ଖେଳ Archives - Truthink

ଦିନିକିଆରେ କୋହଲିଙ୍କ 52ତମ ଶତକ
ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଫର୍ମକୁ ଫେରିଛନ୍ତି କିଙ୍ଗ୍‌ କୋହଲି । ଏହି ମ୍ୟାଚରେ ସେ ଶତକ ହାସଲ କରି ଚର୍ଚ୍ଚାକୁ ଆସିଛନ୍ତି । ଏହା ତାଙ୍କର 52ତମ ଶତକ । ପ୍ରାୟ 2 ବର୍ଷ ପରେ ତାଙ୍କ ବ୍ୟାଟରୁ ଶତକୀୟ ଇନିଂସ ଦେଖିବାକୁ ମିଳିଛି । 2023 ବିଶ୍ଵକପ ସମୟରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆରେ ଶେଷ ଥର ପାଇଁ ଶତକ ହାସଲ କରିଥିଲେ ।

ରବିବାର ରାଞ୍ଚିରେ ଖେଳାଯାଉଥିବା ମ୍ୟାଚରେ ସେ 102 ବଲରୁ 100 ରନ ପୂରଣ କରିଛନ୍ତି । ଯେଉଁଥିରେ 5 ବିଶାଳ ଛକା ଏବଂ 7 ଚଉକା ସାମିଲ ରହିଛି । ମାକ୍ରୋ ଜନସନଙ୍କ 8ମ ଓଭରର 5ମ ବଲରେ କୋହଲି ଚଉକା ମାରି ଶତକ ପୂରଣ କରିଛନ୍ତି । 102 ବଲରେ 103 ରନ କରି ଅପରାଜିତ ରହିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ବିରାଟଙ୍କର ଏହା 83ତମ ଶତକ । ପୂର୍ବରୁ ସେ ଦିନିକିଆରେ 51 ଶତକ ମାରିଥିବାବେଳେ ଟେଷ୍ଟ ମ୍ୟାଚରେ 30ଟି ଏବଂ ଟି-20ରେ ଗୋଟିଏ ଶତକ ହାସଲ କରିଛନ୍ତି ।

The post ଦିନିକିଆରେ କୋହଲିଙ୍କ 52ତମ ଶତକ appeared first on Truthink.

ଦିନିକିଆ ମାନ୍ୟତା, ରୋହିତଙ୍କ ଗାଦି ଛଡାଇ ନେଲେ ଏହି ବ୍ୟାଟର
ନୂଆଦିଲ୍ଲୀ: ଆଇସିସି ଦିନିକିଆ ମାନ୍ୟତାରେ ଘଟିଛି ବଡ ପରିବର୍ତ୍ତନ । ବୁଧବାର ଆଇସିସି ଦ୍ୱାରା ଜାରି ସଦ୍ୟତମ ମାନ୍ୟତାରେ ଭାରତର ପୂର୍ବତନ ଅଧିନାୟକ ରୋହିତ ଶର୍ମା ନିଜର ଶୀର୍ଷ ସ୍ଥାନ ହରାଇଛନ୍ତି । ନ୍ୟୁଜିଲାଣ୍ଡର ଡାରିଲ ମିଚେଲ୍ ଶୀର୍ଷକୁ ଉଠିଛନ୍ତି । କିନ୍ତୁ ରୋହିତ ଓ ଡାରିଲଙ୍କ ମଧ୍ୟରେ ବିଶେଷ ବଡ ବ୍ୟବଧାନ ନାହିଁ ।

ନ୍ୟୁଜିଲାଣ୍ଡର ତାରକା ବ୍ୟାଟର ଡାରିଲ ମିଚେଲ୍ ଏବେ ଦିନିକିଆ ମାନ୍ୟତାରେ ନୂଆ ଏକ ନମ୍ବର ବ୍ୟାଟର ହୋଇଛନ୍ତି । ଦୁଇଟି ସ୍ଥାନ ଉପରକୁ ଉଠି ଶୀର୍ଷରେ ପହଞ୍ଚିଛନ୍ତି । ଡାରିଲ ଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଶତକ ହାସଲ କରିଥିଲେ ।

ଏହି ପ୍ରଦର୍ଶନ ବଳରେ ସେ ଟପରେ ପହଞ୍ଚିଛନ୍ତି । ତାଙ୍କର ରେଟିଂ ପଏଣ୍ଟ ହେଉଛି 782 । ଦ୍ୱିତୀୟ ସ୍ଥାନକୁ ଖସି ଆସିଥିବା ରୋହିତ ଶର୍ମାଙ୍କ ରେଟିଂ ପଏଣ୍ଟ 781 ରହିଛି । ଅର୍ଥାତ ଡାରିଲ ମାତ୍ର ଗୋଟିଏ ପଏଣ୍ଟ ଉପରେ ଅଛନ୍ତି ।

ଆଫଗାନିସ୍ତାନର ଇବ୍ରାହିମ ଜାରଦାନ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି । ସେ 764 ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଖସିଛନ୍ତି । ଶୁଭମନ ଗିଲ୍ ଚତୁର୍ଥ ଏବଂ କୋହଲି ପଞ୍ଚମରେ ଅଛନ୍ତି ।

ମାନ୍ୟତାରେ ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜମଙ୍କୁ ଗୋଟିଏ ସ୍ଥାନ ଫାଇଦା ମିଳିଛି । ସେ 722 ରେଟିଂ ପଏଣ୍ଟ ସହ 6 ନମ୍ବର ସ୍ଥାନକୁ ଉଠିଛନ୍ତି । ଆୟରଲାଣ୍ଡର ହ୍ୟାରି ଟାକ୍ଟର 708 ରେଟିଂ ପଏଣ୍ଟ ସହ ଅଷ୍ଟମ ସ୍ଥାନକୁ ଉଠିଛନ୍ତି ।

