ପୁଣି ସ୍ପା’ରେ ଦେହବେପାର…ପୁଲିସର ଚଢ଼ଉ, ୮ବିଦେଶୀ ଯୁବତୀ ଉଦ୍ଧାର, ୭ଗିରଫ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜଧାନୀରେ ସ୍ପା ଓ ମସାଜ ପାର୍ଲର ସାଜିଛି ଦେହବେପାରର ଆଡ୍ଡାସ୍ଥଳୀ । ବିଗତ କିଛି ମାସ ତଳେ ରାଜଧାନୀର କେତେକ ସ୍ପା ଓ ମସାଜ ସେଣ୍ଟରରେ ସେକ୍ସ ରାକେଟ ଚାଲିଥିବା ନଜିର ଆସିଛି । ଖାଲି ଏତିକି ନୁହେଁ ଏହି ସବୁ ଘଟଣାରେ ବହୁ ଯୁବତୀ ଉଦ୍ଧାର ହୋଇଥିବା ବେଲେ ଗ୍ରାହକ ମଧ୍ୟ ଗିରଫ ହୋଇଛନ୍ତି ।

ବାରମ୍ବାର ପୁଲିସ ଚଢ଼ଉ ସତ୍ତ୍ୱେ ରାଜଧାନୀରେ ସେକ୍ସ ରାକେଟ କାମିବା ନାଁ ନେଉନାହିଁ । କାରଣ ମାଷ୍ଟରମାଇଣ୍ଡକୁ ଧରିବାରେ ପୁଲିସ ନାକାମ ରହିଛି । ଫଳରେ ଦେହ ବେପାର ବଢ଼ିବାରେ ଲାଗିଛି । ଏମିତି ଏକ ଘଟଣା ଶନିବାର ପୁରା ରାଜଧାନୀରେ ହଇଚଇ ସୃଷ୍ଟି କରିଛି ।

କ୍ୟାପିଟାଲ ଥାନା ଅଧିନରେ ଥିବା ଏଚଟୁଓ ସ୍ପା ଆଣ୍ଡ ହମାମ ସେଣ୍ଟରରେ ଅଚାନକ ଚଢ଼ଉ କରି ପୁଲିସ ୮ଜଣ ବିଦେଶୀ ଯୁବତୀଙ୍କୁ ଉଦ୍ଧାର କରିବା ସହ ୭ଜଣ ଗ୍ରାହକଙ୍କୁ ଗିରଫ କରିଛି । ଦୀର୍ଘଦିନ ହେବ ବାପୁଜୀନଗର ଅଞ୍ଚଳରେ ଥିବା ଏହି ସ୍ପାରେ ମସାଜ ଆଳରେ ଦେହ ବେପାର ଚାଲୁଥିବା ଅଭିଯୋଗ ହୋଇଥିଲା । ପୁଲିସ ଆଜି ଅପରାହ୍ନରେ ସ୍ପା ସେଣ୍ଟରରେ ଚଢ଼ଉ କରିଥିଲା । ସ୍ପା ଭିତରୁ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଛି ।

ସୂଚନା ଅନୁଯାୟୀ, ଥାଇ ସ୍ପା ଆଳରେ ଥାଇଲାଣ୍ଡ ଯୁବତୀଙ୍କୁ ଏଠାରେ ରଖି ଦେହ ବେପାରରେ ଲଗାଯାଉଥିଲା । ତେବେ ଏଠି ପ୍ରଶ୍ନ ବିଦେଶୀ ଯୁବତୀଙ୍କୁ ଏଠାକୁ ଆଣିଥିଲା କିଏ? ସେମାନଙ୍କର ଭିସା ଓ ପାସପୋର୍ଟ ନକଲି ନୁହେଁ ତ? ଏମିତି ଅନେକ ପ୍ରଶ୍ନକୁ ନେଇ ପୁଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି ।


ସେୟାର କରନ୍ତୁ