ଜିଲ୍ଲା କଂଗ୍ରେସ ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କ ସାଂଗଠନିକ ବୈଠକ

ରାଜନୀତି
ସେୟାର କରନ୍ତୁ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତିକ୍ରମେ ଦୁଇ ଦିନିଆ ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କ ବୈଠକ କଂଗ୍ରେସ ଭବନ ସଭାକକ୍ଷରେ ଆୟୋଜିତ ହୋଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୧୩ ଓ ୧୪ତାରିଖ ଦୁଇ ଦିନିଆ ବୈଠକରେ ଦକ୍ଷିଣାଚଂଳ ୧୦ ଗୋଟି ଜିଲ୍ଲାର ଅନେକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ କାର୍ଯ୍ୟକ୍ରମ ଆଲୋଚିତ ହେବା ସହ କାର୍ଯ୍ୟ ଖସଡା ହାତକୁ ନିଆଯାଇଛି ।

ଓଡିଶା ପ୍ରଭାରୀ ଶ୍ରୀ ଜିତେନ୍ଦ୍ର ସିଂହଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ କାର୍ଯ୍ୟକାରୀ ସଭାପତିମାନଙ୍କୁ ଜିଲ୍ଲାର ବିଭିନ୍ନ ବିଧାନସଭା କ୍ଷେତ୍ରର ଦାୟିତ୍ୱ ବଂଟନ କରାଯିବା ସହିତ ଜିଲ୍ଲା ସଭାପତିମାନେ ନିର୍ଦ୍ଦିଷ୍ଟ ସମୟ ଭିତରେ ଜିଲ୍ଲା କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଜିଲ୍ଲା କାର୍ଯ୍ୟାଳୟଗୁଡିକ ପ୍ରତ୍ୟହ ୬ ରୁ ୮ ଘଂଟା ଖୋଲା ରଖିବା ଓ ଜିଲ୍ଲା କାର୍ଯ୍ୟାଳୟରେ ଜଣେ କାର୍ଯ୍ୟ ନିର୍ବାହୀ ନିଯୁକ୍ତି ସାଂଗକୁ ରାଜ୍ୟ ଓ ଜାତୀୟ ଘଟଣା ବଦଳରେ ଆଂଚଳିକ ସମସ୍ୟା ସଂପର୍କରେ ଗଣମାଧ୍ୟମକୁ ଅବଗତ କରାଇବା, ବ୍ଲକ କଂଗ୍ରେସ ସଭାପତିମାନଙ୍କୁ ପ୍ରତି ଜିଲ୍ଲା ପରିଷଦ ଜୋନର ଦାୟିତ୍ୱ ବଂଟନ କରିବା, ଜିଲ୍ଲା ଅଧିନରେ ଥିବା ବିଭିନ୍ନ ବିଧାନସଭା କ୍ଷେତ୍ରରେ ଦଳୀୟ ସଭାର କାର୍ଯ୍ୟସୂଚୀ ଚୂଡାନ୍ତ କରି ଓଡିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଏବଂ ଏଆଇସିସି ସଂପାଦକମାନଙ୍କୁ ଜିଲ୍ଲା କଂଗ୍ରେସର ସଭାପତିମାନେ କାର୍ଯ୍ୟସୂଚୀ ସଂପର୍କରେ ଅବଗତ କରିବା ଓ ପ୍ରତି ଜିଲ୍ଲା ଏବଂ ପିସିସିର ସାଂଗଠନିକ ଜିଲ୍ଲାମାନଙ୍କରେ ହ୍ୱାଟ୍ସଆପ୍ ଗ୍ରୁପ୍ ଗଠନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଏହି ବୈଠକରେ ସର୍ବଶ୍ରୀ ପ୍ରଦୀପ ମାଝୀ, କାର୍ଯ୍ୟକାରୀ ସଭାପତି ପିସିସି, ଅନିଲ୍ ଚୌଧୁରୀ, ସଂପାଦକ, ଏଆଇସିସି, ଆଦିତ୍ୟ ଶର୍ମା, ଯୁଗ୍ମ ସଂପାଦକ, ଏଆଇସିସି ଉପସ୍ଥିତ ଥିବା ବେଳେ ଦକ୍ଷିଣାଚଂଳ ଜୋନର ୧୦ଗୋଟି ଜିଲ୍ଲାର ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ କାର୍ଯ୍ୟକାରୀ ସଭାପତି ଉପସ୍ଥିତ ଥିଲେ ।


ସେୟାର କରନ୍ତୁ