ରଥଯାତ୍ରା ଅବସରରେ ରେକୁଳା ଗାଁରେ ରକ୍ତଦାନ ଶିବର ୪୩ ୟୁନିଟ ରକ୍ତ ସଂଗ୍ରହ

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର : ପବିତ୍ର ରଥଯାତ୍ରା ଉପଲକ୍ଷେ କାମାକ୍ଷାନଗର ଏନଏସି ରେକୁଳା ଜୟ ମା ମଙ୍ଗଳା ପେଟ୍ରୋଲ ପମ୍ପ ଠାରେ ଏକ ସେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜୟ ମା ମଙ୍ଗଳା ପେଟ୍ରୋଲ ପମ୍ପ ତରଫରୁ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଠାରେ ସମୁଦାୟ ୪୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । କାମାକ୍ଷାନଗର ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ କାମାକ୍ଷାନଗର ଏସଡିପିଓ ଚିତ୍ତରଞ୍ଜନ ବେହେରା,ଥାନା ଅଧିକାରୀ ଜିତେନ୍ଦ୍ର ମଲ୍ଲିକ, ବୈଦ୍ୟରାଜ ସର୍ବେଶ୍ୱର ପାତ୍ର ,ଡ଼ଃ ସିଦ୍ଧାର୍ଥ ବେଉରା ,କନପୁରା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ,ଅବସର ପ୍ରାପ୍ତ କାମାକ୍ଷାନଗର ମହାବିଦ୍ୟାଳୟ ଅଧ୍ୟକ୍ଷ ମେଜର ପ୍ରଭାତ ଦାସ,ମଙ୍ଗୁତଲାଲ କଟରୁକା, ବାଇସିଙ୍ଗା ସମିତି ସଭ୍ୟ ଜିତେନ୍ଦ୍ରିୟ ବିଶ୍ୱାଳ, ପବିତ୍ର କୁମାର ବିଶ୍ବାଳ, ଯୁବନେତା ସରୋଜକାନ୍ତ ବେହେରା, ସାମ୍ବାଦିକ ସଂଘ ସଭାପତି ହିମାଂଶୁ ଶେଖର ମହାପାତ୍ର, ଗଣ ମାଧ୍ୟମ ପ୍ରତିନିଧି ସୁଧିର କୁମାର ପରିଡା, ରାକେଶ କୁମାର ଦେହୁରୀ ,ସଦାସିବ ସେଠୀ, ରିତେଶ ବ୍ରହ୍ମା, ସୁମନ୍ତ ଜେନା, ଚଗନଲାଲ କଟରୁକା ପ୍ରମୁଖ ଉପସ୍ଥିତ ଥିଲେ ।

ଆଜିର ଦିନରେ ରକ୍ତଦାନ କରିଥିବା ଲୋକଙ୍କୁ ସାଧୁବାଦ ଦେଇଥିଲେ ଉପଜିଲ୍ଲାପାଳ ।ଥାନା ଅଧିକାରୀ ଜିତେନ୍ଦ୍ର ମଲ୍ଲିକ ,କାମାକ୍ଷାନଗର ଥାନାର ଏଏସଆଇ ସେକନୁରୂଲ ହକ ଓ ଡ଼ଃ ପୁଣ୍ୟଶ୍ଲୋକ ପତି ରକ୍ତଦାନ କରି ରକ୍ତଦାତା ମାନଙ୍କୁ ଉତ୍ସହିତ କରିଥିଲେ । ଏଭଳିଆ ମହତ କାମ ଆଗକୁ କରିବାକୁ ମଧ୍ୟ କହିଥିଲେ ।ବିଶେଷ କରି ଯୁବ ଗୋଷ୍ଠି ମାନେ ଆସି ଉତ୍ସାହର ସହ ରକ୍ତଦାନ କରୁଥିବାର ଦେଖିବାକୁ ମିଳିଛି । ରାଜ୍ୟରେ ରକ୍ତର ଅଭାବ ପରିଲକ୍ଷିତ ହେଉଥିବା ବେଳେ ବହୁ ରୋଗି ମଧ୍ୟ ଅସୁବିଧାର ସମୁଖିନ ହେଉଛନ୍ତି।ତାହାକୁ ପୂରଣ କରିବା ପାଇଁ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି।ରକ୍ତ ଅଭାବରୁ ଯେପରି କୈାଣସି ରୋଗି ମୃତ୍ୟୁ ବରଣ ନକରନ୍ତୁ ତାହାକୁ ଆଖି ଆଗରେ ରଖି ରକ୍ତଦାନ ଶିବିର ଅନୁଷ୍ଠୀତ ହେଉଛି । ରଥଯାତ୍ରା ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବାରୁ ରକ୍ତଦାତା ମାନେ ଉତ୍ସାହର ସହିତ ରକ୍ତଦାନ କରିଥିଲେ ।
ସହଯୋଗ କରିଥିଲେ ଧର୍ମରାଜ ପାତ୍ର, ସତ୍ୟ ନାରାୟଣ ପାତ୍ର, ବିଶ୍ୱରଂଜନ ସାହୁ,ପ୍ରିୟବ୍ରତ ମିଶ୍ର,ଅଶ୍ୱିନୀ ବିଶୋଇ, ରବୀନ୍ଦ୍ର ଖଟୁଆ,ଦୈତାରି ବେହେରା,ରିତେଶ ବ୍ରହ୍ମା, ରିତେଶ ପାତ୍ର ,ସୁଧୀର କୁମାର ପରିଡା,ସୁମନ୍ତ ଜେନା ପ୍ରମୁଖ ।

ଢେଙ୍କାନାଳ ରକ୍ତଭଣ୍ଡାର ତରଫରୁ ପରମାନନ୍ଦ ପଣ୍ଡା,ଅଜୟ ସ୍ୱାଇଁ,ତପନ ଜେନା,ବରୁଣ ସାହୁ,ସୌମ୍ୟ ରଞ୍ଜନ ମହାନ୍ତି ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।


ସେୟାର କରନ୍ତୁ