ବାଙ୍କକ྄ରୁ ଭବନେଶ୍ୱର ସୁନା ଚାଲାଣ: ଯାତ୍ରୀଙ୍କ ମଳଦ୍ୱାରରୁ ୯ଲକ୍ଷ ଟଙ୍କା ମୂଲ୍ୟର ସୁନାଖାଡ଼ି ଜବତ, ଜଣେ ଗିରଫ

ଦେଶବିଦେଶ
ସେୟାର କରନ୍ତୁ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗୁରୁବାର ପୁଣି ଥରେ ସୁନା ଜବତ ହୋଇଛି । ଏଥିରେ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏୟାର ଇଣ୍ଡିଆ ବିମାନ ଯୋଗେ ଭୁବନେଶ୍ୱର ଆସୁଥିôବା ଜଣେ ଯାତ୍ରୀଙ୍କୁ ଠାରୁ ଏହି ସୁନା ଖାଡ଼ି ଜବତ ହୋଇଛି । ୨୯୫ ଗ୍ରାମ ଓଜନର ସୁନା ଖାଡ଼ି ଯାହାର ଆନୁମମାନିକ ମୂଲ୍ୟ ୯ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କଷ୍ଟମ ବିଭାଗ ଅଧିକାରୀ କହିଛନ୍ତି ।

ଯାତ୍ରୀ ଜଣଙ୍କ ବ୍ୟାଙ୍କକ୍ ରୁ ଏହି ସୁନା ଆଣିଥିବା ତଦନ୍ତକାରୀ ଅଧିକାରୀ ଜଣାଇଛନ୍ତି । ଖାଲି ଏତିକି ନୁହେଁ ଗିରଫଦାରିରୁ ବଚିଂବା ପାଇଁ ବ୍ୟକ୍ତି ଜଣଙ୍କ ମଳଦ୍ୱାରରେ ରଖି ସୁନା ଖାଡ଼ି ଆଣିଥିଲେ । ହେଲେ ଚେକିଂ ବେଳେ ସେ ଅଧିକାରୀଙ୍କ ହାତରେ ଧରା ପଡ଼ିଯାଇଥିଲେ । ହେଲେ ସୁନା ଖାଡ଼ି ବ୍ୟକ୍ତି ଜଣଙ୍କୁ କିଏ ଦେଇଛି? କାହିଁକି ଏଠାକୁ ସେ ସୁନା ଆଣିଥିଲେ? ଘଟଣାରେ ମାଷ୍ଟରମାଇଣ୍ଡ କିଏ? ଏସବୁ ଦିଗରେ ଅଧିକାରୀମାନେ ପଚରାଉଚରା କରୁଥିବା ଜଣାପଡିଛି ।

ଭୁବନେଶ୍ୱରରୁ ଅନ୍ୟ ଦେଶକୁ ବିମାନ ସେବା ସୁବିଧା ହେବା ପରେ ରାଜଧାନୀ ଚୋରା ସୁନା ବେପାରର ଆଡ୍ଡାସ୍ଥଳୀ ପାଲଟିଥିବା ଜଣାପଡିଛି । ବିଶେଷ କରି ବ୍ୟାଙ୍କକ୍, ମାଲେସିଆ ଓ ଅନ୍ୟ ଦେଶରୁ ସୁନା ଚାଲାଣ ହେଉଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଗତ ୪ମାସ ଭିତରେ କଷ୍ଟମ ବିଭାଗ ୧୫ରୁ ଅଧିକ ଥର ଯାଚଂ ବେଳେ ବ୍ୟାପକ ପରିମାଣର ସୁନା ବିସ୍କେଟ, ସୁନା ଖାଡ଼ି ଓ ସୁନା ଅଳଙ୍କାର ଜବତ କରିଥିବା ଦେଖାଦେଇଛି ।


ସେୟାର କରନ୍ତୁ