ହାର୍ଦ୍ଦିକ ପଟେଲ ଧରିଲେ ପଦ୍ମର ହାତ, ଜାଣନ୍ତୁ ବିଜେପିରେ ଯୋଗଦେବା ପରେ କ’ଣ ତାଙ୍କର ପ୍ରଥମ ପ୍ରତିକ୍ରିୟା

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ନେତା ତଥା ବିଜେପିର ଜଣେ କଠୋର ସମାଲୋଚକ ହାର୍ଦ୍ଦିକ ପଟେଲ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଅହମ୍ମଦାବାଦରେ ବିଜେପି ରାଜ୍ୟ ସଭାପତି CR ପାଟିଲଙ୍କ ଉପସ୍ଥିତିରେ ହାର୍ଦ୍ଦିକ ପଟେଲ ଦଳରେ ଯୋଗ ଦେଇଥିଲେ । ପଟେଲ ଏଭଳି ଏକ ସମୟରେ ଦଳରେ ଯୋଗ ଦେଇଛନ୍ତି ଯେତେବେଳେ ଗୁଜୁରାଟ ବିଧାନସଭା ନିର୍ବାଚନ ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଛି । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରାଜ୍ୟରେ ବିଜେପି କ୍ଷମତାରେ ଅଛି । ଦଳରେ ଯୋଗଦେବା ପରେ ହାର୍ଦ୍ଦିକ ପଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ଗର୍ବ ବୋଲି କହିଛନ୍ତି ।

ରାଷ୍ଟ୍ର ହିତ, ରାଜ୍ୟ ହିତ, ଜନସାଧାରଣଙ୍କ ହିତ ଏବଂ ସାମାଜିକ ହିତର ଏହି ମହତ୍ କାର୍ଯ୍ୟରେ ଆଗକୁ ବଢିବାକୁ ହାର୍ଦ୍ଦିକ ପଟେଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଚାଲିଥିବା ଜାତୀୟ ସେବା କାର୍ଯ୍ୟରେ, ଜଣେ ଛୋଟ ସୈନିକ ଭାବରେ କାର୍ଯ୍ୟ କରିବାର ଏକ ନୂଆ ଅଧ୍ୟାୟ ଆରମ୍ଭ କରୁଛି । ସେ ଆଗକୁ କହିଥିଲେ, ଆଜି ପର୍ଯ୍ୟନ୍ତ ସେ ପଦର ଲାଳସାରେ କେଉଁଠାରେ ମଧ୍ୟ କୌଣସି ପ୍ରକାରର ମାଙ୍ଗ କରିନଥିଲି । କଂଗ୍ରେସକୁ ମୁଁ କାମ ମାଗିକରି ଛାଡ଼ିଲି ଏବଂ ବିଜେପିରେ ମଧ୍ୟ ମୁଁ କାର୍ଯ୍ୟର ପରିଭାଷାରେ ଯୋଗ ଦେଉଛି । ଦୁର୍ବଳ ଲୋକମାନେ ସ୍ଥାନ ବିଷୟରେ ଚିନ୍ତା କରନ୍ତି । ଶକ୍ତିଶାଳୀ ଲୋକମାନେ ସ୍ଥାନ ବିଷୟରେ କେବେ ଚିନ୍ତା କରନ୍ତି ନାହିଁ ।’

ସୂଚନାଯୋଗ୍ୟ ଯେ 2019 ରେ ହାର୍ଦ୍ଦିକ ପଟେଲ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ପରେ ତାଙ୍କୁ ରାଜ୍ୟ ୟୁନିଟର କାର୍ଯ୍ୟକାରୀ ସଭାପତି କରାଯାଇଥିଲା । ଆସନ୍ତା କିଛି ମାସ ମଧ୍ୟରେ ଗୁଜୁରାଟରେ ନିର୍ବାଚନ ହେବାକୁ ଯାଉଛି ।


ସେୟାର କରନ୍ତୁ