ଚାକିରି ଦାବିରେ ରୁଦ୍ରଙ୍କ ଅଭିନବ ପ୍ରତିବାଦ ଟାଓ୍ବାର୍ ପରେ ଏବେ ଦଣ୍ଡବତ ଯାତ୍ରା

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ : ଚାକିରି ଫେରି ପାଇବାକୁ ମୋବାଇଲ ଟାୱର ଉପରେ ଚଢ଼ି ନାକେଦମ୍ କରିଥିବା ଛଟେଇ ଯବାନ କାମାକ୍ଷାନଗର ବ୍ଲକ ସୋଗର ପଞ୍ଚାୟତ ପୁରୁଣାସାହିର ରୁଦ୍ରନାରାୟଣ ଦାସ(୨୭) ଆଉ ଏକ ଅଭିନବ ପ୍ରତିବାଦ କରିଛନ୍ତି । ପ୍ରତିଶ୍ରୁତି ରଖିଲାନି ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କରିବେ ଗୁହାରି ବାଟରେ ଅଟକାଇ ବୁଝାସୁଝା କଲେ ତହସିଲଦାର ଜିଲ୍ଲା ପ୍ରଶାସନ ତାଙ୍କ ଦୁଃଖ ଶୁଣିଲାନି । ତେଣୁ ସେ ମୁଖ୍ୟଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଭୁବନେଶ୍ୱର ଅଭିମୁଖେ ଦଣ୍ଡବତ ଯାତ୍ରାରେ ବାହାରିଛନ୍ତି ।

ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ସେ ଆରମ୍ଭ କରିଛନ୍ତି ଦଣ୍ଡବତ ଯାତ୍ରା । ସେ ଏଭଳି ଯାତ୍ରା କରୁଥିବା ଖବର ପାଇ ଢେଙ୍କାନାଳ ତହସିଲଦାର ସ୍ବାଧୀନ କୁମାର ବେହେରା ତାଙ୍କ ପାଖରେ ପହଞ୍ଚି ଏଥିରୁ ବିରତ ରହିବାକୁ ବୁଝାଇଥିଲେ। ମାତ୍ର ସେ ପ୍ରଶାସନର କୌଣସି କଥା ଶୁଣିନଥିଲେ । ଆଜି ସେ ଗୋବିନ୍ଦପୁର ପର୍ଯ୍ୟନ୍ତ ଯାତ୍ରା କରିଥିବା ଜଣାପଡ଼ିଛି । ରୁଦ୍ର କହିଛନ୍ତି,ତାଙ୍କ ଚାକିରି ଫେରାଇ ଦେବାକୁ ସେ ଦୀର୍ଘ ଦୁଇ ବର୍ଷ ହେଲା ସମସ୍ତଙ୍କ ପାଖରେ ଗୁହାରି କରିସାରିଲେଣି । କେହି ତାଙ୍କ ଦୁଃଖ ଶୁଣୁନାହାନ୍ତି ।

ପୂର୍ବରୁ ପ୍ରଶାସନ,ପୋଲିସ ଠାରୁ ନେଇ ପଦଯାତ୍ରାରେ ଭୁବନେଶ୍ଵର ଯାଇ ଦୁଃଖ ଜଣାଇଥିଲେ ତଥାପି କୌଣସି ସୁଫଳ ମିଳି ନଥିଲା । ରୋଜଗାର ନଥିବାରୁ କ୍ୟାନସର ପୀଡ଼ିତା ମା’ଙ୍କର ଚିକିତ୍ସାରେ ସମସ୍ୟା ହେଉଥିଲା । ତାଙ୍କୁ ଚାକିରି ଓ ମା’ଙ୍କ ଚିକିତ୍ସା ଦାବିରେ ସେ ଗତ ମେ’ ୯ ତାରିଖରେ ଟାଉନ ଥାନା ନିକଟ ଏକ ମୋବାଇଲ ଗଓ୍ବାର ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଇଥିଲେ । ଉଦ୍ଧାର ପାଇଁ ଉଦ୍ୟମ କରାଯାଉଥିବା ବେଳେ ସେ ସଙ୍ଗରେ ନେଇଥିବାପେଟ୍ରଲ ଢାଳି ନିଆଁ ଲଗଇ ଦେବାକୁ ଚେତାବନୀ ଦେଇଥିଲେ । ତାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଚାକିରି ଓ ମା’ଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରା‌ଯିବ ବୋଲି ପ୍ରଶାସନ କ‌ହି ଆସୁଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇନାହିଁ । ଫଳରେ ସେ ନିରାଶ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଢେଙ୍କାନାଳରୁ ଭୁବନେଶ୍ବର ପର୍ଯ୍ୟନ୍ତ ଦଣ୍ଡବତ ଯାତ୍ରା ଆରମ୍ଭ କରିଥିବା କହିଛନ୍ତି ।

ପ୍ରକାଶ ଥାଉକି ରୁଦ୍ର ୨୦୧୮ସେପ୍ଟେମ୍ବରରେ ଓଏସ୍ଏପି ପ୍ରଥମ ବାଟାଲିୟନ ଢେଙ୍କାନାଳରେ ସିପାହୀ ଭାବେ ନିଯୁକ୍ତି ପାଇଥିଲେ । ତାଲିମ ପାଇଁ ତାଙ୍କୁ କୋରାପୁଟ ତୃତୀୟ ବାଟାଲିୟନଙ୍କୁ ପଠାଯାଇଥିଲା । ସେ ଅସୁସ୍ଥ ହୋଇ ପ୍ରଶିକ୍ଷଣ ପୂରଣ କରି ପାରିନଥିଲେ । ପରେ ଝାରସୁଗୁଡ଼ା ସ୍ଥିତ ଦ୍ଵିତୀୟ ବାଟାଲିୟନ୍‌କୁ ପ୍ରଶିକ୍ଷଣ ପାଇଁ ପଠାଯାଇଥିଲେ ବି ସମାନ କରଣରୁ ପ୍ରଶିକ୍ଷଣ ନେଇପାରି ନଥିଲେ । ଫଳରେ ୨୦୨୦ରେ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା ।


ସେୟାର କରନ୍ତୁ