‘ଏସିଆନ ପେଣ୍ଟସ’ର ପ୍ରଥମ ସୋରୁମ ଉଦଘାଟିତ

ରାଜ୍ୟ
ସେୟାର କରନ୍ତୁ

କଟକ: ନାମୀ ରଙ୍ଗ କମ୍ପାନୀ ‘ଏସିଆନ ପେଣ୍ଟସ’ର ପ୍ରଥମ ସୋରୁମ ଆଜି କଟକ ନୟାସଡକଠାରେ ଉଦଘାଟିତ ହୋଇଯାଇଛି । ଏହାକୁ କମ୍ପାନୀର ମୁଖ୍ୟ ପରିଚାଳନା ଅଧିକାରୀ ଅମିତ ସିଙ୍ଗଲେ ଉଦଘାଟନ କରି କହିଥିଲେ, ଉତ୍ତମ ଗୁଣବତ୍ତାର ରଙ୍ଗ ଯୋଗାଇବା ପାଇଁ ଏସିଆନ ପେଣ୍ଟସ ସର୍ବଦା ଗୁରୁତ୍ୱ ଦେଇ ଆସିଛି । ଆମେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରଙ୍ଗ ଉତ୍ପାଦନ କରିଥାଉ ।

ଏହି ସୋରୁମ ଲୋକଙ୍କ ଚାହିଦା ପୂରଣ କରିବାରେ ନିଶ୍ଚୟ ସହାୟକ ହେବ ବୋଲି ଶ୍ରୀ ସିଙ୍ଗଲେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହି ପ୍ରଥମ ସୋରୁମ୍ ନୂଆ ପୀଢିପାଇଁ ବିଭିନ୍ନ ପ୍ରକାରର ରଙ୍ଗ ଯୋଗାଇବାରେ ନିଶ୍ଚୟ ଲୋକଙ୍କ ବିଶ୍ୱାସ ଭାଜନ ହେବ ବୋଲି କଟକରେ କମ୍ପାନୀର ଅଧିକୃତ ବିକ୍ରେତା ଉତ୍କଳ ହାର୍ଡୱୟାର ଓ ପେଣ୍ଟସର ମାଲିକ ନିତେଶ ମୋଦି କହିଥିଲେ । କାର୍ଯ୍ୟକ୍ରମରେ ସୋରୁମ, କମ୍ପାନୀ କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।


ସେୟାର କରନ୍ତୁ