ଗୁଡିଆକାଟେଣୀ ଛକ ନିକଟରେ ରାସ୍ତା ରୋକ

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ : ଢେ଼ଙ୍କାନାଳ ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥ ଗୁଡିଆକାଟେଣୀ ଛକ ଠାରେ ଆଜି ସ୍ଥାନୀୟ ଲୋକମାନଙ୍କୁ ଦ୍ଵାରା ରାସ୍ତା ରୋକ କରାଯାଇଥିଲା। ଯାହା ଦ୍ଵାରା ଗାଡି ମଟର ଚଳାଚଳ ବାଧାପ୍ରାପ୍ତ ହେଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିଥିଲା । ରାସ୍ତା ରୋକ କରିବା ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେଉଁ ରାସ୍ତା କାର୍ଯ୍ୟ ଚାଲିଛି ସମ୍ପୂର୍ଣ ଆଜି ପର୍ଯ୍ୟନ୍ତ ହୋଇ ପାରୁନାହିଁ ।

ତେଣୁ ସେହି ରାସ୍ତାର ପାଣି ଗୁଡ଼ିକ ସେହି ଗୁଡିଆକାଟେଣୀ କିଛି ସାହି ମଧ୍ୟକୁ ପ୍ରବେଶ କରୁଛି । ଏହା ଦ୍ଵାରା ଲୋକମାନେ ଘର ମଧ୍ୟରୁ ବାହାରି ପାରୁ ନାହାଁନ୍ତି । ସାହି ମଧ୍ୟରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମା ହୋଇ ରହିଛି । ସେହି ପାଣି ଯୋଗୁଁ ଲୋକମାନେ ହିନସ୍ଥା ଘଟୁଛନ୍ତି । ସେଥି ପାଇଁ ରାସ୍ତା ରୋକ କରିଛନ୍ତି ଏବଂ ତୁରନ୍ତ ରାସ୍ତା ୨ ସାଇଡିରେ ଡ୍ରେନ ନିର୍ମାଣ କରିବା ପାଇଁ ସେମାନେ ଦାବି କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଛି ଏବଂ ଏହା କିଛି ପ୍ରତିକାର କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି ।


ସେୟାର କରନ୍ତୁ