କମୁଛି ସଂକ୍ରମଣ, ରାଜ୍ୟରେ ପୂର୍ବ 24 ଘଣ୍ଟାରେ ଚିହ୍ନଟ ହେଲେ 681 ନୂଆ କରୋନା ପଜିଟିଭ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗି ଅଛି । ସଂଖ୍ୟାର କଥା କହିବାତ ଗତ କାଲି ନୂଆ ପଜିଟିଭ ସଂଖ୍ୟା 849 ରହିଥିଲା ବେଳେ ଆଜି ଏହି ସଂଖ୍ୟାରେ ପରିବର୍ତ୍ତନ ଘଟି ସଂକ୍ରମଣ ମାମଲା ତଳକୁ ଖସିଅଛି । ରାଜ୍ୟରେ ପୂର୍ବ 24 ଘଣ୍ଟାରେ 6 ଶହ 81 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷ 10 ହଜାର 753କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 681 ଜଣଙ୍କ ମଧ୍ୟରୁ 398 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 283 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି । ସେହିପରି ଏହା ଭିତରେ ମଧ୍ୟ 0ରୁ 18 ବର୍ଷ ବୟସର ପିଲା 24 ଘଣ୍ଟାରେ 118 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ 1010753 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 7186ଟି ଆକ୍ଟିଭ କେସ୍ ରହିଅଛି ଏବଂ 995474 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