୪.୬ କୋଟି ଦର୍ଶକଙ୍କ ମନ ଜିଣିଲା ‘ସଞ୍ଜୁ’ର ଟିଜର୍

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଛି ‘ସଞ୍ଜୁ’ର ଟିଜର୍ । ରଣବୀର କପୁରଙ୍କ ନିଚ୍ଛକ ଅଭିନୟ ଦର୍ଶକଙ୍କୁ କିମିଆଁ କରିଛି । ମାତ୍ର ଦିନକ ପୂର୍ବରୁ ରିଲିଜ୍ ହୋଇଥିବା ଏହି ଟିଜର୍କୁ ୟୁଟ୍ୟୁବରେ ସାଢେ ଚାରି କୋଟିରୁ ଅଧିକ ଦର୍ଶକ ପସନ୍ଦ କରିଛନ୍ତି । ଅତୀତରେ ‘ମୁନ୍ନା ଭାଇ ଏମ୍ ବିବି ଏସ୍’, ‘ଲଗେ ରହୋ ମୁନ୍ନା ଭାଇ’ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ରାଜ୍ କୁମାର ହିରାନୀ ।

ଏଥର ମୁନ୍ନା ଭାଇଙ୍କ ରିଏଲ୍ ଲାଇଫ୍ ଆଧାରିତ ଫିଲ୍ମ୍‘ସଞ୍ଜୁ’ର ମଧ୍ୟ ସେ ନିର୍ଦ୍ଦେଶନା ଦେଉଛନ୍ତି । ଟିଜରରେ ରଣବୀର କପୁର୍ ଅବିକଳ ସଞ୍ଜୟ ଦତଙ୍କ ଭଳି ଦେଖାଯାଉଛନ୍ତି । ମାତ୍ର ଦେଢ଼ ମିନିଟର ଏହି ଟିଜରରେ ସଞ୍ଜୟଙ୍କ କ୍ୟାରିୟର ଆରମ୍ଭ ସମୟ ଠାରୁ ଜେଲ୍ ଯିବା ଦୃଶ୍ୟ ସବୁକିଛି ରହିଛି ।

ସଞ୍ଜୟ ଉଭୟ ଘଡ଼ି ଓ ହାତକଡ଼ି ପିନ୍ଧିଥିବା ଏବଂ ୩୦୮ ଗାର୍ଲଫ୍ରେଣ୍ଡ୍ ସହିତ ଡେଟିଂର ଦୃଶ୍ୟ ବି ରହିଛି । ଟିଜରକୁ ଦେଖିବା ପରେ ଫିଲ୍ମ୍ କିପରି ହୋଇଥିବ ଏବେଠାରୁ ଦର୍ଶକଙ୍କ ମନରେ ଏକ୍ସାଇଟମେଣ୍ଟ ଦେଖାଗଲାଣି । ଜଣେ ଅଭିନେତା ଜୀବନର ଭଲ ଓ ଖରାପ ଉଭୟ ସମୟ କାଟିଥିବା ଏଥିରେ ସାମିଲ୍ କରାଯାଇଛି ।

‘ସଞ୍ଜୁ’ରେ ରଣବୀର୍ କପୁର୍ ସମେତ ଅନୁଷ୍କା ଶର୍ମା, ଦିୟା ମିର୍ଜା, ସୋନମ୍ କପୁର୍, ମନିଷା କୋରିଆଲା, ପରେଶ ରାୱଲ୍ ଓ ବିକ୍କି କୌଶଲ୍ ଭଳି ଷ୍ଟାର୍ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି । ଆସନ୍ତା ଜୁନ୍ ୨୯ରେ ଫିଲ୍ମଟି ରିିଲିଜ୍ ହେବାକୁ ସ୍ଥିର ହୋଇଛି ।


ସେୟାର କରନ୍ତୁ