ଭାରତର ଶ୍ରେୟସ ଆୟର 700 ପଏଣ୍ଟ ସହ ଅଷ୍ଟମରେ ରହିଛନ୍ତି । ଶ୍ରୀଲଙ୍କାର ଚରିଥ ଅସଲଙ୍କା 3ଟି ସ୍ଥାନ ତଳକୁ ଖସି ନବମରେ ରହିଛନ୍ତି । ସାଇ ହୋପ ଦଶମ ସ୍ଥାନରେ ଅଛନ୍ତି ।

The post ଦିନିକିଆ ମାନ୍ୟତା, ରୋହିତଙ୍କ ଗାଦି ଛଡାଇ ନେଲେ ଏହି ବ୍ୟାଟର appeared first on Truthink.

ଯେବେ ଭାବପ୍ରବଣ ହୋଇଥିଲେ ଦର୍ଶକ, ଶେଷ ହୋଇଯାଇଥିଲା କ୍ରିକେଟର ଗୋଟେ ଯୁଗ
ସଚିନ ତେନ୍ଦୁଲକର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ନିଜର ଶେଷ ମ୍ୟାଚ୍ ଖେଳିଥିଲେ । ପଡ଼ିଆକୁ ଓହ୍ଲାଇବା ମାତ୍ରେ ଦର୍ଶକଙ୍କ ଉତ୍ସାହ ଦେଖିବା ଭଳି ଥିଲା । ସଚିନଙ୍କୁ ତାଙ୍କର ସହକର୍ମୀମାନେ ‘ଗାର୍ଡ ଅଫ୍ ଅନର୍’ ଦେଇଥିଲେ ।

ଠିକ୍ ୧୨ ବର୍ଷ ପୂର୍ବେ ୨୦୧୩ ନଭେମ୍ବର ୧୬ ତାରିଖରେ ୱାଙ୍ଖେଡେ ଷ୍ଟାଡିୟମରେ ଏକ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ପ୍ରତ୍ୟେକ କ୍ରିକେଟ୍ ପ୍ରେମୀଙ୍କ ହୃଦୟରେ ସବୁଦିନ ପାଇଁ ସତେଜ ରହିବ । ଏହି ଦିନ କ୍ରିକେଟର ‘ଭଗବାନ’ ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଜଣାଇଥିଲେ । ଏହା ସେହି ଦିନ ଥିଲା ଯେତେବେଳେ ସମଗ୍ର ଦେଶର ହୃଦୟ ସଚିନଙ୍କ ସହିତ ଥିଲା ଏବଂ ତାଙ୍କର ବିଦାୟ ସମସ୍ତଙ୍କୁ ଭାବପ୍ରବଣ କରିଦେଇଥିଲା । ପ୍ରଶଂସକମାନେ ସଚିନଙ୍କ ଶେଷ ମ୍ୟାଚ୍ ଶେଷ ହେଉ ବୋଲି ଚାହୁ ନଥିଲେ । ଆପଣଙ୍କୁ କହିରଖୁଛୁ ଯେ ସଚିନ ତେନ୍ଦୁଲକର ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଏକ ଟେଷ୍ଟ୍ ମ୍ୟାଚ୍ ଭାବରେ ଖେଳିଥିଲେ ।

ସଚିନ ତେନ୍ଦୁଲକର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ନିଜର ଶେଷ ମ୍ୟାଚ୍ ଖେଳିଥିଲେ । ପଡ଼ିଆକୁ ଓହ୍ଲାଇବା ମାତ୍ରେ ଦର୍ଶକଙ୍କ ଉତ୍ସାହ ଦେଖିବା ଭଳି ଥିଲା । ସଚିନଙ୍କୁ ତାଙ୍କର ସହକର୍ମୀମାନେ ‘ଗାର୍ଡ ଅଫ୍ ଅନର୍’ ଦେଇଥିଲେ । ଯେମିତି ସଚିନ ନିଜର ଶେଷ ଇନିଂସ ଶେଷ କଲେ, ଷ୍ଟାଡିୟମରେ ଗୋଟିଏ ସ୍ୱର ଗୁଞ୍ଜରି ଉଠିଥିଲା – “ସଚିନ, ସଚିନ, ସଚିନ!” ଏହି ସ୍ୱର ପ୍ରତ୍ୟେକ ଭାରତୀୟଙ୍କ ହୃଦୟର ଗଭୀରତାରୁ ଆସୁଥିଲା।

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ ୨୦୧୩ ନଭେମ୍ବର ୧୪ରେ ଆରମ୍ଭ ହୋଇ ୨୦୧୩ ନଭେମ୍ବର ୧୬ ରେ ଶେଷ ହୋଇଥିଲା । ଏହା ସଚିନ ତେନ୍ଦୁଲକରଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା । ଏଥିରେ ସଚିନ ୧୧୮ ବଲରେ ୬୨.୭୧ ଷ୍ଟ୍ରାଇକ ରେଟରେ ୭୪ ରନ୍ କରିଥିଲେ । ଏଥିରେ ୧୨ଟି ଚୌକା ମଧ୍ୟ ସାମିଲ ଥିଲା । ଷ୍ଟାଡିୟମରେ ଉପସ୍ଥିତ ପ୍ରଶଂସକମାନେ ସଚିନଙ୍କ ପ୍ରତ୍ୟେକ ରନ୍ ଏବଂ ଚୌକାକୁ ଖୁବ୍ ଉପଭୋଗ କରୁଥିଲେ।

