ମା’ ଲଣ୍ଡାବିରୀ କ୍ରିକେଟ ଟୁର୍ନାମେଣ୍ଟ: ବାବା ଗୋବିନ୍ଦ ଦାସ ଟିମ ଚମ୍ପିୟାନ

ଖେଳ
ସେୟାର କରନ୍ତୁ

ପରଜଙ୍ଗ : ମଙ୍ଗଳବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପସି ରେଲୱେ ଷ୍ଟେସନ ଗ୍ରାଉଣ୍ଡରେ ଜୟ ବଜରଙ୍ଗବାଲି ଏଚ ପି ଗ୍ୟାସର ସୌଜନ୍ୟରେ ହୋଇଥିବା କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ତେବେ ଉଦଯାପନୀ ଦିବସରେ ବାରିହାପୁରର ବାବା ଗୋବିନ୍ଦ ଦାସ କ୍ରିକେଟ କ୍ଲବ ଏବଂ ବାରିହାପୁରର ବାବା ଚନ୍ଦ୍ରଶେଖର କ୍ରିକେଟ କ୍ଲବ ମଧ୍ୟରେ ଖେଳ ଦେଖିବାକୁ ମିଳିଥିଲା ।

ସୂଚନା ମୁତାବକ, ବାବା ଚନ୍ଦ୍ର ଶେଖର ଦଳ ଟସ ଜିତି ଫିଲଡିଂ କରିବାର ନିଷ୍ପତି ନେଇ ବାବା ଗୋବିନ୍ଦ ଦାସ ଦଳକୁ ବ୍ୟାଟିଂ ପାଇଁ ସୁଯୋଗ ଦେଇଥିଲା । ଏହି ଖେଳ 15 ଓଭର ବିଶିଷ୍ଟ ହୋଇଥିବାବେଳେ ପ୍ରଥମ ଇନିଂସରେ ବାବା ଗୋବିନ୍ଦ ଦାସ ଟିମ 13 ଓଭର 4 ଗୋଟି ବଲ ଖେଳି ସମସ୍ତ ଉଇକେଟ ହରାଇ 145 ରନ ସଂଗ୍ରହ କରିଥିଲା । ଏହାର ଜବାବରେ ବାବା ଚନ୍ଦ୍ର ଶେଖର ଟିମ 12 ଓଭରରେ ସମସ୍ତ ଉଇକେଟ ହରାଇ 77 ରନ ସଂଗ୍ରହ କରି ପରାଜୟ ହୋଇଥିଲା ।

ଉକ୍ତ ଖେଳରେ ବାବା ଗୋବିନ୍ଦ ଦାସ ଟିମ ବାରିହାପୁର ଚମ୍ପିୟାନ ହୋଇଥିବବେଳେ, ମ୍ୟାନ ଅଫ ମ୍ୟାଚ ଅଶ୍ୱିନୀ ଏବଂ ମ୍ୟାନ ଅଫ ସିରିଜ କାଳିଆ ହୋଇଥିଲେ ।

ଏହି ଉଦଯାପନି ଦିବସରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ପ୍ରଶାନ୍ତ କୁମାର ଦଳବେହେରା ଯୋଗ ଦେଇଥିଲାବେଳେ ସମ୍ମାନିତ ଅତିଥି କୁଆଳୁ କଲେଜ ଖେଳ ଶିକ୍ଷକ ଶ୍ରବଣ ଜେନା, ଯୁବା ସଂଗଠନ ସଭାପତି ଶ୍ରବଣ କୁମାର ସାହୁ, ସାମ୍ବାଦିକ ସୁବଳ ରାଉତ ସମେତ ଯୋଗଦେଇ ଖେଳାଳିମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ ।

ଖେଳକୁ ନାନକ ସାହୁ, ସୁବ୍ରତ ସାହୁ ପରିଚାଳନା କରିଥିବା ବେଳେ ପ୍ରକାଶ ସାମଲ ଧାରା ବିବରଣୀ କରିଥିବା ସହ ମା ଲଣ୍ଡାବିରୀ କ୍ରିକେଟ ଦଳର ସମସ୍ତ ସଦସ୍ୟ ବୃନ୍ଦ ପୂର୍ଣ୍ଣ ସହଯୋଗ କରିଥିଲେ ।


ସେୟାର କରନ୍ତୁ