ପ୍ରଫେସର ଗଣେଶୀ ଲାଲ ହେଲେ ଓଡିଶାର ନୂଆ ରାଜ୍ୟପାଳ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ବିଜେପିର ଜଣେ ପୋଖତ ନେତା ତଥା ପ୍ରଫେସର ଗଣେଶୀ ଲାଲଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ରାଷ୍ଟ୍ରପତି ଭବନରୁ ଆସିଥିବା ଏକ ଚିଠିରେ ଉଲ୍ଲେଖ ରହିଛି ଯେ, ପ୍ରଫେସର ଶ୍ରୀ ଲାଲ ଖୁବଶୀଘ୍ର ଓଡ଼ିଶାର ରାଜ୍ୟପାଳ ଭାବେ ଯୋଗ ଦେଉଛନ୍ତି ।

ଶ୍ରୀ ଏସ.ସି ଜମୀର ପାଞ୍ଚ ବର୍ଷ ଓଡ଼ିଶା ରାଜ୍ୟପାଳ ରହିବା ପରେ ଏହି ପୋଷ୍ଟ ଖାଲି ରହିଥିଲା । ମାର୍ଚ୍ଚ ୨୧ରୁ ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଓଡ଼ିଶା ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି ।

ପ୍ରଫେସର ଶ୍ରୀ ଲାଲ ପୂର୍ବରୁ ବିଜେପିର ବହୁ ବଡ଼ ବଡ଼ ଦାୟିତ୍ୱରେ ରହି ଆସିଛନ୍ତି । ସେ ହରିଆଣା ବିଜେପି ରାଜ୍ୟ ସଭାପତି, ହରିଆଣାର ଖାଦ୍ୟ ଯୋଗାଣ ବିଭାଗର ମନ୍ତ୍ରୀ ଓ ବିଜେପି ଶୃଙ୍ଖଳା କିମିଟିର ଜାତୀୟ ସଭାପତି ଆଦି ପଦରେ ରହି ଆସିଛନ୍ତି ।


ସେୟାର କରନ୍ତୁ