ବିମାନରେ ବୃଦ୍ଧଙ୍କ ବଦମାସୀ, ବାନ୍ଧିଲା ପୁଲିସ

ଅପରାଧ
ସେୟାର କରନ୍ତୁ

ନୂଆଦିଲ୍ଲୀ,(ଏଜେନ୍ସି): ଭିସ୍ତାରା ବିମାନରେ ଜଣେ ମହିଳା ସେବିକା ବା ଏୟାର ହୋଷ୍ଟେସଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୁଲିସ୍ ପୁନେର ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରିଛି । ତାଙ୍କୁ ବିମାନ ସେବା ଯୋଗାଣକାରୀ ସଂସ୍ଥା ପକ୍ଷରୁ ନୋ-ଫ୍ଲାଏ ଲିଷ୍ଟ ତାଲିକାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଜଣାପଡ଼ିଛି । ଯଦି ଏପରି ହୁଏ, ତା’ହେଲେ ବ୍ୟକ୍ତି ଜଣଙ୍କ ଦେଶର ପ୍ରଥମ ବ୍ୟକ୍ତି ଭାବେ ଏହି ବିରଳ ତାଲିକାରେ ସ୍ଥାନ ପାଇବେ ।

ବିମାନ ସେବା ଯୋଗାଣକାରୀ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଆମେ ଏସଂକ୍ରାନ୍ତରେ ପୁଲିସକୁ ଜଣାଇ ସାରିଛୁ । ଆମେ କେବଳ ଏବେ ତଦନ୍ତ କେବେ ଶେଷ ହେଉଛି, ତାକୁ ଅପେକ୍ଷା କରିଛୁ । ଏହାପରେ ଆମେ ଉକ୍ତ ବ୍ୟକ୍ତି ଜଣଙ୍କୁ ନୋ-ଫ୍ଲାଏ-ଲିଷ୍ଟରେ ସାମିଲ କରିବୁ କି ନାହିଁ ନିଷ୍ପତ୍ତି ନେବୁ । ଯଦି ସେ ଏହି ତାଲିକାରେ ସାମିଲ ହୁଅନ୍ତି ତା’ହେଲେ ତାଙ୍କୁ ୩ ମାସ କାଳ କୌଣସି ବିମାନସେବା ଯୋଗାଇ ଦିଆଯିବ ନାହିଁ । ଏପରି କି ଏହା ୬ ମାସ ମଧ୍ୟ ହୋଇପାରେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଭିସ୍ତାରା ମୁଖପାତ୍ର କହିଛନ୍ତି ବିମାନ ନମ୍ବର ୟୁକେ-୯୯୭ଟି ଲକ୍ଷନୋରୁ ଦିଲ୍ଲୀ ଆସୁଥିବା ବେଳେ ଆମର ଜଣେ ମହିଳା କର୍ମଚାରୀଙ୍କୁ ବ୍ୟକ୍ତି ଜଣଙ୍କ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ବ୍ୟକ୍ତି ଜଣଙ୍କ ମହିଳା ଜଣଙ୍କୁ ଅଶ୍ଳୀଳ ସ୍ପର୍ଶ କରିଥିବା ଜଣାପଡ଼ିଥିଲା । ଏହାପରେ ଆମେ ପୁଲିସରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲୁ ବୋଲି ସେ କହିଛନ୍ତି ।


ସେୟାର କରନ୍ତୁ