ରାଷ୍ଟ୍ରୀୟ ଲୋକ ଅଦାଲତ

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର : କାମାକ୍ଷାନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ରାଷ୍ଟ୍ରୀୟ ଲୋକ ଅଦାଲତ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଲୋକ ଅଦାଲତରେ ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷା ଅତିରିକ୍ତ ଜିଲା ଦୌରାଜଜ ଇତିଶ୍ରୀ ମାଳବିକା ଭୂୟାଁ ସଭାପତିତ୍ୱ କରି ମୋଟର ଦୁର୍ଘଟଣା ଜନିତ ମାମଲା ରେ ୧୮ ଲକ୍ଷ୍ୟ ଷାଠିଏ ହଜାର କ୍ଷତିପୂରଣ ଆଦାୟ କରିଥିଲେ l

ବରିଷ୍ଠ ଦେୱାନୀ ବିଚାରକ ମାମି ବେହେରା ଜମି ଜମା ସଂକ୍ରାନ୍ତୀୟ ମାମଲାର ବିଚାର କରି ୧୧ ଲକ୍ଷ୍ୟ ୯୫ ହଜାର ଟଙ୍କା କ୍ଷତି ପୂରଣ ଆଦାୟ କରିଛନ୍ତି l ଉପଖଣ୍ଡ ସ୍ତରୀୟ ବିଚାରକ ନିଲୋଫର ୪ ଗୋଟି ମାମଲାର ଫଇସଲା କରି ୬ ଲକ୍ଷ୍ୟ ୩୪ ହଜାର ୬୨୯ ଟଙ୍କା ଆଦାୟ କରିଛନ୍ତି l ଏଥିରେ ଓକିଲ ସଙ୍ଘର ସଦସ୍ୟମାନେ ସାହାଯ୍ୟ କରିଥିବା ବେଳେ ଅଦାଲତର କର୍ମଚାରୀମାନେ ସହାୟତା ପ୍ରଦାନ କରିଥିଲେ l


ସେୟାର କରନ୍ତୁ