ପଥରଖମ୍ବ ଅଗ୍ନିବିପନ୍ନଙ୍କ ପାଖରେ ପହଞ୍ଚିଲେ ଜିଲ୍ଲାପାଳ ଓ ରାଜନେତା

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ପରଜଙ୍ଗ ବ୍ଲକ ଅନ୍ତର୍ଗତ ପଥରଖମ୍ବ ଗ୍ରାମ ପୁରୁଣା ହରିଜନ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଏଥିରେ ପ୍ରାୟ 40ରୁ ଉର୍ଦ୍ଧ ଘର ପୋଡିଯାଇଥିଲା । ଶୁକ୍ରବାର ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଓ ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ ଅଗ୍ନିବିପନ୍ନମାନଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି । 24ଟି ପରିବାରକୁ 20 ହଜାରର ଚେକ ଏବଂ ନଗଦ 2ହଜାର ଟଙ୍କା ଦିଆଯାଇଥିଲା । ଏହାପରେ ସରକାରଙ୍କ ନିୟମ ମୁତାବକ ସମସ୍ତ ସହାୟତା ପ୍ରଦାନ କରାଯିବା ନେଇ ଜିଲ୍ଲାପାଳ ମହୋଦୟ ସୂଚନା ଦେଇଥିଲେ ।


ସେୟାର କରନ୍ତୁ