କେଉଁ ଦୁଇ ଦିନ ପ୍ରିୟଙ୍କା ଚୋପ୍ରାଙ୍କ ଓଜନ ବଢ଼ିଥାଏ,ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ସବୁବେଳେ କୌଣସି ନା କୌଣସି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ବିଶ୍ବ ଦରବାରରେ ଭାରତକୁ ଚର୍ଚ୍ଚିତ କରାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜର ଅଭିନୟ ଯାଦୁରେ, ନିଜର ସୌନ୍ଦର୍ଯ୍ୟରେ ଓ ନିଜର ଫିଟନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା‌ନ୍ତି ।

ସେ ନିଜର ପରିଚୟ ବଲିଉଡରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ସୃଷ୍ଟି କରିଛନ୍ତି । ଏବେ ନିଜର ଫିଟନେସକୁ ନେଇ ପ୍ରିୟଙ୍କା ଆଲୋଚନା କରିଛନ୍ତି । ପିଙ୍କଭିଲାର ଏକ ସାକ୍ଷାତକାରରେ କେଉଁ ଦୁଇ ଦିନ ତାଙ୍କର ଓଜନ ବଢ଼ିଥାଏ, ପ୍ରିୟଙ୍କା ସେ ବିଷୟରେ ଜଣାଇଛନ୍ତି ।

ତାଙ୍କ କହିବା ମୁତାବକ, ମୁଁ ଖାଇବାକୁ ଅଧିକ ଭଲପାଇଥାଏ । ସକାଳ ଖାଇବା ସମୟରେ ମୁଁ ମଧ୍ୟାହ୍ନ ଭୋଜନ ବିଷୟରେ ଚିନ୍ତା କରେ ଓ ମଧ୍ୟାହ୍ନ ଭୋଜନ ଖାଇବା ସମୟରେ ରାତି ଖାଇବା ବିଷୟରେ ଚିନ୍ତା କରେ । କୌଣସି ନୂଆ ଦେଶକୁ ଗଲେ, ମୋର ପ୍ରଥମ କାମ କେଉଁଠି ଭଲ ରେସ୍ତୋରାଁ ଅଛି ତାକୁ ଖୋଜିଥାଏ ।

ନିଜ ପସନ୍ଦର ଖାଇବା କେଉଁଠି ମିଳୁଛି, ତାହାକୁ ଦେଖିଥାଏ । ମୋର ଖାଇବା ପ୍ରତି ଥିବା ଭଲପାଇବା ପାଇଁ ଦୀପାବଳି ଓ ଖ୍ରୀଷ୍ଟମାସ ସମୟରେ ମୋର ଓଜନ ବଢ଼ି ଯାଇଥାଏ । ଯାହା ଫଳରେ ମୁଁ ଜାନୁଆରି, ଫେବୃଆରି ଓ ମାର୍ଚ୍ଚ ମଧ୍ୟରେ ମୋର ଓଜନ କମ କରିବା ପାଇଁ ଲାଗି ପଡ଼ିଥାଏ ।


ସେୟାର କରନ୍ତୁ