ସଚିନ ତେନ୍ଦୁଲକର କେବଳ ଗୋଟିଏ ନାଁ ନୁହେଁ ବରଂ କ୍ରିକେଟର ଏକ ଯୁଗ ଥିଲା । ତାଙ୍କ ନାମରେ ଅନେକ ରେକର୍ଡ ଅଛି ଯେପରିକି ସର୍ବାଧିକ ଅନ୍ତର୍ଜାତୀୟ ରନ୍ ଏବଂ ଶତକ ମଧ୍ୟ ସାମିଲ ଅଛି । ୧୯୯୦ରେ ଇଂଲଣ୍ଡ ବିପକ୍ଷରେ ତାଙ୍କର ପ୍ରଥମ ଶତକ ହେଉ, ୧୯୯୬-୯ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ୧୬୯ ରନର ସଂଘର୍ଷପୂର୍ଣ୍ଣ ଇନିଂସ ହେଉ କିମ୍ବା ପାକିସ୍ତାନ ବିପକ୍ଷରେ ତାଙ୍କର ସ୍ମରଣୀୟ ୧୩୬ ରନର ଇନିଂସ ହେଉ – ସଚିନଙ୍କ ପ୍ରତ୍ୟେକ ଇନିଂସରେ ବଡ଼ ବଡ଼ ରେକର୍ଡ ଛିଡ଼ା କରୁଥିଲେ ।

ସଚିନ ତେନ୍ଦୁଲକର ୨୦୦ ଟେଷ୍ଟ୍ ମ୍ୟାଚ୍ ଖେଳିଛନ୍ତି । ଏହି ୨୦୦ ଟେଷ୍ଟ୍ ମ୍ୟାଚ୍‌ରେ ସେ ୫୩.୭୮ ହାରରେ ୧୫୯୨୧ ରନ୍ କରିଛନ୍ତି । ଏଥିରେ ୫୧ଟି ଶତକ ଏବଂ ୬୮ଟି ଅର୍ଦ୍ଧଶତକ ସାମିଲ ଅଛି । ସଚିନ ୪୬୩ ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ଏହି ୪୬୩ ମ୍ୟାଚ୍‌ରେ ସେ ୪୪.୮୩ ଷ୍ଟ୍ରାଇକ ରେଟରେ ୧୮,୪୨୬ ରନ୍ କରିଛନ୍ତି । ଏଥିରେ ୪୯ଟି ଶତକ ଏବଂ ୯୬ଟି ଅର୍ଦ୍ଧଶତକ ସାମିଲ ଅଛି । ଏହା ବ୍ୟତୀତ ସଚିନ ତେନ୍ଦୁଲକର ମାତ୍ର ଗୋଟିଏ T୨୦ ମ୍ୟାଚ୍ ଖେଳିଛନ୍ତି । ଏହି ଗୋଟିଏ ଞ୨୦ ମ୍ୟାଚ୍‌ରେ ସେ ୧୦ ହାରରେ ମାତ୍ର ୧୦ ରନ୍ କରିଛନ୍ତି ।

The post ଯେବେ ଭାବପ୍ରବଣ ହୋଇଥିଲେ ଦର୍ଶକ, ଶେଷ ହୋଇଯାଇଥିଲା କ୍ରିକେଟର ଗୋଟେ ଯୁଗ appeared first on Truthink.

ନିଲାମ ପୂର୍ବରୁ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ହେଲେ ସାଙ୍ଗାକାରା
ନୂଆଦିଲ୍ଲୀ: IPL ନିଲାମ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଟିମ୍‌କୁ ମିଳିଲା ନୂଆ ମୁଖ୍ୟ ପ୍ରଶିକ୍ଷକ । ଶ୍ରୀଲଙ୍କାର ଷ୍ଟାର କ୍ରିକେଟର କୁମାର ସାଙ୍ଗାକାରାଙ୍କୁ IPLର ପରବର୍ତ୍ତୀ ସିଜିନ୍ ପାଇଁ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯାଇଛି । ଭାରତର ଷ୍ଟାର କ୍ରିକେଟର ରାହୁଲ ଦ୍ରାବିଡ ଇସ୍ତଫା ଦେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଦ୍ରାବିଡ ଅଗଷ୍ଟ 2025ରେ ରାଜସ୍ଥାନ ରୟାଲ୍ସ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ସାଙ୍ଗାକାରା 2021-2024 ପର୍ଯ୍ୟନ୍ତ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ସାଙ୍ଗାକାରାଙ୍କ ପ୍ରଶିକ୍ଷଣରେ, ଦଳ IPL 2022ର ଫାଇନାଲରେ ପହଞ୍ଚିଥିଲା ​​ଏବଂ 2024 ସିଜିନ୍ ସମୟରେ ପ୍ଲେଅଫରେ ପହଞ୍ଚିବାରେ ସଫଳ ହୋଇଥିଲା ।

