Coronavirus: ଦେଶରେ କରୋନା ରପ୍ତାରରେ ଲାଗିଲା ବ୍ରେକ, 24 ଘଣ୍ଟାରେ ଆସିଲା 6 ହଜାର 915 ନୂଆ କରୋନା କେସ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ଜୀବନ ନେଉଥିବା କରୋନା ମାମଲା ଏବେ ଲଗାତାର କମି କମି ଯାଉଅଛି । ଏହା ଆଜି ମଧ୍ୟ ଦଶ ହଜାର ତଳକୁ ଖସି ଅଛି । ପୂର୍ବ 24 ଘଣ୍ଟାରେ 6 ହଜାର 915 ନୂଆ କେସ ସାମ୍ନାକୁ ଆସିଅଛି । ପୂର୍ବ 24 ଘାଣ୍ଟରେ 180 ଲୋକଙ୍କର ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 16 ହଜାର 864 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ, ଦେଶରେ ଏପର୍ଯ୍ୟନ୍ତ କରୋନା ମାମଲା ବଢିକରି ମୋଟ 4 କୋଟି 29 ଲକ୍ଷ 31 ହଜାର 045କୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏଥି ମଧ୍ୟରୁ 5 ଲକ୍ଷ 14 ହଜାର 023 ଲୋକଙ୍କର ଜୀବନ ଯାଇଅଛି । ତେବେ ଏପର୍ଯ୍ୟନ୍ତ 4 କୋଟି 23 ଲକ୍ଷ 24 ହଜାର 550 ଲୋକ ଏହି ମହାମାରୀରୁ ଠିକ ହୋଇସାରିଛନ୍ତି । ଏବେ ଦେଶରେ ଆକ୍ଟିଭ ମାମଲା 92 ହଜାର 472 ହୋଇଯାଇଛି, ଅର୍ଥାତ ଏତିକି ଲୋକଙ୍କର ଚିକିତ୍ସା ଚାଲୁଅଛି ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 28 ଫେବୃୟାରୀ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 76 କୋଟି 83 ଲକ୍ଷ 82 ହଜାର 993 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 9 ଲକ୍ଷ 01 ହଜାର 647 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।

ରାଷ୍ଟ୍ରବ୍ୟାପୀ ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ 177 କୋଟି 70 ଲକ୍ଷ 25 ହଜାର 914 ଡୋଜ ଟିକା ଦିଆଯାଇଛି । ଗତକାଲି 18,22,513 ଡୋଜ ଟୀକା ଦିଆଯାଇଛି ।


ସେୟାର କରନ୍ତୁ