍ତା ମାକ୍ତା । ଏପରି କାରଣରୁ ଲୋକେ ରୋଗଗ୍ରସ୍ତ ହେବାରେ ଲାଗିଛନ୍ତି ବୋଲି ଶୁଣିବାକୁ ମିଳେ ।


ସେୟାର କରନ୍ତୁ