ପୁଣି ମିଳିଲା ଦାୟିତ୍ବ
ଏବେ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ଭାବରେ କୁମାର ସାଙ୍ଗାକାରାଙ୍କୁ ପୁଣି ଥରେ ଦାୟିତ୍ବ ହସ୍ତାନ୍ତର କରିଛି ଦଳ । ରାହୁଲ ଦ୍ରାବିଡ ବହୁ ବର୍ଷର ଚୁକ୍ତିରେ ରାଜସ୍ଥାନ ରୟାଲ୍ସ ସହିତ ଜଡିତ ଥିଲେ । ହେଲେ ଦ୍ରାବିଡଙ୍କ ପ୍ରଶିକ୍ଷଣରେ, ରାଜସ୍ଥାନ ରୟାଲ୍ସ ଖରାପ ପ୍ରଦର୍ଶନ କରିଥିଲା । 14ଟି ମ୍ୟାଚ୍ ମଧ୍ୟରୁ କେବଳ ୪ଟି ଜିତିଥିଲା ​​ଏବଂ ପଏଣ୍ଟ ଟେବୁଲରେ ନବମ ସ୍ଥାନ ଅଧିକାର କରିଥିଲା ଦଳ । ଏହି କାରଣରୁ ଦ୍ରାବିଡ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏବେ ସାଙ୍ଗାକାରାଙ୍କୁ ପୁଣି ଥରେ ଦାୟିତ୍ବ ଦେଇ ଦଳ ଆଗାମୀ ଆଇପିଏଲରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ।

ମନୋଜ ବଡାଲେଙ୍କ ପ୍ରତିକ୍ରିୟା
ରାଜସ୍ଥାନ ରୟାଲ୍ସର ମାଲିକ ମନୋଜ ବଡାଲେ କହିଛନ୍ତି ଯେ, ” ଟିମ୍‌କୁ ଏବେ ଯାହା ଦରକାର ତାହା କେବଳ କୁମାର ସାଙ୍ଗାକାରା ଦେଇପାରିବେ । କାରଣ ବହୁ ବର୍ଷ ଧରି ସେ ଦଳ ସହ କାମ କରିଥିବାରୁ ଦଳକୁ ଭଲ ଭାବରେ ଜାଣିଛନ୍ତି । ଦଳକୁ କିଭଳି ଆଗକୁ ନିଆଯାଇପାରିବ ତାହା ତାଙ୍କୁ ଜଣା । ଆମେ ସର୍ବଦା କୁମାରଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖି ଆସିଛୁ । ତାଙ୍କର ସ୍ପଷ୍ଟତା, ଶାନ୍ତ ଆଚରଣ ଏବଂ କ୍ରିକେଟ୍ ବୁଦ୍ଧି ଦଳକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।”

The post ନିଲାମ ପୂର୍ବରୁ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ହେଲେ ସାଙ୍ଗାକାରା appeared first on Truthink.

‘MCC ଚ୍ୟାଲେଞ୍ଜ ଟ୍ରଫି’: ଲୋଧଣିକୁ ହରାଇ ବଡଝରା ଚମ୍ପିୟାନ
ପରଜଙ୍ଗ : ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପଶି ଅଞ୍ଚଳ ହାଇସ୍କୁଲ ଖେଳ ପଡିଆରେ ଲୋଧଣି ଟିମକୁ ହରାଇ ‘MCC ଚ୍ୟାଲେଞ୍ଜ ଟ୍ରଫି’କୁ ହାତେଇବାରେ ସଫଳ ହୋଇଛି ବଡଝରା ଟିମ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ସୋମବାର ଶେଷ ହୋଇଛି । ଫାଇନାଲ ମ୍ୟାଚଟି ତିନୋଟି ପର୍ଯ୍ୟାୟରେ ଖେଳ ହେବାର ରହିଥିଲା ବେଳେ ଲଗାତାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ବଡଝରା ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ 16ଟି ଟିମ ଭାଗ ନେଇଥିଲେ ।

ତେବେ 10 ଓଭର ବିଶିଷ୍ଟ ପ୍ରଥମ ପର୍ଯ୍ୟାୟ ଖେଳରେ ଲୋଧଣି ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 10 ଓଭର ଶେଷ ସୁଦ୍ଧା 6 ୱିକେଟ ହରାଇ 130 ରନ ସଂଗ୍ରହ କରିଥିବା ବେଳେ ଏହାର ଜବାବରେ ବଡଝରା ଟିମ୍ 9 ଓଭରରେ 4 ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରିନେଇ ବିଜୟୀ ହୋଇଥିଲେ ।

ଦ୍ଵିତୀୟ ପର୍ଯ୍ୟାୟ ଖେଳରେ 8 ଓଭର ଅନୁଷ୍ଠିତ ହୋଇଥିଲା । ବଡ଼ଝରା ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 8 ଓଭର ଶେଷ ସୁଦ୍ଧା 4 ୱିକେଟ ହରାଇ 109 ରନ ସଂଗ୍ରହ କରିଥିବା ବେଳେ ଏହାର ଜବାବରେ ଲୋଧଣି ଟିମ୍ ସମସ୍ତ ୱିକେଟ ହରାଇ 82 ରନ କରି ପରାଜୟ ବରଣ କରିଥିଲା । ଯାହା ଫଳରେ ବଡଝରା ଟିମ୍ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲେ ।

ଉଦଯାପନୀ ଉତ୍ସବରେ ସମାଜ ସେବୀ ତଥା ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପଞ୍ଚାୟତ ସରପଞ୍ଚ ସସ୍ମିତା ସାହୁ , ସମିତି ସଭ୍ୟ ବାବୁଲା ବିଶ୍ଵାଳ ,ଗ୍ରାମ୍ୟ କମିଟି ସଭାପତି ବିନୟ କୁମାର ସାହୁ ଓ ପୂର୍ବତନ ସମିତି ସଭ୍ୟ ସର୍ବେଶ୍ଵର ବିଶ୍ଵାଳ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ରନର୍ସ ଦଳକୁ ସରପଞ୍ଚ ଶ୍ରୀମତୀ ସାହୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରିଥିବା ବେଳେ ଚାମ୍ପିଅନ ଦଳକୁ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ୍,ବେଷ୍ଟ ବ୍ୟାଟ୍ସ୍ ମ୍ୟାନ ବଡ଼ଝରା ସପକ୍ଷରେ ଯାଇଥିବା ବେଳେ ମ୍ୟାନ ଅଫ ଦି ସିରିଜ ଓ ବେଷ୍ଟ ବୋଲର ଲୋଧଣି ଟିମ୍ ସପକ୍ଷରେ ଯାଇଥିଲା ।

