ବସୋଇ ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଅପରାଧ ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଆଜି ବୁଧବାର ପୂର୍ବାହ୍ନରେ ବସୋଇ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବସୋଇ ଗ୍ରାମର ପଙ୍କଜ ବିଶ୍ୱାଳଙ୍କ ପୁଅ ମନୋଜ ବିଶ୍ୱାଳ (30) ବୋଲି ଜଣାପଡିଛି ।

ସୂଚନା ମୁତାବକ, ମୃତ ଯୁବକ ମନୋଜ ଗତକାଲି ସନ୍ଧ୍ୟାରେ ପାଖ ଗାଁ ଅଁଳାକଟାକୁ ଯାତ୍ରା ଦେଖିବା ପାଇଁ ଯାଇଥିଲେ । କିନ୍ତୁ ଆଜି ଭୋର ସମୟରୁ ବସୋଇ ଗ୍ରାମର ଖୁକୁଣ୍ଡି ଗୋଠ କାଜୁ ଜଙ୍ଗଲରେ ମନୋଜଙ୍କ କ୍ଷତ ବୀକ୍ଷତ ଶବ ପଡିଥିବାର ଦେଖିବାକୁ ପାଇଥିଲେ କିଛି ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ ମୃତ ଦେହ ସହିତ କିଛି ଦୂରରେ ମନୋଜଙ୍କ ବାଇକ ପଡିଥିବା ଦେଖିବାକୁ ମଧ୍ୟ ମିଳିଛି । ଯାହାପରେ ବହୁ ସ୍ଥାନୀୟ ଲୋକଙ୍କ ସମେତ ମୃତକଙ୍କ ପରିବାର ଲୋକ ସେଠାରେ ପହଞ୍ଚିଥିଲେ । ଏହାପରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ସତ୍ୟାସତ୍ୟ ଉପରେ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

ସୂଚନା ଥାଉକି କିଛି ସମ୍ପର୍କୀୟଙ୍କ କାହିବା ଅନୁଯାୟୀ, ଏହି ଘଟଣା ପ୍ରେମ ଜନିତ କାରଣରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେବେ କିଛି ମାସ ପୂର୍ବରୁ ମନୋଜଙ୍କ ବଡ଼ ଭାଇଙ୍କ ଉପରେ ଆକ୍ରମଣ ହୋଇଥିଲା ବୋଲି ମଧ୍ୟ କୁହାଯାଉଛି । ଯାହା ଫଳରେ ମନୋଜଙ୍କ ବଡଭାଇ ବହୁ ଜୋରରେ ଇଂଜୋଡ଼ ହୋଇଥିଲେ ।


ସେୟାର କରନ୍ତୁ