ମୁକ୍ତାପସିରେ ପ୍ରସିଦ୍ଧ ରଥଯାତ୍ରା, ଭକ୍ତ ଓ ଭଗବାନଙ୍କ ମହାମିଳନ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ମୁକ୍ତାପସିରେ ପ୍ରସିଦ୍ଧ ରଥଯାତ୍ରା ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ଭାଇଭଉଣୀଙ୍କ ସହ ମାଉସୀ ମା’ ମନ୍ଦିରକୁ ଯାଉଛନ୍ତି । ପୂଜକଙ୍କ ଦ୍ବାରା ଠାକୁରଙ୍କ ରୀତି, ନୀତି, ଦ୍ବାରପାଳ ପୂଜା, ସୂର୍ଯ୍ୟପୂଜା ଏବଂ ଅନ୍ୟାନ୍ୟ ପୂଜାର୍ଚ୍ଚନା ସଂପନ୍ନ କରିବାପରେ ସେବାୟତଙ୍କ ଦ୍ବାରା ଗୋଟି ପହଣ୍ଡିରେ ଚକ୍ରରାଜ ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା । ରଥାରୁଢ଼ ହୋଇଥିଲେ ଚତୁର୍ଦ୍ଧାମୂର୍ତି ।

ଏହାପରେ ଘଣ୍ଟ, ତାଳ, ମୃଦଙ୍ଗ ଧ୍ୱନୀରେ ଏକ ବିରାଟ ପଟୁଆରରେ ରଥଟଣା ଆରମ୍ଭ ହୋଇଥିଲା । ଚତୁର୍ଦ୍ଧାମୁରତିଙ୍କ ପ୍ରସିଦ୍ଧ ରଥଯାତ୍ରା ନିମିତ୍ତ ରାସ୍ତାରେ ଖୁବ ଲୋକାରଣ୍ୟ ଦେଖିବାକୁ ମିଳିଥିଲା । ଭକ୍ତ ଓ ଭଗବାନଙ୍କ ମହାମିଳନରେ ସମ୍ପୂର୍ଣ ପରିବେଶ ଭକ୍ତିମୟ ହୋଇଥିଲା । ସନ୍ଧ୍ୟାରେ ରଥ ଗୁଣ୍ଡିଚା ଘରେ ପହଞ୍ଚିବା ପରେ ଚତୁର୍ଦ୍ଧାମୁରତିଙ୍କ ମାଉସୀ ମା ମନ୍ଦିର ଭିତରକୁ ପହଣ୍ଡି ହୋଇ ବିଜେ ହୋଇଛନ୍ତି।


ସେୟାର କରନ୍ତୁ