ପୁଣି ବାଣୀବିହାର କ୍ୟାମ୍ପସ ଅଶାନ୍ତ, ଛାତ୍ରନେତାଙ୍କୁ ମାଡ଼ମାରି ଅପହରଣ ଅଭିଯୋଗ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ପୁଣି ବାଣୀବିହାର କ୍ୟାମ୍ପସ ଆଜି ଅଶାନ୍ତ ହୋଇପଡିଛି । ଜଣେ ଛାତ୍ର ନେତାଙ୍କୁ ମାଡ଼ମାରି ଅପହରଣ କରିବା ଅଭିଯୋଗରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ୧୬ ନମ୍ବର ଜାତୀୟ ରାଜପଥର ଦୁଇ ପାଶ୍ୱର୍ରେ ଥିବା ରୋଡକୁ ଅବରୋଧ କରିଛନ୍ତି । ଫଳରେ ବହୁ ସମୟ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଉପୁଜିଥିଲା । ଖାଲି ଏତିକି ନୁହେଁ ଅପହରଣ କରିଥିବା ଦୁର୍ବୁତ୍ତଙ୍କୁ ଖୁବଶୀଘ୍ର ଗିରଫ କରିବା ପାଇଁ ସେମାନେ ଦାବି କରିଛନ୍ତି । ସେଠାରୁ ଉଠି ଛାତ୍ରଛାତ୍ରୀ ଡିସିପି କାର୍ଯ୍ୟାଳୟ ଘେରାଉ କରିଥିବା ସୂଚନା ମିିଳିଛି । ଯଦି ମାମଲାର ସମାଧାନ ନ ହୁଏ ତାହାଲେ ଆନ୍ଦୋଳନକାରୀ ପୁଣି ଥରେ ରାଜରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ଛାତ୍ର ନେତା ତଥା ବିସିଜେଡିର ପୂର୍ବତନ ସଭାପତି ପ୍ରାର୍ଥୀ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ କିଛି ଦୁର୍ବୁତ୍ତ କ୍ୟାମ୍ପସ ଭିତରେ ପଶି ତାଙ୍କୁ ମାଡ଼ ମାରିବା ସହ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଛାତ୍ରଛାତ୍ରୀ ରାଜରାସ୍ତାକୁ ଉହ୍ଲାଇଛନ୍ତି । ତୁରନ୍ତ ଛାତ୍ର ନେତାଙ୍କୁ ଛାଡିବା ସହ ଦୁର୍ବୁତ୍ତଙ୍କୁ ଧରିବା ପାଇଁ ଯିଦ ଧରି ବସିଛନ୍ତି । ଅପହରଣର ପ୍ରକୃତ କାରଣ ଏଜାବାତ ଜଣାପଡିନଥିବା ବେଳେ ରାଜନୈତିକ ଶତ୍ରୁତାକୁ ନେଇ ଏଭଳି ଘଟଣା ଘଟିଥିବା ଶୁଣିବାକୁ ମିଳୁଛି । ଅନ୍ୟପଟରେ ପୁଲିସ ଏହାର ତଦନ୍ତ ଚଳାଇଛି ।


ସେୟାର କରନ୍ତୁ