ସୂଚନା ଥାଉକି, ଖେଳ ପରିଚାଳନା ଦାୟିତ୍ୱ ସୁଜିତ କୁମାର ସାହୁ, ଦିଲୀପ କୁମାର ମହାପାତ୍ର ଏବଂ ନାନକ କୁମାର ସାହୁ ସମ୍ଭାଳି ଥିଲେ ।

The post ‘MCC ଚ୍ୟାଲେଞ୍ଜ ଟ୍ରଫି’: ଲୋଧଣିକୁ ହରାଇ ବଡଝରା ଚମ୍ପିୟାନ appeared first on Truthink.

ମା’ ଗ୍ରାମେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ପରଜଙ୍ଗ ଟିମ୍ ଚାମ୍ପିଅନ
ପରଜଙ୍ଗ : ପରଜଙ୍ଗ ପଞ୍ଚାୟତ ଜହ୍ନାପଡ଼ା ଗ୍ରାମ ଖେଳ ପଡିଆରେ ମା’ ଗ୍ରାମେଶ୍ୱରୀ କ୍ରିକେଟ କ୍ଲବ୍ ଆନୁକୁଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ । ୩ ଟି ପର୍ଯ୍ୟାୟ ବିଶିଷ୍ଟ ଫାଇନାଲ ମ୍ୟାଚ ପରଜଙ୍ଗ କ୍ରିକେଟ କ୍ଲବ୍ ଓ ତାଳଚେର ବଡଯୋରାଡା କ୍ରିକେଟ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ପଡ଼ିଆର ପ୍ରଥମ ମ୍ୟାଚ ୧୦ ଓଭର ଖେଳ ଅନୁଷ୍ଠିତ ହୋଇଥିବା ବେଳେ ପରଜଙ୍ଗ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୦ ଓଭର ଶେଷ ସୁଦ୍ଧା ୪ ୱିକେଟ ହରାଇ ୧୧୦ ରନ ସଂଗ୍ରହ କରିଥିବା ବେଳେ ଜବାବରେ ବଡଯୋରଡା ଟିମ୍ ୧୦ ଓଭର ଶେଷ ସୁଦ୍ଧା ୮ ୱିକେଟ ହରାଇ ୮୭ ରନ ସଂଗ୍ରହ କରି ପରାଜୟ ବରଣ କରିଥିଲେ ।

ପଡ଼ିଆର ଦ୍ଵିତୀୟ ମ୍ୟାଚ ୮ ଓଭର ବିଶିଷ୍ଟ ଖେଳ ଅନୁଷ୍ଠିତ ହୋଇଥିଲା । ବଡଯୋରଡା ଟିମ୍ ପ୍ରଥମେ ବ୍ୟାଟିଂ କରି ୮ ଓଭର ଶେଷ ସୁଦ୍ଧା ୭ ୱିକେଟ ହରାଇ ୧୧୮ ରନ ସଂଗ୍ରହ କରିଥିଲେ ,ଏହାର ଜବାବରେ ପରଜଙ୍ଗ ଟିମ୍ ୮ ଓଭର ଶେଷ ସୁଦ୍ଧା ୫ ୱିକେଟ ହରାଇ ୮୬ ରନ ସଂଗ୍ରହ କରି ପରାଜିତ ହୋଇଥିଲା । ତୃତୀୟ ତଥା ଅନ୍ତିମ ମ୍ୟାଚ ୨ ଓଭର ବିଶିଷ୍ଟ ଖେଳ ଅନୁଷ୍ଠିତ ହୋଇଥିଲା । ପରଜଙ୍ଗ ଟିମ୍ ପ୍ରଥମେ ବ୍ୟାଟିଂ କରି ୨ ଓଭରରେ ୨ ୱିକେଟ ହରାଇ ୨୯ ରନ ସଂଗ୍ରହ କରିଥିବା ବେଳେ ଏହାର ଜବାବରେ ବଡଯୋରଡା ଟିମ୍ ୩ ୱିକେଟ ହରାଇ ୨୬ ରନ ସଂଗ୍ରହ କରି ପରାଜୟ ବରଣ କରିଥିଲେ । ଫଳରେ ପରଜଙ୍ଗ ଟିମ୍ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା ।

ଉଦଯାପନୀ ଉତ୍ସବରେ ଅଞ୍ଚଳର ଜଣାଶୁଣା ବୟୋଜ୍ୟେଷ୍ଠ ବ୍ୟକ୍ତି ତଥା ଜହ୍ନାପଡ଼ା ଗ୍ରାମର ତଅଁଳୁ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପରଜଙ୍ଗ ଗ୍ରାମର ସଭାପତି ଶାନ୍ତନୁ କୁମାର ସାମଲ ଓରଫ ଜିତୁ, ସାନଭି ହୋଲସେଲିଂ ସେଣ୍ଟର ପ୍ରୋପାଇଟର ବିଶ୍ୱଜିତ୍ ନାୟକ ଓରଫ୍ ଲିଲୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ମ୍ୟାନ ଅଫ ଦି ମ୍ୟାଚ୍, ମ୍ୟାନ ଅଫ ଦି ସିରିଜ ପରଜଙ୍ଗ ଟିମ୍ ସପକ୍ଷରେ ଯାଇଥିବା ବେଳେ ବେଷ୍ଟ ବୋଲର ଓ ବେଷ୍ଟ ବ୍ୟାଟ୍ସମ୍ୟାନ୍ ବଡଯୋରଡା ଟିମ୍ ସପକ୍ଷରେ ଯାଇଥିଲା ।

The post ମା’ ଗ୍ରାମେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ପରଜଙ୍ଗ ଟିମ୍ ଚାମ୍ପିଅନ appeared first on Truthink.

