ପ୍ରେମିକା ସମ୍ମୁଖରେ ଜୀବନହାରିଲେ ପ୍ରେମିକ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ମନମାଳୀନକୁ କେନ୍ଦ୍ର କରି ଜଣେ ପ୍ରେମିକ ତାଙ୍କ ପ୍ରେମିକା ଚୂନୀରେ ଜୀବନ ହାରିଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଖଣ୍ଡଗିରି ଥାନା ଅଧିନ ଜୟଦେବ ବାଟିକା ଭିତରେ । ଯାହା ଆଜି ପୁରା ଅଚଂଳରେ ଚର୍ଚ୍ଚାର ବିଷୟ ହୋଇଛି । ପାର୍କରେ ଡ୍ୟୁଟି କରୁଥିବା କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିବା ସହ ପରେ ଖଣ୍ଡଗିରି ଥାନାକୁ ଖବର ଦେଇଥିଲେ । ମୃତ ପ୍ରେମିକ ଜଣଙ୍କ ହେଲେ ଶଶିକାନ୍ତ ପଣ୍ଡା ।

ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଚିଂ ପ୍ରେମିକର ମୃତଦେହକୁ ଜବତ କରିବା ସହ ପ୍ରେମିକାକୁ ମହିଳା ଥାନା ପୁଲିସକୁ ହସ୍ତାନ୍ତର କରିଛି । ତାକୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ସୂଚନା ମିଳିଛି । ପ୍ରେମିକା ଜଣଙ୍କ ହେଲେ ଅନୁଗୋଳ ଜିଲ୍ଲା ବଅଁରପାଳର ସୁରେସ୍ମିତା ମଧୁସ୍ମିତା । ସେ ଏକ୍ସିସ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରନ୍ତି । ପୁଲିସ ମୃତ ଶଶିକାନ୍ତଙ୍କ ଶବକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି । ମୃତ ଶଶିକାନ୍ତ ପୂର୍ବରୁ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲାର ଶଶିକାନ୍ତ ଭୁବନେଶ୍ୱର ବରମୁଣ୍ଡା ହାଉସିଂବୋର୍ଡରେ ଭଡାରେ ରହୁଥିଲେ । ଶଶିକାନ୍ତ ବରମୁଣ୍ଡରେ ଥିବା ଏକ୍ସିସ ବ୍ୟାଙ୍କର ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି । ସେହି ବ୍ୟାଙ୍କରେ ସୁରେସ୍ମିତା ମଧୁସ୍ମିତା ସିକ୍ୟୁରିଟ ିଗାର୍ଡ ଭାବେ କାର୍ଯ୍ୟ କରନ୍ତି । ଦୁଇ ବର୍ଷ ତଳେ ମଧୁସ୍ମିତା ଓ ଶଶିକାନ୍ତଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଦୁହେଁ ଦୁହିଁଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

ଗତ କିଛି ଦିନ ହେବ ମଧୁସ୍ମିତା ଜାଣିବାକୁ ପାଇଥିଲେ ଯେ, ଶଶିକାନ୍ତ ବିବାହ କରିଛନ୍ତି ବୋଲି । ତାଙ୍କର ପୁଅ ମଧ୍ୟ ଥିବା ଜାଣିବୂ ପାଇଥିଲେ । ଏହିସବୁ ଘଟଣା ଜାଣିବା ପରେ ସେ ତାଙ୍କଠାରୁ ଦୂରେଇ ରହିବାକୁ ଚାହିଁଥିଲେ । ହେଲେ ଶଶିକାନ୍ତ ତାଙ୍କୁ ଛାଡିବାକୁ ନାରାଜ ଥିଲେ ।

ଆଜି ବ୍ୟାଙ୍କ ଛୁଟି ଥିବାରୁ ମଧୁସ୍ମିତାଙ୍କୁ ଜୟଦେବ ବାଟିକାକୁ ଦିନ ୪ଟା ସମୟରେ ବୁଲାଇବା ବାହାନାରେ ନେଇଥିଲେ । ଦୁହେଁ କିଛି ସମୟ ପ୍ରେମାଳପ କରିବା ପରେ ପ୍ରେମିକ ଶଶିକାନ୍ତ ପ୍ରେମିକାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଚାହିଥିଲେ ବୋଲି ଜଣାପଡିଛି । ଏହାକୁ ବିରୋଧ କହିଥିଲେ ମଧୁସ୍ମିତା ଯାହକୁ ନେଇ ଦୁହିଁଙ୍କ ମଧ୍ୟରେ କିଛି ସମୟ ପାଇଁ କଥା କଟାକଟି ହୋଇଥିଲା । ଏଥିରେ ରାଗିଯାଇ ପ୍ରେମିକ ଜଣଙ୍କ ପ୍ରେମିକାଙ୍କ ଚୂନୀକୁ ନେଇ ଗଛରେ ଆତ୍ମହତ୍ୟା କରିଥିଲେ । ମଧୁସ୍ମିତା ତାଙ୍କୁ ବହୁତ ରୋକିବାକୁ ଚେଷ୍ଟା ମଧ୍ୟ କରିଥିଲେ ହେଲେ ବିଫଳ ହୋଇଥିଲେ ।


ସେୟାର କରନ୍ତୁ