ରଣବୀର ସିଂଙ୍କ ନୂଆ ଲୁକ ହେଲା ଭାଇରାଲ, ପତ୍ନୀ ଦୀପିକା ପାଦୁକୋନ ବନାଇଲେ ହେୟାର ଷ୍ଟାଇଲ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ଷ୍ଟାର ଦମ୍ପତି ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଏହି ସମୟରେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି । ଏହି ନିକଟରେ ରଣବୀର ତାଙ୍କର ନୂଆ ଲୁକର ଏକ ଫଟୋ ସେୟାର କରିଛନ୍ତି, ଯାହା ଇଣ୍ଟରନେଟରେ ଭାଇରାଲ ହେଉଛି । ତାଙ୍କର ଏହି ନୂଆ ହେୟାର ଷ୍ଟାଇଲ ଏଇଥି ପାଇଁ ଖାସ ଅଟେ କାହିଁକି ନା ଏହାକୁ ତାଙ୍କ ପତ୍ନୀ ଦୀପିକା ପାଦୁକୋନ ପ୍ରସ୍ତୁତ କରିଛନ୍ତି ।

ରଣଭୀର ସିଂ ନିଜର ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, “ହେୟାର ବାଇ – ଦୀପିକା ପାଦୁକୋନ । ମୋତେ ଏହା ଭଲ ଲାଗିଲା । ତୁମେ କ’ଣ ଭାବୁଛ?”

ଅପକମିଙ୍ଗ ଫିଲ୍ମ ବିଷୟରେ କହିବାକୁ ଗଲେ ଦୀପିକା ପାଦୁକୋନ୍ ଖୁବ୍ ଶୀଘ୍ର ସାଉଥ୍ ଷ୍ଟାର୍ ପ୍ରଭାସଙ୍କ ସହ ଏକ ସାଇନ୍ସ -ଫିକ୍ସନ ଫିଲ୍ମରେ ନଜର ଆସିବେ । ଏହାର ନିର୍ଦ୍ଦେଶନା ଦେବେ ଅଶ୍ୱିନ ନାଗ । ବାହୁବଲୀ ଖ୍ୟାତି ପ୍ରଭାସଙ୍କ ଏହା ଏକବିଂଶ ଫିଲ୍ମ ହେବ ।

ଏହା ବ୍ୟତୀତ ଦୀପିକା ରଣଭୀର ସିଂଙ୍କ ସହ ’83’ ରେ ମଧ୍ୟ ନଜର ଆସିବେ । ଏଥିରେ ରଣଭୀର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଭୂମିକାରେ ନଜର ଆସିବେ ।


ସେୟାର କରନ୍ତୁ