ପଥରଖମ୍ବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଚାନ୍ଦପୁର ଦଳ ଚମ୍ପିୟାନ
ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ପଥରଖମ୍ବ ଗ୍ରାମର ଜୟ ବଜରଙ୍ଗଵାଲୀ କ୍ରିକେଟ କ୍ଳବ ଆନୁକୁଲ୍ୟରେ ୮ଦିନ ଧରି ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଅପରାହ୍ନ ୫ଟାରେ ଉଦଯାପିତ ହୋଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଟିମ୍ ଅଂଶଗ୍ରହଣ କରିଥିଲେ ।

ଫାଇନାଲ ମ୍ୟାଚଟି କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣି ଦଳ ଓ ପରଜଙ୍ଗ ବ୍ଲକ ଚାନ୍ଦପୁର ଦଳ ମଧ୍ୟରେ ତିନୋଟି ପର୍ଯ୍ୟାୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଗଡ଼ପଳାଶୁଣି ଦଳ ବ୍ୟାଟି କରି ୮ ଓଭର ଶେଷ ସୁଦ୍ଧା ୯ ୱକେଟ ହରାଇ ୮୦ ରନ୍ ସଂଗ୍ରହ କରିଥିଲା ତାର ଜବାବରେ ଚାନ୍ଦପୁର ଦଳ ୬ ୱିକେଟ ହରାଇ ୮୧ରନ୍ କରି ବିଜୟୀ କରିଥିଲା । ଦ୍ବିତୀୟ ମ୍ୟାଚ୍ ଟି ଚାନ୍ଦପୁର କ୍ରିକେଟ ଦଳ ପ୍ରଥମେ ବ୍ୟାଟିଂ କରି ୬ ଓଭରରେ ୪ୱିକେଟ ବିନିମୟରେ ୮୫ ରନ୍ ସଂଗ୍ରହ କରିଥିଲା ତାର ଜବାବରେ ଗଡ଼ପଳଶୁଣି ଦଳ ୬ ଓଭର ଶେଷ ସୁଦ୍ଧା ୪ ଗୋଟି ୱିକେଟ ହରାଇ ୭୧ ରନ୍ କରି ପରାଜୟ ହୋଇଥିଲା ବେଳେ ଚାନ୍ଦପୁର ଦଳ ବିଜୟୀ ହୋଇଥିଲା ।

ପଥରଖମ୍ବ ଗ୍ରାମ୍ୟ ସଭାପତି ଗଣେଶ୍ଵର ସାହୁ ଓ ସମ୍ପାଦକ ପ୍ରଣବ ବେହେରା ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ୍ ମ୍ୟାନ ଅଫ ସିରିଜ୍ ଲିପୁ ସାହୁ ଚାନ୍ଦପୁର ଦଳ ପକ୍ଷରୁ ବିବେଚିତ ହୋଇଥିଲେ । ଜିତେନ୍ଦ୍ର ସାହୁ ଓ ବିକାଶ ସାହୁ ଖେଳ ପରିଚାଳନା କରିଥିଲେ । କ୍ଲବ୍ର ସୁନିଲ ସାହୁ, ନରି ବିଶ୍ଵାଳ, ଶମ୍ଭୁନାଥ ସାହୁ, ରାହୁଲ ସାହୁ, ବିକାଶ ସାହୁ ଏବଂ ଅନ୍ୟ ସମସ୍ତ ସଦସ୍ୟମାନେ ଉପସ୍ଥିତି ରହି ସହଯୋଗ କରିଥିଲେ ।

The post ପଥରଖମ୍ବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଚାନ୍ଦପୁର ଦଳ ଚମ୍ପିୟାନ appeared first on Truthink.

ମା’ ଲଣ୍ଡାବିରୀ କ୍ରିକେଟ ଟୁର୍ନାମେଣ୍ଟ: ବାବା ଗୋବିନ୍ଦ ଦାସ ଟିମ ଚମ୍ପିୟାନ
ପରଜଙ୍ଗ : ମଙ୍ଗଳବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପସି ରେଲୱେ ଷ୍ଟେସନ ଗ୍ରାଉଣ୍ଡରେ ଜୟ ବଜରଙ୍ଗବାଲି ଏଚ ପି ଗ୍ୟାସର ସୌଜନ୍ୟରେ ହୋଇଥିବା କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ତେବେ ଉଦଯାପନୀ ଦିବସରେ ବାରିହାପୁରର ବାବା ଗୋବିନ୍ଦ ଦାସ କ୍ରିକେଟ କ୍ଲବ ଏବଂ ବାରିହାପୁରର ବାବା ଚନ୍ଦ୍ରଶେଖର କ୍ରିକେଟ କ୍ଲବ ମଧ୍ୟରେ ଖେଳ ଦେଖିବାକୁ ମିଳିଥିଲା ।

