ସ୍ୱିଜରଲାଣ୍ଡ ଲଂଚ କଲା ‘ରଣବୀର ଅନ ଟୁର’

ଦେଶବିଦେଶ
ସେୟାର କରନ୍ତୁ

ପ୍ରଥମ ଥର ପାଇଁ ଜଣେ ବଲିଉଡ ଅଭିନେତାଙ୍କ ନାମରେ ସ୍ୱିଜରଲାଣ୍ଡରେ ଏକ ଟ୍ରେନ ଲଂଚ ହୋଇଛି । କେଇଦିନ ପୂର୍ବେ ଫିଲ୍ମ ‘ପଦ୍ମାବତୀ’ ପାଇଁ ଦର୍ଶକ ମହଲରେ ଖୁବ ପ୍ରଶଂସା ସାଉଂଟି ଥିଲେ । ସେ ଆଉ କେହି ନୁହେଁ, ରଣବୀର ସିଂ ।

ବାସ୍ତବରେ ସ୍ୱିଜରଲାଣ୍ଡ ଟ୍ୟୁରିଜିମର ବ୍ରାଣ୍ଡ ଆମ୍ବାସଡର ହେଉଛନ୍ତି ରଣବୀର ସିଂ । ତେଣୁ ତାଙ୍କ ନାମରେ ‘ରଣବୀର ଅନ ଟୁର’ ଟ୍ରେନ ଲଂଚ ହୋଇଛି । ଏହି ଟ୍ରେନଟି ବିଭିନ୍ନ ଟ୍ୟୁରିଷ୍ଟ ସ୍ଥାନରେ ଚାଲିବ ।

ଗତ ଗୁରୁବାର ଦିନ ରଣବୀର ଏହି ଟ୍ରେନର ଉଦ୍ଘାଟନ କରିଛନ୍ତି ଏବଂ ତା’ ସହିତ ‘ରାଇଡ ଉଇଥ ମି’ ଲେଖି କିଛି ଫଟୋ ଇନଷ୍ଟାଗ୍ରାମରେ ଫ୍ୟାନ ମାନଙ୍କ ସହ ସେୟାର କରିଛନ୍ତି ।


ସେୟାର କରନ୍ତୁ