ଛିଣ୍ଡିଲା ତା’ର, ଅଟକିଲା ଟ୍ରେନ… ଯାତ୍ରୀ ହନ୍ତସନ୍ତ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: କିଛି ଦିନ ହେବ କାଳବୈଶାଖୀର ତାଣ୍ଡବରେ ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି । ଟ୍ରେନ ସେବା, ବିମାନ ସେବା ଓ ବସ ଚଳାଚଳ ଗୁରୁତର ବାଧାପ୍ରାପ୍ତ ହୋଇଛି । ଯାହାର ଜ୍ୱଳନ୍ତା ଉଦାହରଣ ଗତକାଲି ସନ୍ଧ୍ୟାରେ ଦେଖିବାକୁ ମିିଳିଛି । ଲିଙ୍ଗରାଜ ଷ୍ଟେସନଠାରୁ କିଛି ଦୂରରେ ୩୩ କେଭି ବିଦ୍ୟୁତ ତା’ର ଛିଣ୍ଡି ପଡିବା ଫଳରେ ୩ ଘଣ୍ଟା ଧରି ଅଟକି ରହିଥିଲା ୫ ଟି ଟ୍ରେନ । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଖାଲି ଏତିକି ନୁହେଁ ବର୍ଷା ସାଙ୍ଗକୁ ବିଜୁଳିର ରହରହ ଚମକରେ ଲୋକେ ଆତଙ୍କିତ ହୋଇପଡିଥିଲେ । ଅନେକ ସ୍ଥାନରେ ବଡ ବଡ ଗଛ ଉପଡି ପଡିବା ଫଳରେ ଗମନାଗମନ ବାଧାପ୍ରାପ୍ତ ହାଇଥିଲା । ପବନର ବେଗ ଅଧିକ ଥିବାରୁ ବହୁ ସ୍ଥାନରେ ସିଗ୍ନାଲ ଫେଲ ମାରିଥିଲା । ଫଳରେ କଟକ-ପୁରୀ ସଟଲ ଟ୍ରେନ ଅଟକି ରହିଥିଲା । ସେହିଭଳି ଭଦ୍ରକ-ଭୁବନେଶ୍ୱର-ପୁରୀ ରୁଟରେ ଟ୍ରେନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା । ଫଳରେ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଛିଡା ହୋଇରହିଥିଲେ ।


ସେୟାର କରନ୍ତୁ