ସୂଚନା ମୁତାବକ, ବାବା ଚନ୍ଦ୍ର ଶେଖର ଦଳ ଟସ ଜିତି ଫିଲଡିଂ କରିବାର ନିଷ୍ପତି ନେଇ ବାବା ଗୋବିନ୍ଦ ଦାସ ଦଳକୁ ବ୍ୟାଟିଂ ପାଇଁ ସୁଯୋଗ ଦେଇଥିଲା । ଏହି ଖେଳ 15 ଓଭର ବିଶିଷ୍ଟ ହୋଇଥିବାବେଳେ ପ୍ରଥମ ଇନିଂସରେ ବାବା ଗୋବିନ୍ଦ ଦାସ ଟିମ 13 ଓଭର 4 ଗୋଟି ବଲ ଖେଳି ସମସ୍ତ ଉଇକେଟ ହରାଇ 145 ରନ ସଂଗ୍ରହ କରିଥିଲା । ଏହାର ଜବାବରେ ବାବା ଚନ୍ଦ୍ର ଶେଖର ଟିମ 12 ଓଭରରେ ସମସ୍ତ ଉଇକେଟ ହରାଇ 77 ରନ ସଂଗ୍ରହ କରି ପରାଜୟ ହୋଇଥିଲା ।

ଉକ୍ତ ଖେଳରେ ବାବା ଗୋବିନ୍ଦ ଦାସ ଟିମ ବାରିହାପୁର ଚମ୍ପିୟାନ ହୋଇଥିବବେଳେ, ମ୍ୟାନ ଅଫ ମ୍ୟାଚ ଅଶ୍ୱିନୀ ଏବଂ ମ୍ୟାନ ଅଫ ସିରିଜ କାଳିଆ ହୋଇଥିଲେ ।

ଏହି ଉଦଯାପନି ଦିବସରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ପ୍ରଶାନ୍ତ କୁମାର ଦଳବେହେରା ଯୋଗ ଦେଇଥିଲାବେଳେ ସମ୍ମାନିତ ଅତିଥି କୁଆଳୁ କଲେଜ ଖେଳ ଶିକ୍ଷକ ଶ୍ରବଣ ଜେନା, ଯୁବା ସଂଗଠନ ସଭାପତି ଶ୍ରବଣ କୁମାର ସାହୁ, ସାମ୍ବାଦିକ ସୁବଳ ରାଉତ ସମେତ ଯୋଗଦେଇ ଖେଳାଳିମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ ।

ଖେଳକୁ ନାନକ ସାହୁ, ସୁବ୍ରତ ସାହୁ ପରିଚାଳନା କରିଥିବା ବେଳେ ପ୍ରକାଶ ସାମଲ ଧାରା ବିବରଣୀ କରିଥିବା ସହ ମା ଲଣ୍ଡାବିରୀ କ୍ରିକେଟ ଦଳର ସମସ୍ତ ସଦସ୍ୟ ବୃନ୍ଦ ପୂର୍ଣ୍ଣ ସହଯୋଗ କରିଥିଲେ ।

The post ମା’ ଲଣ୍ଡାବିରୀ କ୍ରିକେଟ ଟୁର୍ନାମେଣ୍ଟ: ବାବା ଗୋବିନ୍ଦ ଦାସ ଟିମ ଚମ୍ପିୟାନ appeared first on Truthink.

ଜଟିଆ BBCC କ୍ରିକେଟ 28 ତମ ଉଦଯାପନୀ ମ୍ୟାଚରେ କୁଲେଇ ବିଜୟୀ
ପରଜଙ୍ଗ : ଜଟିଆ ପିତାବଳି ଷ୍ଟାଡିୟମ୍ ଠାରେ BBCC ଚାଲିଥିବା ଟୁର୍ଣ୍ଣାମେଣ୍ଟର 28ତମ ଉଦଯାପନୀ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଉଦଯାପନୀ ମ୍ୟାଚ୍ଟି କୁଲେଇ ଓ ଖାଲପାଳ କ୍ରିକେଟ କ୍ଲବ୍ ମଧ୍ୟରେ 3ଟି ହୋଇଥିଲା । ପ୍ରଥମ ମ୍ୟାଚ୍ କୁଲେଇ ଟସରେ ବିଜୟ ଲାଭ କରି ପ୍ରଥମେ ବ୍ୟାଟିଂଙ୍ଗି କରି 10 ଓଭର ସମସ୍ତ ୱିକେଟ ହରାଇ 51 ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଖାଲପାଳ 6 ଓଭର 1 ୱିକେଟ ହରାଇ 54 ରନ ସଂଗ୍ରହ କରି ବିଜୟ ଲାଭ କରିଥିଲା ।

2ୟ ମ୍ୟାଚରେ ପ୍ରଥମେ ଖାଲପାଳ ବ୍ୟାଟିଂ କରି 8 ଓଭରରେ 8ୱିକେଟ ହରାଇ 74 ରନ ସଂଗ୍ରହ କରିଥିଲା । ଏହାର ଜବାବରେ କୁଲେଇ 5 ଓଭରରେ 2ଟି ୱିକେଟ ହରାଇ 75 ରନ ସଂଗ୍ରହ କରି ବିଜୟ ଲାଭ କରିଥିଲା।

3ୟ ମ୍ୟାଚ୍ କୁଲେଇ ପ୍ରଥମେ ବ୍ୟାଟିଂ କରି 8 ଓଭରରେ 8 ୱିକେଟ ହରାଇ 103 ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଖାଲପାଳ 7 ଓଭରରେ ସମସ୍ତ ୱିକେଟ ହରାଇ 53 ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା ।

