ପଥର କୋରଡରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅପରାଧ
ସେୟାର କରନ୍ତୁ

ରା.ଉଦୟଗିରି: ଗଜପତି ଜିଲ୍ଲା ରା.ଉଦୟଗିରି ଅଞ୍ଚଳରେ ଥିବା ଏକ ବର ଗଛ ପଥର କୋରଡ ମଧ୍ୟରୁ ଜଣେ ବ୍ୟକ୍ତିର ମୃତଦେହକୁ ରା.ଉଦୟଗିରି ପୁଲିସ ଠାବ କରିଛି । ସକାଳେ କିଛି ଲୋକେ ନିକଟସ୍ଥ ବିଲକୁ ଚାଷ କରିବାକୁ ଯାଉଥିବା ବେଳେ କୋରଡ ମଧ୍ୟରୁ ଗନ୍ଧ ବାହାରୁଥିବା ଜାଣିବାକୁ ପାଇଥିଲେ । ପରେ ଥାନାକୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଚିଂ ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଛେଦ ପାଇଁ ହସ୍ପିଟାଲକୁ ପଠାଇଦେଇଛି ପୁଲିସ । ବ୍ୟକ୍ତି ଜଣକ ବେକରେ ଓ ମୁଣ୍ଡରେ କ୍ଷତାକ୍ତ ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି । ପ୍ରାଥମିକ ସ୍ତରରେ ପୁଲିସ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ମୃତଦେହ ପାଖରେ ଥିବା ଏକ ବ୍ୟାଗରୁ ବ୍ୟକ୍ତି ଜଣକ ଆଧାର କାର୍ଡ ପୁଲିସକୁ ମିଳିଛି । ବ୍ୟକ୍ତି ଜଣକ ରାୟଗଡା ଜିଲ୍ଲା ଗୁଣୁପୁରୁର ଅନିରୁଦ୍ଦ ସେନାପତି ବୋଲି ପୁଲିସ ଜାଣିବାକୁ ପାଇଛି । ଅନ୍ୟପଟରେ ଗୁଣୁପୁରୁର ବ୍ୟକ୍ତି ଜଣକ ଛେଲାଗଢ ଅଚଂଳକୁ କାହିଁକି ଓ କଣ ପାଇଁ ଆସିଥିଲେ ସେ ଦିଗରେ ପୁଲିସ ଛାନଭିନ ଚଳାଇଥିବା ସୂଚନା ମିଳିଛି ।

ଜବତ ହୋଇଥିବା ବ୍ୟାଗରୁ ପୁଲିସ କିଛି କପଡା, ଶିବା ପାର୍ବତି ଫଟୋ, ହନୁମାନ ଚାଳିସା ବହି ଏବଂ ଖାତା ମିଳିଛି । ତେବେ ଅନିରୁଦ୍ଦଙ୍କୁ ହତ୍ୟା କରି କେହି ପଥର କୋରଡରେ ପକାଇ ଦେଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଶବଟି ପଚି ଯାଇଥିବାରୁ ପ୍ରାୟ ୬ରୁ ୭ ଦିନ ହେବ ଅନିରୁଦ୍ଦଙ୍କ ମୃତ୍ୟୃ ଘଟିଥିବା ପୁଲିସ କହିଛି । ଆଧାର କାର୍ଡକୁ ଛାଡିଲେ ମୃତକଙ୍କୁ ସ୍ଥାନିୟ ଲୋକେ ଛିନ୍ନି ପାରୁନାହାନ୍ତି ବୋଳି ଥାନା ଅଧୀକାରି ପ୍ରଭାକର ପଣ୍ଡା କହିଛନ୍ତି । ବ୍ୟବଛେଦ ରିପୋର୍ଟ ଆସିଲା ପରେ ହିଁ ଘଟଣାର ସତ୍ୟାସତ ଜଣାପଡିବ ବୋଲି ପୁଲିସ ପ୍ରକାଶ କରିଛି ।


ସେୟାର କରନ୍ତୁ