ପରଜଙ୍ଗ ୧୨/୦୭ : ରବିବାର ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର ପରଜଙ୍ଗ ବ୍ଲକ କଂଗ୍ରେସ କର୍ମୀ ସମ୍ମିଳନୀ ରବିବାର ସତ୍ୟପାଲେସ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି କର୍ମୀ ସମ୍ମିଳନୀକୁ ବ୍ଲକ କଂଗ୍ରେସ କମିଟିର ସଭାପତି ରଞ୍ଜିତ୍ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ପ୍ରଥମ କରି ଶୁଭାରମ୍ଭ କରିଛନ୍ତି । ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ପିସିସି ରାଜ୍ୟ ଉପ ସଭାପତି ଡଃ ଲଲାଟେନ୍ଦୁ ମହାପାତ୍ର ଯୋଗଦାନ କରିଥିବାବେଳେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା କଂଗ୍ରେସ ସଭାପତି ଛବିରାଜ ବିଶ୍ୱାଳ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉପ ସଭାପତି ବିଭୁଦତ୍ତ ଭଟ୍ଟ, ଓବିସି ସେଲ୍ ର ଜିଲ୍ଲା ସଭାପତି ଜିତେନ୍ଦ୍ର କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଦୟାସାଗର ଦାସ, ପରଜଙ୍ଗ ବ୍ଲକର ପୂର୍ବତନ ସଭାପତି ବିଜୟ କୁମାର ରାଉତରାୟଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଏହି ସମ୍ମିଳନୀରେ ଯୋଗଦାନ କରିଥିଲେ ।

ପ୍ରଥମେ ମଞ୍ଚାସିନ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ବୃନ୍ଦ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ଧୂପ ଓ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯକ୍ରମକୁ ଶୁଭାରମ୍ଭ କରିଥିଲେ । ମଞ୍ଚ ପରିଚାଳନା ପୂର୍ବତନ ସଭାପତି ବିଜୟ କୁମାର ରାଉତରାୟ କରିଥିଲେ । ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ବିଜେଡି ର ୨୦ ବର୍ଷ ର ଦୁର୍ନୀତି ଗ୍ରସ୍ତ ଶାସନ, ବର୍ତ୍ତମାନ ର ଡବଲ ଇଞ୍ଜିନର ସରକାରର ଦୁର୍ନୀତି ପୂର୍ଣ୍ଣ ମିଥ୍ୟା ପ୍ରତିଶୃତି ସମ୍ବନ୍ଧରେ ସମ୍ୟକ ଭାବେ ସୂଚନା ଦେଇଥିଲେ । ଆଗାମୀ ଦିନରେ ଦଳକୁ ବିଜୟ କରିବାକୁ ହେଲେ ୱାର୍ଡ ସ୍ତରରୁ ଜିଲ୍ଲା ପରିଷଦ ଜୋନ୍ ପର୍ଯ୍ୟନ୍ତ ତୁରନ୍ତ ସଂଗଠନ କରି ଦୃଢ଼ କରିବାପାଇଁ ସୂଚନା ଦେଇଥିଲେ ।

କଂଗ୍ରେସର କାର୍ଯକ୍ରମକୁ ଜନମାନସକୁ ନେଇପାରିଲେ ଆମେ ମାନେ ତଥା ଆମର ଦଳ ଆଗାମୀ ନିର୍ବାଚନ ବିଜୟ ଲାଭ କରିପାରିବ ବୋଲି କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ । ବ୍ଲକର ନୂତନ କର୍ମ କର୍ତ୍ତାଙ୍କ ନାମ ରାଜ୍ୟ ଉପ ସଭାପତି ଘୋଷଣା କରିବା ସହ କର୍ମୀ ମନକୁ ଉତ୍ତରୀୟ ପ୍ରଦାନ କରିଥିଲେ ।ଶେଷରେ ପୂର୍ବତନ ସଭାପତି ବିଜୟ କୁମାର ରାଉତରାୟ ଧନ୍ୟବାଦ ଦେଇ ସଭାକୁ ସାଙ୍ଗ କରିଥିଲେ ।