ଜରାଜିର୍ଣ୍ଣ ଅବସ୍ଥାରେ ଭାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ : ୬୦ ହଜାରରୁ ଉର୍ଦ୍ଧ୍ଵ ଜନସାଧାରଣ ନିର୍ଭର କରୁଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହିଁ ପ୍ରସୂତି ବିଭାଗ । ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ କିନ୍ତୁ ଏବେତାହା ସୁପ୍ତ ହେବାକୁ ଲାଗିଲାଣି । ଦୁଇ ଜଣ ଡାକ୍ତରଙ୍କ ଭରଷାରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର,ନାହିଁ ପ୍ରସୂତି ବିଭାଗ। ନାହାନ୍ତି ଆବଶ୍ୟକ ଡାକ୍ତର ମହିଳାଙ୍କ ପ୍ରସବ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ଭରସା । ମାଳ ମାଳ ଘର କିନ୍ତୁ ଚାରିଆଡେ ତାଲା ଝୁଲୁଛି,କେଉଁଠି ପୁରୁଣା କ୍ୱଟର ଗୃହ ଚଳାଚଳ ନଥିବାରୁ ଏବେ ତାହା ବଣ ଜଙ୍ଗଲ ହୋଇଗଲାଣି….ତ ଆଉ କେଉଁଠି କାନ୍ଥ ଫାଟି ଘର ଦୁର୍ବଳ ହେବାକୁ ଲାଗିଲାଣି। ୧୯୭୬ ମସିହାରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାପୁର ଛଦେଶ ଅଞ୍ଚଳରେ ଏକ ଷଡଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ..।

ଯାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି ଏବଂ ବ୍ୟବହାର ଯୋଗ୍ୟ ନୁହେଁ କିନ୍ତୁ ନିର୍ମାଣର ପଚାଶ ବର୍ଷ ପରେ ବି ସେଇଠି ମୁଣ୍ଡ ଟେକି ଛିଡା ହୋଇଛି। କିନ୍ତୁ ପୂର୍ବ ସରକାରଙ୍କ ଅମଳରେ ସେହି ପୁରୁଣା ମେଡିକାଲ ପାଖକୁ ଲାଗି ଏକ ନୂତନ ଆୟୁଷ୍ମାନ କେନ୍ଦ୍ର ନିର୍ମାଣ ହୋଇଛି ହେଲେ ସ୍ଥାପନର ଦୁଇ ବର୍ଷ ନହେଉଣି କାନ୍ଥ ଫାଟି ଦୁର୍ବଳ ହେବାକୁ ଲାଗିଲାଣି । ଢେଙ୍କାନାଳ ସଦର ବ୍ଲକ ଭାପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଆଖ ପାଖର ୧୨ଟି ପଞ୍ଚାୟତର ୬୦ ହଜାରରୁ ଅଧିକ ଲୋକ ନିର୍ଭରଶୀଳ ହେଉଥିବା ବେଳେ ରାତି ହେଲେ ଜରୁରୀ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ଜନସାଧାରଣ ।

ଏହି ଚିକିତ୍ସାଳୟରେ ମାଳ ମାଳ ଗୃହ ନିର୍ମାଣ ହୋଇଛି ହେଲେ ଚାରିଆଡେ ତାଲା ଝୁଲୁଛି,ଏବେ ଯେଉଁଠି ଚିକିତ୍ସା ଚାଲିଛି ସେହି ଆୟୁଷ୍ମାନ କେନ୍ଦ୍ର ନିର୍ମାଣର ମାତ୍ର ଦୁଇ ବର୍ଷ ଭିତରେ କାନ୍ଥ ଫାଟି ଦୁର୍ବଳ ହେବାକୁ ଲାଗିଲାଣି ଯାହାର ସ୍ଥାୟୀତ୍ୱ ଉପରେ ଲୋକଙ୍କ ଭରସା ତୁଟିଗଲାଣି । ଏପଟେ ଆବଶ୍ୟକ ଡାକ୍ତର,ନର୍ସ,କର୍ମୀଚାରୀ ନଥିବା ବେଳେ,ପ୍ରସୂତି ବିଭାଗ ଭଳି ଏକ ଗୁରୁତ୍ୱ ପୂର୍ଣ୍ଣ ବିଭାଗ ମଧ୍ୟ ଚିକିତ୍ସାଳୟରେ ନାହିଁ। ସେଥିପାଇଁ ମହିଳା ଟିଏ ବିଭିନ୍ନ ସମୟରେ ଜନନୀ ଯନ୍ତ୍ରଣା ଭୋଗୁଛି। ମହିଳା ଟିଏ ପ୍ରସବ ପାଇଁ ୨୦ କିଲୋମିଟର ଅତିକ୍ରମ କଲେ ଯାଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଉପରେ ଭରସା କରୁଥିବାର କଥା ଅଭିଯୋଗ ହେଉଛି ।

ଏମିତିକି ସନ୍ଧ୍ୟା ଯାଏଁ ଚିକିତ୍ସାଳୟଟି ଖୋଲୁଛି ରାତି ହେଲେ ଏଠି ତାଟି କବାଟ ପଡୁଛି ରାତିରେ ଦୁର୍ଘଟଣା କିମ୍ବା କିଛି ଜରୁରୀ ସମସ୍ୟା ହେଲେ ସାମାନ୍ୟ ଆଶୁ ଚିକିତ୍ସା କରିବା ମଧ୍ୟ ସମ୍ଭବ ହେଉନି । ପ୍ରତେକ ଦିନ ଚିକିତ୍ସାଳୟକୁ ୨୫୦ରୁ ଉର୍ଦ୍ଧ ଲୋକ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ ଢେଙ୍କାନାଳ ଛଦେଶ ଭାପୁର ଲୋକଙ୍କ ପାଇଁ ଚିକିତ୍ସାଳୟ ଥାଇବି ଜରୁରୀ ସ୍ୱାସ୍ଥ୍ୟ ସେବା ପାଇବା ସାତସପନ ହୋଇଯାଇଛି। ସେଥିପାଇଁ ୨୪ ଘଣ୍ଟା ମେଡିକାଲ ଖୋଲା ରଖିବା ପାଇଁ ଏବଂ ଆବଶ୍ୟକ ନୂତନ ଡାକ୍ତର,ନର୍ସ,କର୍ମଚାରୀ ନିଯୁକ୍ତି ଦେବା ପାଇଁ ଭାପୁର ଅଞ୍ଚଳବାସୀ ସରକାରଙ୍କୁ ଅନୁରୋଧ କରିଛରିଛନ୍ତି।


ସେୟାର କରନ୍ତୁ