ଟାଟା ପାୱାର ବିରୋଧରେ ବିଦ୍ୟୁତ କାଟକୁ ନେଇ ସବଷ୍ଟେସନରେ ଅଞ୍ଚଳବାସୀଙ୍କ ଆନ୍ଦୋଳନ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବିଦ୍ୟୁତ ସବଷ୍ଟେସନ ସମ୍ମୁଖରେ ବିଦ୍ୟୁତ ସେବା ବ୍ୟାହତକୁ ନେଇ ପରଜଙ୍ଗ ବିଦ୍ୟୁତ ଉପଭୋକ୍ତା କମିଟି ଏବଂ ବଜାର କମିଟିର ମିଳିତ ସହଯୋଗରେ ଆନ୍ଦୋଳନ ଜାରି ରହିଛି । ପରଜଙ୍ଗ ଓ କଙ୍କଡ଼ାହାଡ଼ ଅଂଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ସହିତ ଟାଟା କର୍ମଚାରୀଙ୍କ ଶୋଷଣକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅଂଚଳବାସୀ । ପିଲାଙ୍କ ପାଠ ପଢା, ପାନୀୟ ଜଳ ଯୋଗାଣ, ସୁଭଦ୍ରା ଯୋଜନାରେ ଅନଲାଇନ ସେବା, ବ୍ୟାଙ୍କିଙ୍ଗ ସେବ ଆଦି ସମ୍ପୂର୍ଣ୍ଣ ଠପ ରହିଛି ।

ଏପରିକି ବିଦ୍ୟୁତ ସେବାକୁ ନେଇ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ବିଧାନସଭାରେ ମଧ୍ୟ ସ୍ୱର ଉତ୍ତୋଳନ କରିଥିଲେ । ତେବେ ଟାଟା ପାୱାର ପକ୍ଷରୁ ମନମାନୀ କରାଯାଉଥିବା ଅଭିଯୋଗ ହୋଇଛି । ଯେ ପର୍ଯ୍ୟନ୍ତ ଟାଟା ପାୱାର ପକ୍ଷରୁ ବିଦ୍ୟୁତ ସେବାର ସ୍ଥାୟୀ ପ୍ରତିକାର କରାଯାଇନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମିଳିତ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।


ସେୟାର କରନ୍ତୁ