ଢେଙ୍କାନାଳ : ଟାଉନ ଥାନା ବାଜିଚୌକ ସ୍ଥିତ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାରେ ଖୋଲିଥିବା ସହରାଞ୍ଚଳ ଆୟୁଷ୍ମାନ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରୁ ଚୋରି ହୋଇଛି । ଗତ ୧ ତାରିଖ ବୁଧବାର ରାତିରେ ଦୁର୍ବୃତ୍ତ ଶଯ୍ୟାରେ ପଡ଼ୁଥିବା ପ୍ଳାଏ, ଝରକାରେ ଲାଗିଥିବା କାଚ, ଷ୍ଟିଲ୍ ରେଲିଂ, ଆଲୁମିନିୟମ୍ ଫ୍ରେମ୍ ଆଦି ଚୋରାଇ ନେଇଛନ୍ତି । ଏନେଇ ମେଡିକାଲ୍ ଅଫିସର ଟାଉନ ଥାନାରେ ଏତଲା ଦେଇଛନ୍ତି । ଟାଉନ୍ ପୋଲିସ୍ ମାମଲା ରୁଜୁ କରି ତଦନ୍ତ କରୁଛି ।