ରାଜ୍ୟରେ କମୁଛି କରୋନା ପଜିଟିଭ କେସ, 24 ଘଣ୍ଟାରେ ସାମ୍ନାକୁ ଆସିଲା 1129 ନୂଆ ପଜିଟିଭ କେସ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ନୂଆ ସଂକ୍ରମିତ କେସ ସଂଖ୍ୟା କମିବାରେ ଲାଗିଅଛି । ସଂଖ୍ୟାର କଥା କହିବା ତ ଏହି ସଂଖ୍ୟା କିଛି ଦିନ ହେବ ପ୍ରାୟତଃ ଦୁଇ ହଜାର ତଳକୁ ରହୁଅଛି ଏବଂ ଆଜି 11 ଶହରୁ ଅଧିକ ପଜିଟିଭ କେସ ସାମ୍ନାକୁ ଆସିଅଛି । ରାଜ୍ୟରେ 24 ଘଣ୍ଟାରେ 1 ହଜାର 129 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 80 ହଜାର 866କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 1129 ଜଣଙ୍କ ମଧ୍ୟରୁ 657 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 472 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଏବେ ରାଜ୍ୟରେ ମୋଟ 980866 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 14325ଟି ଆକ୍ଟିଭ କେସ୍ ରହିଅଛି ଏବଂ 960386 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