ମେଷ: ଆପଣଙ୍କ କାମର ଗୁଣବତ୍ତାକୁ ଆହୁରି ଭଲ କରିବେ । ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବେ । ଛାତ୍ରଛାତ୍ରୀ ବଡ଼ ସଫଳତା ପାଇବାର ଯୋଗ ଅଛି ।
ବୃଷ: ଆପଣଙ୍କ ସବୁ ସମସ୍ୟାର ସମାଧାନ ଆଖି ପିଛୁଳାକେ ବାହାରିଯିବ । ନୂଆ କାମରେ ପରିବାରର ପୂରା ସହଯୋଗ ପାଇବେ। ବ୍ୟବସାୟରେ ଲାଭ ହେବ ।
ମିଥୁନ: ଶିକ୍ଷାରେ ସଫଳତା ପାଇବେ । କାର୍ଯ୍ୟକ୍ଷେତ୍ରରେ ଅଧିକାରୀଙ୍କ ସହିତ ସଦ୍ଭାବ ବନାଇ ରଖନ୍ତୁ, ଉନ୍ନତିର ମଉକା ପାଇବେ । ସ୍ବାସ୍ଥ୍ୟକୁ ନେଇ ସାବଧାନ ରହନ୍ତୁ ।
କର୍କଟ: ବଡ଼ ନିଷ୍ପତ୍ତି ନେବା ପାଇଁ ଭଲ ଦିନଟିଏ । ବ୍ୟବସାୟରେ ନୂଆ ସୁଯୋଗ ପାଇବେ । ଛୋଟଛୋଟ କଥା ବିଷୟରେ ଅଧିକ ନ ଭାବିଲେ ଆପଣଙ୍କ ଜୀବନ ସହଜ ରହିବ ।
କନ୍ୟା: ରାଜନୈତିକ ସମ୍ବନ୍ଧରୁ ଲାଭ ପାଇବେ । ଜୀବନସାଥୀ ସହିତ ଆବେଗାତ୍ମକ ଘନିଷ୍ଠତା ବଢ଼ିବ । ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବାର ଯୋଗ ଅଛି, ଆହୁରି ପରିଶ୍ରମ କରନ୍ତୁ ।
ତୁଳା: ଅନ୍ଲାଇନ୍ ବ୍ୟବସାୟୀଙ୍କୁ ଫାଇଦା ହେବ। ସରକାରୀ କର୍ମଚାରୀଙ୍କୁ ବିଶେଷ କାର୍ଯ୍ୟଭାର ଗ୍ରହଣ କରିବାକୁ ପଡ଼ିବ । ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପରିଣାମ ପାଇବେ ।
ବିଛା: ରିୟଲ ଇଷ୍ଟେଟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କର ଲାଭପ୍ରଦ ଡିଲ୍ ହୋଇପାରେ । କାମ ସମୟରେ ସାବଧାନ ରହନ୍ତୁ । କୌଣସି ସଭାରେ ଆପଣଙ୍କ ଉପସ୍ଥିତି ଲୋକଙ୍କୁ ଚକିତ କରିବ ।
ଧନୁ: ଆଖପାଖର ଗତିବିଧିକୁ ଅଣଦେଖା କରନ୍ତୁ ନାହିଁ । ଅନ୍ୟମାନଙ୍କ ସାହାଯ୍ୟ ଆଶା ନକରି ନିଜ ଉପରେ ବିଶ୍ବାସ ରଖନ୍ତୁ । ପରିବାର ସହିତ ମନୋରଞ୍ଜନରେ ଭଲ ସମୟ କଟିବ ।
ମକର: ସଫ୍ଟୱେର ଇଂଜିନିଅର ଅଧିକ ପରିଶ୍ରମ କରିବେ । ନୂଆ ଯୋଜନାରେ କାମ କରି ଭଲ ଫଳ ପାଇବେ । ଆବଶ୍ୟକତା ପୂରଣ ପାଇଁ ପାର୍ଟ ଟାଇମ ଚାକିରି କରିପାରନ୍ତି ।
କୁମ୍ଭ: ଘରର ବଡ଼ଙ୍କ ଠାରୁ କିଛି ପ୍ରେରଣା ପାଇବେ । ଭଲ ଭାବନାର ଭଲ ପରିଣାମ ପାଇବେ । ଗାଡ଼ି ଚଳାଇବା ସମୟରେ ବିଶେଷ ସାବଧାନତା ଅବଲମ୍ବନ କରନ୍ତୁ ।
ମୀନ: ଆପଣଙ୍କ ଉପରେ ଅଧିକ ଉତ୍ତରଦାୟିତ୍ବ ହେବ । ଲୋକଙ୍କ ସହିତ ଯୋଡ଼ି ରହିବା ଦ୍ବାରା ବଢ଼ିଆ ସୂଚନା ପାଇବେ। କାମ ନିର୍ଦ୍ଧାରିତ ସମୟ ଭିତରେ ପୂରା ହୋଇଯିବ ।