ଜାଗା ଛାଡୁନି କାଳବୈଶାଖୀ…ପୁଣି ୨୪ ଘଣ୍ଟା ପର୍ଯ୍ୟନ୍ତ ଆକାଶ ମେଘୁଆ ରହିବ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଗତ କିଛି ଦିନ ହେଲା କାଳବୈଶାଖୀ ଓଡ଼ିଶା ଛାଡିବାକୁ ନାଁ ନଉନାହିଁ । ଫଳରେ ବହୁ ସ୍ଥାନରେ ପବନ ସହ ଘଡ଼ଘଡ଼ି ଓ ବର୍ଷ ଲାଗିରହିବା ଯୋଗୁ ରାଜ୍ୟବାସୀ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ତଥାପି ରାଜ୍ୟରେ କାଳବୈଶାଖୀ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ଘଣ୍ଟା ଯାଏ ଆକାଶ ମେଘୁଆ ରହିବ ବୋଲି ସୂଚନା ମିଳିଛି ।

ଖାଲି ଏତିକି ନୁହେଁ ଏହାର ପ୍ରଭାବରେ କେତେକ ସ୍ଥାନରେ ଘଡ଼ଘଡ଼ି ଓ କୂଆପଥର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଏହାସହ ଘଣ୍ଟାପ୍ରତି ୪୫ରୁ ୬୫ କିଲୋମିଟର ବେଗରେ ପବନ ବହିବ ବୋଲି ଅନୁମାନ କରାଯାଉଛି । ଏହି ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ଉଠିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । କାଳବୈଶାଖୀର ପ୍ରଭାବରେ ଗତକାଲି ରାଜ୍ୟର ବହୁ ସ୍ଥାନରେ ବର୍ଷା ହୋଇଥିଲା ।


ସେୟାର କରନ୍ତୁ