ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ରକ୍ଷା ବନ୍ଧନ ଓ ଗୋପୂଜନ

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର : ହିନ୍ଦୁ ଜାଗରଣ ମଞ୍ଚ, ଭୁବନ ଆନୁକୂଲ୍ୟରେ ଓ ଶ୍ରୀ କାଶୀ ବିଶ୍ୱନାଥ ଚାରିଟେବୁଲ୍ ଟ୍ରଷ୍ଟ, ଛତା ମଠ ସହଯୋଗରେ ପ୍ରତିବର୍ଷ ପରି ଚଳିତବର୍ଷ ପ୍ରଭୂ ବଳଭଦ୍ରଙ୍କ ଜନ୍ମଦିନରେ ଗୋ ପୂଜନ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇ ଯାଇଛି । ହିନ୍ଦୁ ଜାଗରଣ ମଞ୍ଚ ସଂଯୋଜକ ସଦାନନ୍ଦ ନାୟକଙ୍କ ସଭାପତିତ୍ୱ ଓ ଶିକ୍ଷକ ବସନ୍ତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାଶୀ ବିଶ୍ୱନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ହରିହର ସାହୁ ମୂଖ୍ୟ ଅତିଥି ,ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଭୁବନର ମୂଖ୍ୟ ବ୍ରହ୍ମା କୁମାରୀ ବିଜୟା, ବାବା ରାମାନନ୍ଦ ଭାରତୀ, କାଳୀ ବଜାର ବଣିକ ସଂଘ ସଭାପତି ସମାଜସେବୀ ସୁବ୍ରତ କୁମାର ସାହୁ, ନିରଂଜନ ଗୁରୂ , ମଳୟ କୁମାର ତ୍ରିପାଠୀ ଓ ଚାଷୀ ଗଦାଧର ନାୟକ ପ୍ରମୁଖ ଉପସ୍ଥିତ ରହି ଗୋ ମାତା ର ରକ୍ଷା, ସୁରକ୍ଷା ଓ ମାନବ କଲ୍ୟାଣ ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି ଅବସରରେ ମହିଳା ମାନଙ୍କ ଦ୍ଵାରା ୨୦୦ ରୁ ଉର୍ଦ୍ଧ୍ୱ ଗୋମାତାଙ୍କୁ ପୂଜନ କରାଯାଇ ପିଠା, କଦଳୀ ଓ ଘାସ ଖୁଆଯିବା ସହ ରକ୍ଷା ସୂତ୍ର ବନ୍ଧନ କରାଯାଇଥିଲା ।


ସେୟାର କରନ୍ତୁ