ନାବାଳକ ନିଖୋଜ

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସିର ଜଣେ ନାବାଳକ ଶୁକ୍ରବାର ଭୋର ସମୟରୁ ଘର ପାଖରୁ ନିଖୋଜ ହୋଇଥିବା ବେଳେ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଥିବାର ଜଣାଯାଇଛି l ଏନଏସି ର ୪ ନଂ ୱାର୍ଡ ର ପ୍ରକାଶ କୁମାର ବରାଳଙ୍କ ୧୨ ବର୍ଷ ର ପୁଅ ବିଷ୍ଣୁ ନିଜର ନିତ୍ୟକର୍ମ ସରିବା ପରେ ଘରୁ କୁଆଡେ ନିଖୋଜ ହୋଇଯାଇଛନ୍ତି l ପରିବାର ଲୋକେ ବହୁ ଖୋଜାଖୋଜି କରିବାପରେ ବିଷ୍ଣୁଙ୍କର କୌଣସି ଖବର ନପାଇବାରୁ ଥାନାରେ ଏକ ଏତେଲା ଦେଇଥିବାର ଜଣାଯାଇଛି l ଯଦି କେହି ଏହି ପିଲାକୁ ଦେଖିବେ ତେବେ ୮୪୮୦୨୧୦୩୨୨, ୭୬୫୫୦୩୫୫୧୫ ଏହି ମୋବାଇଲ ନମ୍ବର ରେ ଜଣାଇବାକୁ ଅନୁରୋଧ l


ସେୟାର କରନ୍ତୁ