କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି l ଉପଖଣ୍ଡ ସୂଚନା ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଜିଲାପାଳ ଦୀପକ କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତି ଯୋଗଦେଇ ସ୍ୱାଧୀନତା ଦିବସକୁ ସରସ ସୁନ୍ଦର କରିବା ସକାଶେ ଉପସ୍ଥିତ ସଦସ୍ୟ ମାନଙ୍କ ର ସହଯୋଗ କାମନା କରିଥିଲେ l ଏଥିରେ ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା, ଓକିଲ ସଙ୍ଘ ସଭାପତି ରଞ୍ଜନ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ l

ଏଥିରେ ମୁଖ୍ୟତଃ ଉପଖଣ୍ଡ ର ୪ ଗୋଟି ବ୍ଲକର ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶାତ୍ମକବୋଧ ପ୍ରତିଯୋଗିତା, ବିଭିର୍ନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ୟାରେଡ, ବିଚିତ୍ରା ସହିତ ମହା ତ୍ମାଗାନ୍ଧୀ ଓ ଗୋପବନ୍ଧୁଙ୍କୁ ମାଲ୍ୟର୍ପଣ, ଡାକ୍ତରଖାନା ଓ ଉପକାରାଗାରରେ ଫଳ ଓ ମିଷ୍ଟାର୍ଣ୍ଣ ବଣ୍ଟନ ସହିତ ପୂର୍ବଦିନ ମଶାଲ ଶୋଭାଯାତ୍ରା, ଫୁଟବଲ ମ୍ୟାଚ ପାଇଁ ସ୍ଥିର କରାଯାଇଛି l ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଭାଗୀୟ କର୍ମଚାରୀ ରାକେଶ କୁମାର ସାହୁ ସହାୟତା ପ୍ରଦାନ କରିଥିଲେ l