କାମାକ୍ଷାନଗର : କାମାକ୍ଷାନଗର ଅଞ୍ଚଳରେ ରଥଯାତ୍ରା ସମାରୋହରେ ପାଳିତ ହୋଇଯାଇଛି l ସହରର ଜଗନ୍ନାଥ ବଜାରସ୍ଥିତ ଜଗନ୍ନାଥ ମନ୍ଦିରରେ ପଣ୍ଡିତ ସତୀଶ ଚଦ୍ର ଆଚାର୍ଯ୍ୟଙ୍କ ଦ୍ୱାରା ଯଥାବିଧି ପୂଜାର୍ଚ୍ଚନା କରାଯିବା ପରେ ଅପରାହ୍ନରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଓ ପ୍ରଭୁ ହାଗନ୍ନାଥଙ୍କୁ ରଥରୁଢ କରାଯାଇଥିଲା l ସୁବ୍ରତ କୁମାର ତ୍ରିପାଠୀ, ସଞ୍ଜୟ କୁମାର ମିଶ୍ରଙ୍କ ସମେତ କାର୍ଯ୍ୟକର୍ତ୍ତା ସହାୟତା ପ୍ରଦାନ କରିଥିଲେ l
ଜଗନ୍ନାଥ ବଜାରରୁ ରଥ ବାହାରି ତରୁଣ ବଜାର, ଲକ୍ଷ୍ମୀ ବଜାର, ପୋଷ୍ଟାଫଫିସ ଦେଇ ଅନନ୍ତପୁର ମାଉସୀମା ମନ୍ଦିରକୁ ଯାଇଥିଲା l ଆଳତୁମା ଗ୍ରାମର ରାଜୁଡା ଅମଳରୁ ପାଳିତ ହୋଇ ଆସୁଥିବା ଦଧିବାମନ ଜୀଉ ଙ୍କ ରଥଯାତ୍ରା ସଂତିଶୃଙ୍ଖଳାର ସହିତ ପାଳିତ ହୋଇଥିଲା l ଦଧିବାମନଜୀଉ ମନ୍ଦିରରୁ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରାଯିବା ପରେ ଜୀଉ ଙ୍କୁ ରଥାରୁଢ କରାଯାଇଥିଲା l ପରେ ରଥ ଟଣା ଆରମ୍ଭ ହୋଇଥିଲା l
ଏଥିରେ ଏନଏସିର ୩ ଗୋଟି ୱାର୍ଡର ଶତାଧିକ ଶ୍ରାଦ୍ଧଲୁଙ୍କ ସହିତ ଆଖପାଖ ଗ୍ରାମରୁ ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ଘଟିଥିଲା l ଏନଏସିର ପୁରୁଣା ରେକୁଳା ବସ୍ତିରେ ଯଥାବିଧି ପୂଜାର୍ଚନା କରାଯାଇ ରଥଯାତ୍ରା ସଂପର୍ଣ୍ଣ ହୋଇଥିଲା l ଏନଏସି ସଂନିକଟ ଜିରୀଡମାଳି ସ୍ଥିତ ରଘୁନାଥ ଜୀଉ ମଠରେ ଯଥାବିଧି ପୂଜାର୍ଚ୍ଚନା କରାଯାଇ ଜଗନ୍ନାଥଙ୍କୁ ରଥାରୂଢ କରାଯାଇ ଶ୍ରଦ୍ଧାଳୁଙ୍କ ଦ୍ୱାରା ରଥ ଟଣା ଯାଇଥିଲା l ବ୍ଲକର ଜଗନ୍ନାଥ ପୁର ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ ଯଥାବିଧି ପୂଜାର୍ଚନା କରାଯାଇ ଜଗନ୍ନାଥଙ୍କୁ ରଥାରୂଢ କରାଯିବା ପରେ ରଥା ଟଣା ଯାଇଥିଲା l
ସେହିପରି ବ୍ଲକର ବଦସୁଆଁଳୋ, ଖଟଖୁରା,ରାଜକୁଳା କାଟେଣୀ,ମହୁଲି,ଆଲୁଅଝରଣ,ଅଁଳାବେରଣୀ,ରାୟନରୁସିଂହ ପୁର,କୋଟଗରା ଆଦି ଗ୍ରାମରେ ଶାନ୍ତି ଓ ଶୃଙ୍ଖଳାର ସହିତ ରଥ ଯାତ୍ରା ସଂପର୍ଣ୍ଣ ହୋଇଛି l