ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ, ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ 29 ଗୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ବେଳେ ବର୍ତ୍ତମାନ ଜିଲ୍ଳା ପ୍ରଶାସନ ଆୟୋଜକରେ ଓ ପରଜଙ୍ଗ ପଞ୍ଚାୟତ ସମିତି ସହଯୋଗରେ ପଲ୍ଲୀରେ ପ୍ରଶାସନ, ସେବା — ସମାଧାନ — ସଚେତନତା ସମ୍ପର୍କିତ କାର୍ଯ୍ୟକ୍ରମ 3ୟ ପାଳିର ସୋମମବାର କଙ୍କଡାସୋଢ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।

ଶିବିରରେ ସ୍ବାସ୍ଥ୍ୟ ବିଭାଗ, ନିଯୁକ୍ତି ଭିତ୍ତିକ ଯୋଜନା, ବ୍ଲକ ସ୍ତରୀୟ ପରାମର୍ଶ, ପ୍ରାଣୀ ଚିକିତ୍ସା ସେବା ପରାମର୍ଶ, ଆଧାର ପଞ୍ଜିକରଣ, ଜାତିଗତ ପ୍ରମାଣପତ୍ର ଓ ନବୀକରଣ, ମାଛ ଚାଷ , ପାଣି ପରୀକ୍ଷା, ଇ – ପାଉତି, ଋଣ, ପଟ୍ଟା, ସ୍ୱୟଂ ସହାୟକ ମାନଙ୍କୁ ବୀମା, ଅଣ ସଙ୍ଗଠିତ ଶ୍ରମିକ ପଞ୍ଜିକରଣ, 18 ବର୍ଷରୁ 35 ବର୍ଷର ଯୁବକ/ଯୁବତୀ ମାନଙ୍କୁ ନିଯୁକ୍ତି ସୁଯୋଗ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କିଷାନ କ୍ରେଡିଟକାର୍ଡ, ଗ୍ରାମୀଣ ଗୃହ ନିର୍ମାଣ, ପ୍ରଧାନମନ୍ତ୍ରୀ ଫସଲ ବୀମା, ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, କୃଷି ଓ କୃଷକ ସଶକ୍ତି କରଣ ଯୋଜନା , ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ , ବସୁଧା ଯୋଜନା, ବିଦ୍ୟୁତ୍ ବିଭାଗ ସମେତ ଅନେକ ଯୋଜନା ଉପରେ ଶିବିରରେ କାଉଣ୍ଟର କରାଯାଇ ପଞ୍ଚାୟତବାସୀଙ୍କ ଆପତ୍ତି ଅଭିଯୋଗ ଶୁଣାଣୀ କରାଯାଇଥିଲା ।

ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ସଞ୍ଜୟ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ପରିଚାଳିତ ଶିବିରରେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା ,କାମାକ୍ଷାନଗର ଉପଖଣ୍ଡିୟ ଅତିରିକ୍ତ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ, ତହସିଲଦାର ମଦନ ମୋହନ ଜେନା, ପଞ୍ଚାୟତ ସରପଞ୍ଚ ଦିବ୍ୟାଭାରତୀ ସିଂହ ,ଗୋଷ୍ଠି ଉନ୍ନୟନ ଅଧିକାରୀଣୀ ଝରଣା ସାମଲ , ବ୍ଲକ ଖାଉଟି ଯୋଗାଣ ଅଧିକାରୀ ଉଦିତ କୁମାର ସେଠୀ, ଜିପିଓ ରବିନାରାୟଣ ସାହୁ, ପଞ୍ଚାୟତ ପିଇଓଙ୍କ ସମେତ ସମସ୍ତ ବିଭାଗର କର୍ମଚାରୀ ଉପସ୍ଥିତ ରହି ପଞ୍ଚାୟତବାସୀଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରିଥିଲେ ।ବ୍ଲକ ସାମାଜିକ ସୁରକ୍ଷା ବିଭାଗର ପ୍ରଭାସ କୁମାର ସାମନ୍ତରାୟ ,ବାନାମ୍ବର ନାୟକ , ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀ, ଏମ୍ବିକେ, ସି ଆର ପି ମେମ୍ବର ଉପସ୍ଥିତ ରହି ଶିବିରକୁ ସହଯୋଗ କରିଥିଲେ ।


ସେୟାର କରନ୍ତୁ