ଢେଙ୍କାନାଳ : ପଶ୍ଚିମ ବଙ୍ଗଳା ପୁରୁଲିଆ ଜିଲ୍ଲା ଅନ୍ତର୍ଗତ ଦିଲ୍ଲୀ ୱାର୍ଲ୍ଡ ପବ୍ଲିକ ସ୍କୁଲ ଠାରେ ସିବିଏସଇ ଜୋନାଲ ସ୍କୁଲ ତାଇକୋଣ୍ଡୋ ପ୍ରତିଯୋଗିତାରେ ୧୪ବର୍ଷ ଓ ୧୭ ବର୍ଷରୁ କମ ବିଭାଗରେ ବିଭିନ୍ନ ଓଜନ ବର୍ଗରେ ଭାଗ ନେଇ ବାଳକ ବିଭାଗରେ ୬୮-୭୩ କେଜିରେ ବିଶ୍ୱରଂଜନ ବେହେରା ସ୍ୱର୍ଣ୍ଣ ପଦକ ହାସଲ କରି ଓଡ଼ିଶା ତଥା ଢେଙ୍କାନାଳ ପାଇଁ ଗର୍ବ ଗୌରବ ଆଣିଛନ୍ତି ।
ସେହିପରି ବାଳିକା ବିଭାଗରେ ୬୮ କେଜିରୁ ଉର୍ଦ୍ଧ୍ବ ବର୍ଗରେ ଅମ୍ରିତା ସାହୁ ରୌପ୍ୟ ଏବଂ ୫୯-୬୩ କେଜି ବର୍ଗରେ ଶୁଭଶ୍ରୀ ପ୍ରିୟଦର୍ଶିନୀ ରାଉତ କାଂସ୍ୟ ପଦକ ହାସଲ କରିଛନ୍ତି । ଗତକାଲି ଅପରାହ୍ନରେ ସମସ୍ତ କୃତି କ୍ରୀଡ଼ାବିତଙ୍କୁ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଉତ୍ସାହିତ କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଦୟାନିଧି ପାତ୍ର, କୋଚ ଶ୍ରୀ ସୌମ୍ୟବ୍ରତ ସାହୁ ଏବଂ ଗାୟତ୍ରୀ ମିଶ୍ର ଉପସ୍ଥିତ ରହିଥିଲେ ।
ସୂଚନାଥାଉକି ଯେ ଏହି ପ୍ରତିଯୋଗିତା ଚଳିତ ମାସ ୧୯ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଏଥିରେ ୧୦ଟି ରାଜ୍ୟର ପ୍ରାୟ ୨୦୦ ବିଦ୍ୟାଳୟର ୧୩୮୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।