ପୁଲିସ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ଗୁରୁତର, ଦୁଇ ଗରଫ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ଢ଼େର ଦିନ ହେବ ପୁରୀରେ ଅାତଙ୍କ ମଚାଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ବେହେରାଙ୍କ ରାଜ ଏବେ ଶେଷ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ପୁଲିସ ଏନକାଉଣ୍ଟରରେ ସେ ଗୁରୁତର ଆହତ ହୋଇଛି । ଚିକିତ୍ସା ଲାଗି ତାକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାଟି ଘଟିଛି ପିପିଲି ଥାନା ଅନ୍ତର୍ଗତ କେଇସି କଲେଜ ନିକଟରେ ।

ଏହି ଘଟଣାରେ ପୁଲିସ ସର୍ବେଶ୍ୱରର ଅନ୍ୟ ଜଣେ ସହଯୋଗୀ ରାଜେଶ ପାତ୍ରକୁ ମଧ୍ୟ ଗିରଫ କରିଛି । ସେମାନଙ୍କଠାରୁ ପୁଲିସ ଏକ ପିସ୍ତଲ, ଦୁଇ ରାଉଣ୍ଡ ଗୁଳି ଓ ଏକ ବାଇକ ଜବତ କରିଛି ।

ତାକୁ ଧରିବା ପାଇଁ ପୁଲିସ ତାର କାର୍ଯ୍ୟକଳାପ ଉପରେ ବହୁ ଦିନରୁ ନଜର ରଖି ଆସୁଥିଲା । ଗତକାଲି ରାତିରେ ସେ ରାଜେଶ ସହ ଏକ ବାଇକରେ ଯାଉଥିବା ବେଳେ ପିପିଲି ପୁଲିସ ହାବୁଡରେ ପଡିଥିଲା । ପୁଲିସକୁ ଦେଖି ସେ ପ୍ରଥମେ ଗୁଳି ଚଲାଇଥିଲା । ପାଲଟା ଜବାବରେ ପୁଲିସ ସେମାନଙ୍କ ଉପରକୁ ଗୁଳି ଚଲାଇଥିଲା । ସର୍ବେଶ୍ୱରର ବାମ ଗୋଡରେ ଗୁଳି ବାଜିବାରୁ ସେ ସେଠାରେ ପଡିଯାଇଥିଲା । ପୁଲିସ ଘଟଣାସ୍ଥଳରୁ ସର୍ବେଶ୍ୱର ଓ ରାଜେଶକୁ କାବୁ କରି ନେଇଥିଲା ।

ସର୍ବେଶ୍ୱର ନାଁରେ ଡକାୟତି, ବନ୍ଧୁକ କାରବାର ଓ ଲୁଟ ଭଳି ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । ପୁର୍ବରୁ ତା ବିରୋଧରେ ପୂର୍ବତନ କାଉନସିଲର ସତ୍ୟଭାମା ବେହେରାଙ୍କ ଉପରେ ଗୁଳି ଚଲାଇବା ଭଳି ସଙ୍ଗୀନ ମାମଲା ରହିଛି ।


ସେୟାର କରନ୍ତୁ