ବାଲି ଯାତ୍ରାର ଗର୍ବ ଓ ଗୌରବ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଇଣ୍ଡୋନେସିଆ ପର୍ଯ୍ୟଟନ ବିଭାଗ, ଭାରତୀୟ ସାଂସ୍କୃତିକ ପରିଷଧ, ଓଡ଼ିଶା ପର୍ଯ୍ୟଟନ ବିଭାଗ ତଥା ଦି ଟେଲିଗ୍ରାଫ୍ ପକ୍ଷରୁ ବାଲି ଯାତ୍ରାର ଗର୍ବ ଓ ଗୌରବ ସମ୍ପର୍କିତ କାର୍ଯ୍ୟକ୍ରମ କୋଲକତାର ରବିନ୍ଦ୍ରନାଥ ଠାକୁର କେନ୍ଦ୍ରଠାରେ ଗତ ଜୁନ୍ ୯ ତାରିଖଠାରୁ ଅନୁଷ୍ଠିତ ହୋଇଯାଇଛି ଯାହା ସୋମବାର ଶେଷ ହେଉଛି ।

ବାଲିଦ୍ୱୀପ ଯାତ୍ରାକୁ ବାଲି ଯାତ୍ରା କୁହାଯାଇଥାଏ । ଓଡ଼ିଶା ସହିତ ବାଲି ଦ୍ୱୀପର ବାଣିଜ୍ୟ ଅତି ପ୍ରାଚୀନ କାଳରୁ ଜାରି ରହିଛି । ବାଲିଯାତ୍ରା ଅବସରରେ ସାଧବ ପୁଅଙ୍କ ବୋଇତ ବନ୍ଦାଣ ଉତ୍ସବ ସମ୍ପନ୍ନ ହୋଇଥାଏ । ଭାରତୀୟ ନୌବାଣିଜ୍ୟ ଅତିପ୍ରାଚୀନ କାଳରୁ ଦକ୍ଷିଣ-ପୂର୍ବ ଏସିଆ ରାଷ୍ଟ୍ର ସହିତ ଜାରି ରହିଛି ।

ବାଲି ଯାତ୍ରାର ଗର୍ବ ଓ ଗୌରବ ଅତି ପ୍ରାଚୀନ କାଳରୁ ଇଣ୍ଡୋନେସିଆର ବାଲି ଦ୍ୱୀପ ସହିତ ଜାରି ରହିଥିବାବେଳେ ଭାରତ ସହିତ ଇଣ୍ଡୋସିଆର ସମ୍ପର୍କ ତଥା ସାଂସ୍କୃତିକ ପରିବେଶ ବେଶ୍ ରୁଦ୍ଧିମନ୍ତ ହୋଇପାରିଛି । ବାଲି ଯାତ୍ରାର ଗୌରବମୟ ଗାଥା ପାଇଁ ୨୦୧୩ ନଭେମ୍ବରରେ କଟକଠାରୁ ଓଡ଼ିଶା ମେରିଟାଇମ୍ ମ୍ୟୁଜିୟମ୍ ଇନ୍ଟାକ୍ ତଥା ଇଣ୍ଡୋନେସିଆ ପର୍ଯ୍ୟଟନ ବିଭାଗ ମିଳିତ ସହଯୋଗରେ ବାଲି ଯାତ୍ରା ଅବସରରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି ।

