ଢେଙ୍କାନାଳରେ 12 ଘଣ୍ଟିଆ ବନ୍ଦ: ଦେଖାଗଲା ବନ୍ଦର ପ୍ରଭାବ

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ- ପ୍ରଶାନ୍ତ କୁମାର ସାହୁ

ଢେଙ୍କାନାଳ : ମଙ୍ଗୁଳି ଠାରୁ ସମ୍ବଲପୁର ଯାଇଥିବା 55 ନଂ ଜାତୀୟ ରାଜପଥର ସୂଚନୀୟ ଅବସ୍ଥାକୁ ଆଖି ଆଗରେ ଦେଖି ଆଜି 12 ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ କରାଯାଇଥିଲା । ଏହି ବନ୍ଦ ପାଳନର ସଫଳ ରୂପାୟନ ଢେଙ୍କାନାଳର ବିଭିନ୍ନ ଜାଗାରେ ଦେଖିବାକୁ ମିଳିଥିଲା ।

ସୂଚନା ଅନୁଯାୟୀ, ଜାତୀୟ ରାଜପଥ 55ର ସଂପ୍ରସାରଣ କାର୍ଯ୍ୟ ନେଇଥିବା ଠିକା ସଂସ୍ଥାର ମନମାନି ଯୋଗୁଁ ମରଣଯନ୍ତା ପାଲଟିଛି ରାସ୍ତା । ଫଳରେ ଉଭୟ ଢେଙ୍କାନାଳ ଓ ଅନୁଗୁଳବାସୀ ନାହିଁ ନଥିବା ସମସ୍ୟାର ପଡିଛନ୍ତି । ବାରମ୍ବାର ଗୁହାରି ସତ୍ତ୍ୱେ ବି ପ୍ରଶାସନ ଠାରୁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ସମସ୍ତ ଚୁପ୍ । ସେଥିପାଇଁ ଆଜି 12 ଘଣ୍ଟିଆ ବନ୍ଦ ସକାଳ 6 ଟା ଠାରୁ ସନ୍ଧ୍ୟା 6 ଘଟିକା ଯାଏ ହୋଇଥିଲା । ଏହି ବନ୍ଦ ଯୋଗୁଁ ସକାଳ 7 ଘଟିକା ଠାରୁ 9 ଘଟିକା ଯାଏ ଟ୍ରେନ୍‌ ଚଳାଚଳ ବନ୍ଦ ହୋଇଥିଲା । ସକାଳୁ ସକାଳୁ ଢେଙ୍କାନାଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପିକେଡିଙ୍ଗ କରି ଶ୍ୟାମ ଚରଣ ସ୍ଥିତି ଷ୍ଟେସନ ଆଗରେ ଟ୍ରେନକୁ ଆନ୍ଦୋଳନ କର୍ମୀ ଅଟକାଇ ଥିଲେ । ତାପରେ ସେଠାରେ ନାରାବାଜି ଦେଇଥିଲେ । ତା ସହିତ ଜାତୀୟ ରାଜପଥକୁ ଅବରୋଧ କରିବା ସହିତ ଟ୍ରକ, ବସ ଓ ଅନ୍ୟାନ୍ୟ ଗାଡି ମଟରକୁ ଅଟକା ଯାଇଥିଲା, ସେଥିପାଇଁ ପ୍ରାୟ କିଲୋମିଟର ପର୍ଯ୍ୟନ୍ତ ବସ ଟ୍ରକ ସବୁ ଛିଡା ହୋଇଥିଲା ।

ତେବେ ଏହି ଆନ୍ଦୋଳନ ଯୋଗୁଁ ବଜାରରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଥିଲା । ଏହା ସହ ମଧ୍ୟ ସିଭିଲ କୋଟ ସହିତ ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ୍ ପ୍ରଭାବିତ ହୋଇଥିଲା ।

ସୂଚନା ମୁତାବକ, ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ ଜିଲ୍ଲା ଓକିଲ ସଂଘ, ଜିଲ୍ଲା ବସ୍‌ ଓ ଟ୍ରକ ଆସୋସିଏସନ ସଂଘ, ଜିଲ୍ଲା ବାଣିଜ୍ୟ ସଂଘ ଓ ବଜାର କମିଟି ସଂଘ, ପୂଜା କମିଟି ସଂଘ ଓ କ୍ଳବ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା NHAI ଅଫିସକୁ ଘେରାଉ କରାଯାଇ ତାଲା ପକାଇ ଦିଆଯାଇଥିଲା ଏବଂ ଜିଲ୍ଲାପାଳ ସରୋଜ କୁମାର ସେଠୀକୁ ଏକ ଦାବିପତ୍ର ଦିଆଯାଇଛି ।

ଏଥି ସହିତ ଜିଲ୍ଲାପାଳ କହିଛନ୍ତି ଯେ ଆସନ୍ତା ରବିବାର ଦିନ ଅନୁଗୋଳ ଠାରେ ଢେଙ୍କାନାଳ ପ୍ରଶାସନ ଓ ଅନୁଗୁଳ ପ୍ରଶାସନ ଓ NHAI କର୍ତ୍ତପକ୍ଷ ଏକ ବୈଠକ ହେବାର କାର୍ଯ୍ୟକ୍ରମ ଅଛି.।


ସେୟାର କରନ୍ତୁ