ଆଜିର ଫାଇନାଲ ମ୍ୟାଚରେ କୁଲେଇ ଟିମ୍ 3 ଗୋଟି ମ୍ୟାଚରୁ 2 ଗୋଟି ମ୍ୟାଚରେ ବିଜୟ ଲାଭ କରି ୱିନର ହୋଇଥିଲା । ଏହି ମ୍ୟାଚ୍ରେ କୁଲେଇର ଶିପୁ ‘ମ୍ୟାନ ଅଫ ଦ ମ୍ୟାଚ୍’, ମ୍ୟାନ ଅଫ ଦ ସିରିଜ୍ କୁଲେଇର ପ୍ରଶାନ୍ତ, ବେଷ୍ଟ ବ୍ୟାଟସ ମ୍ୟାନ ଖାଲପାଳ ଅନିଲ, ବେଷ୍ଟ ବୋଲର କୁଲେଇ ଜୁବି, ବେଷ୍ଟ ଫିଲ୍ଡର ଖାଲପାଳ ଓମ ହୋଇଥିଲେ ।

ଆଜିର ଉଦଯାପନୀ ମ୍ୟାଚରେରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ଅକ୍ଷୟ କୁମାର ବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟ ନିରାକାର ପ୍ରଧାନ, ଜିଲ୍ଲାପରିଷଦ ସଦସ୍ୟା ରୁନୁ ବର୍ମା, ସରପଞ୍ଚ କୃଷ୍ଣ ଚନ୍ଦ୍ର ମହାନ୍ତି, ସମିତି ସଭ୍ୟ ବାସୁଦେବ ଦାସ, ପ୍ରେମାନନ୍ଦ ସାହୁ ଜିଲ୍ଲା ସମ୍ପାଦକ ବିଜୁ ଯୁବ ଜନତା ଦଳ, ସମାଜ ସେବୀ ରବିନାରାୟଣ ସାହୁ, ଶ୍ରମିକନେତା ଦିଲ୍ଲୀପ ବର୍ମା, 11 ୱାର୍ଡ ମେମ୍ବର ଅଞ୍ଜଳି ଦେହୁରୀ ଯୋଗ ଦେଇ ଉଭୟ ଟିମ୍ଙ୍କୁ ଟ୍ରଫି ପ୍ରଦାନ କରିଥିଲେ ।

The post ଜଟିଆ BBCC କ୍ରିକେଟ 28 ତମ ଉଦଯାପନୀ ମ୍ୟାଚରେ କୁଲେଇ ବିଜୟୀ appeared first on Truthink.

8ତମ ମା’ ଲଣ୍ଡାବିର କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପନୀ ହୋଇଯାଇଛି
ପରଜଙ୍ଗ : ଶନିବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଈ ସ୍ଥିତ ରତ୍ନପୁର ଗ୍ରାମରେ ମା ଲଣ୍ଡାବବିର ସଂଘ ପକ୍ଷରୁ 8ତମ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପନୀ ହୋଇଯାଇଛି l ଏହି ଉଦଯାପନୀର ଫାଇନାଲ ମ୍ୟାଚଟି କୁମୁସୀ ଓ ବଲ୍ହର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଟଚ ଜିତି କୁମୁସୀ ବ୍ୟାଟି କରିବାର ନିଷ୍ପତି ନେଇ 12 ଓଭରରେ 6ଟି ଓ୍ଵିକେଟ ହରାଇ 145 ରନ ସଂଗ୍ରହ କରିଥିଲା l ଏହାର ଜବାବରେ ବଲ୍ହର 12 ଓଭରରେ 8 ଓ୍ଵିକେଟ ହରାଇ 117 ରନ କରି କୁମୁସୀ ଠାରୁ ପରାଜିତ ହୋଇଥିଲା l

ତେବେ ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ଯୁବ ନେତା ଅସିତ କୁମାର ରାୟ ଚୌଧୁରୀ (ଚିଣ୍ଟୁ ଭାଇ ) ଯୋଗଦେଇଥିଲାବେଳେ 2 ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ ଓ ଅକ୍ଷୟ ବେହେରା (ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ) ସନ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l

ମା ଲଣ୍ଡାବୀର କ୍ଲବ କର୍ମ କର୍ତ୍ତାଙ୍କ ଉଦ୍ୟମରେ ଏବଂ ଏ ଅଞ୍ଚଳର କିଛି କ୍ରିକେଟ ପ୍ରେମୀମାନଙ୍କ ସହଯୋଗରେ ପ୍ରତିବର୍ଷ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ଆସୁଅଛି l ଏଥି ସହିତ ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ କେଉଁଝର ଜିଲ୍ଲାର ସୁରଜ ପାତ୍ର ଡ୍ୟାନ୍ସ ମାଧ୍ୟମରେ ଖେଳ ପରିଚାଳନା କରି ଦର୍ଶକ ମାନଙ୍କ ମନ ମୋହିଥିବା ଦେଖିବାକୁ ମିଳିଥିଲା l ଗ୍ରାମାଞ୍ଚଳର ଏହି କ୍ରିକେଟ ଖେଳ ଦେଖିବା ପାଇଁ ପଡିଆରେ ହଜାର ହଜାର ଦର୍ଶକଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା l ପରି ଶେଷରେ ଅତିଥି ମାନେ ଚମ୍ପିଆନ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ l

The post 8ତମ ମା’ ଲଣ୍ଡାବିର କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପନୀ ହୋଇଯାଇଛି appeared first on Truthink.