ସନ୍ନି ଲିଓନ୍ ନିଜ ସାଙ୍ଗ ସହିତ ସୁଇମିଂ ପୁଲରେ ଲଗାଇଲେ ଓଲଟା ଛଲାଙ୍ଗ, ଦେଖନ୍ତୁ ଭାଇରାଲ୍ ଭିଡିଓ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ସନ୍ନି ଲିଓନ୍ ସବୁବେଳେ ନିଜର ଗ୍ଲାମରସ୍ ଷ୍ଟାଇଲ୍ ପାଇଁ ଜଣାଶୁଣା । ସେ ପୁଣି ଆଉ ଥରେ ଏକ ବିଶେଷ କାରଣ ପାଇଁ ଚର୍ଚାରେ ଅଛନ୍ତି । ସନ୍ନି ଲିଓନଙ୍କ ଏକ ପୁଲ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ବଲିଉଡ ଅଭିନେତ୍ରୀ ନିଜର ସ୍ୱତନ୍ତ୍ର ବନ୍ଧୁଙ୍କ ସହ ସୁଇମିଂ ପୁଲକୁ ଡେଇଁଥିବାର ନଜର ଆସିଛନ୍ତି । ସନ୍ନି ଲିଓନଙ୍କର ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ଏବଂ ଲୋକମାନେ ମଧ୍ୟ ଏହା ଉପରେ କମେଣ୍ଟ ଦେଉଛନ୍ତି । କହିବାକି ସନ୍ନି ଲିଓନ ଏହି ଭିଡିଓରେ ମାରୁନ ରଙ୍ଗର ସୁଇମିଂ ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି ଏବଂ ତାଙ୍କ ସାଥିରେ ତାଙ୍କର ବିଶେଷ ବନ୍ଧୁ ମଧ୍ୟ ଅଛନ୍ତି ।

ସନ୍ନି ଲିଓନ ଏହି ଭିଡିଓକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଭାଇ ଓ ଭଉଣୀମାନେ, ଶାନ୍ତିରେ ଗଭୀର ନିଶ୍ୱାସ ନିଅନ୍ତୁ କାରଣ ଅଧା ବର୍ଷ ବିତିଗଲାଣି। ଏହି ଗ୍ରୀଷ୍ମକୁ ପରାସ୍ତ କରିଥିବାରୁ ମୁଁ ମୋର ବନ୍ଧୁଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ‘, ଏହିପରି ଭାବରେ ସେ ନିଜର ସାଙ୍ଗ ସହିତ ଖେଳୁ ଥିବାର ନଜରରେ ଆସିଛନ୍ତି ।

ସନ୍ନି ଲିଓନ କିଛି ଘଣ୍ଟା ପୂର୍ବରୁ ଏହି ଭିଡିଓ ସେୟାର କରିଛନ୍ତି ଏବଂ ସେୟାର ପରେ ଏହା ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ 28 ଲକ୍ଷରୁ ଅଧିକ ଥର ଦେଖାଯାଇଛି । ଆହୁରି ମଧ୍ୟ, ଏହି ଭିଡିଓରେ 10 ହଜାରରୁ ଅଧିକ ଲାଇକ ଏବଂ ମନ୍ତବ୍ୟ ଆସିଛି । କେବଳ ଏତିକି ନୁହେଁ, ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ଏହା ଉପରେ ହସଖୁସି ଏବଂ ଲଭ କମେଣ୍ଟ ଦେଉଥିବାର ଦେଖାଯାଉଅଛି ।


ସେୟାର କରନ୍ତୁ