ବ୍ୟବସାୟୀଙ୍କ ଘରେ ପଶି ନଗଦ ଟଙ୍କା ସହ ସୁନା ଗହଣା ଲୁଟିଲେ ଦୁର୍ବୁତ୍ତ

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ- ରାକେଶ ଚନ୍ଦ୍ର ପରିଡା

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗରେ ଜଣେ ବ୍ୟବସାୟୀଙ୍କ ଘରୁ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏଥିରେ ନଗଦ 7 ଲକ୍ଷ ଟଙ୍କା ସହ 15 ଲକ୍ଷ ଟଙ୍କାର ସୁନାଗହଣା ଲୁଟ ହୋଇଛି ।

ସୂଚନା ଅନୁଯାୟୀ, ଗତ କାଲି ରାତିରେ ପରଜଙ୍ଗ ସାଦନପଡାରେ ଥିବା ବ୍ୟବସାୟୀ ବିନୟ କୁମାର ସାହୁଙ୍କ ଘରୁ ଲୁଟ ହୋଇଛି । ଦୁର୍ବୁତ୍ତ ମାନେ ଘରର ସିଡ଼ିରେ ଆସି ପ୍ରଥମେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଗୋଟିଏ ଘର ଭିତରେ ପରିବାର ଲୋକଙ୍କୁ ବନ୍ଦୀ କରିଥିଲେ । ବ୍ୟବସାୟୀ ବିନୟ ସାହୁଙ୍କ ଅନୁପସ୍ଥିତିରେ ହୋଇଛି ଲୁଟ । ତେବେ ଘରର ସମସ୍ତ ଆସବାବପତ୍ର ଓ ଲକର ଖୋଲି ଲୁଟେରାମାନେ ଲୁଟି ନେଇଥିଲେ ଟଙ୍କା ଓ ସୁନା, ରୂପା ଗହଣା । ପରଜଙ୍ଗ ଥାନାରେ ଅଭିଯୋଗ ପରେ ଜିଲ୍ଲା ସାଇଣ୍ଟିଫିକ ଟିମ ଓ ଡଗ୍ ସ୍କ୍ୱାର୍ଡର ତଦନ୍ତ ଜାରି ରହିଛି । ଏକ ବଡ଼ ଚୋର ଗ୍ୟାଙ୍ଗ ସାମିଲ ଥିବା ଅନୁମାନ କରାଯାଉଛି ।


ସେୟାର କରନ୍ତୁ