ନୂଆଦିଲ୍ଲୀ ଏବଂ ବାଲି ଦ୍ୱୀପ ମଧ୍ୟରେ ଏନେଇ ସ୍ୱତନ୍ତ୍ର କାର୍ଯ୍ୟଧାରା ଜାରି ରହିଛି । ଏହି ପ୍ରକଳ୍ପ ଅନ୍ତର୍ଗତ ଏହା କାର୍ଯ୍ୟ କରୁଛି । ୨୦୧୮ ମାର୍ଚ୍ଚ ୭ ତାରିଖରେ ନୂଆଦିଲ୍ଲୀର ଇଣ୍ଡୋନେସିଆ ଦୂତାବାସରେ ଏପରି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସମ୍ପ୍ରତି ଜୁନ୍ ୮ ତାରିଖଠାରୁ ୧୧ ତାରିଖ ପର୍ଯ୍ୟନ୍ତ କୋଲକତାଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ପ୍ରଦର୍ଶନୀ ପୂର୍ବରୁ ଏକ କଫି ଟେବୁଲ୍ ବୁକ୍ ଏବଂ ବୃତଚିତ୍ର ଏହି ଅବସରରେ ଅନୁଷ୍ଠିତ ହୋଇଛି । ଏହି ଫିଲ୍ମର ନିର୍ମାଣ ସୁଦିପ୍ ସେନଙ୍କ ଦ୍ୱାରା କରାଯାଇଛି । ଏହି ୪ଦିନିଆ କାର୍ଯ୍ୟକ୍ରମରେ ୩ ଦିନ ପାଇଁ ବାଲିଦ୍ୱୀପର ବିଭିନ୍ନ ଖାଦ୍ୟ ଉତ୍ସବ ଜୁନ୍ ୯ ତାରିଖରେ ହାୟତ୍ ରିଜେନ୍ସିଠାରେ ଅନୁଷ୍ଠିତ ହୋଇଛି ।

ଏହି ଅବସରରେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ସିଦ୍ଧାର୍ଥୋ ସୂର୍ଯ୍ୟୋଦିପୁରୋ କହିଥିଲେ, “ଏହି ପ୍ରକଳ୍ପର ଶୁଭାରମ୍ଭ କରି ଆମେ ବେଶ୍ ଆନନ୍ଦିତ । ଏହି ପ୍ରକଳ୍ପ ଭାରତୀୟ ସାଂସ୍କୃତିକ କିପରି ଇଣ୍ଡୋନେସିଆକୁ ପ୍ରଭାବିତ କରିଛି ତାହା ସୂଚିତ କରିଛି ।”

ଏହି ଅବସରରେ ଇଣ୍ଡୋନେସିଆ ସହକାରୀ ପର୍ଯ୍ୟଟନ ମନ୍ତ୍ରୀ ପ୍ରଫେସର ଆଇ ଗେଡେ ପିଟାନା କହିଥିଲେ,” ବାଲି ଯାତ୍ରାର ଗର୍ବ ଓ ଗୌରବ ସାଂସ୍କୃତିକ ପରିବେଶକୁ ଏହି ପ୍ରକଳ୍ପ ରୁଦ୍ଧିମନ୍ତ କରିବାକୁ ସକ୍ଷମ ହେବ ।”

ଏହି ଅବସରରେ ଆଇସିସିଆର୍ ଆଂଚଳିକ ନିର୍ଦ୍ଦେଶକ ଶ୍ରୀ ଗୌତମ ଦେ କହିଥିଲେ,” ପ୍ରକଳ୍ପର ଏହି କାର୍ଯ୍ୟକ୍ରମ ଦ୍ୱାରା ଭାରତ ଓ ଇଣ୍ଡୋନେସିଆର ସମ୍ପର୍କ ସୁଦୃଢ଼ ହୋଇପାରିବ ।”

ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନ ନିର୍ଦ୍ଦେଶକ ଡଃ.ନୀତୀନ ବି. ଜ୍ୱାଲେ କହିଥିଲେ,” ଏହି ପ୍ରକଳ୍ପ ଦ୍ୱାରା ଭାରତର ସଂସ୍କୃତି ଇଣ୍ଡୋନେସିଆକୁ ପ୍ରଭାବିତ କରିପାରିବ । ଭାରତ ନୌବାଣିଜ୍ୟ ଇତିହାସ ଆମ ରାଜ୍ୟରୁ ହିଁ ଆରମ୍ଭ ହୋଇଛି । ଏହାଦ୍ୱାରା ଅଗାମୀ ଦିନରେ ଅନେକ ସୁଫଳ ମିଳିବାର ସମ୍ଭାବନା ରହିଛି”


ସେୟାର କରନ୍ତୁ