ହାରିଗଲେ ଯମରାଜ ! ମୃତ୍ୟୁ ପାଖରୁ ଭାଇକୁ ନେଇ ଆସିଲା ଭଉଣୀ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ହାରିଗଲେ ଯମରାଜ ! ହେଲେ ସାବିତ୍ରୀ ପାଖରେ ନୁହେଁ ଭଉଣୀ ପାଖରେ । ସତ୍ୟବାନଙ୍କୁ ଯମଙ୍କ ଠାରୁ ନେଇ ଆସି କିମ୍ବଦନ୍ତୀ ପାଲଟିଥିବା ସାବିତ୍ରୀ କଥା ସମସ୍ତେ ଜାଣିଛନ୍ତି ହେଲେ ଗୋଟିଏ ଭାଇକୁ ଯମଙ୍କ ପାଖରୁ ନେଇ ଆସିବାର କାହାଣୀ ନୁଆ । ଏହି କାହାଣୀ କୌଣସି ଚଳଚ୍ଚିତ୍ର କିମ୍ବା ବହିରେ ଲେଖା ନାହିଁ । ଏହା ବାସ୍ତବରେ ଘଟିଛି ଆମ ଓଡ଼ିଶାରେ । ଧାମନଗର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଗୋଟିଏ ଭାଇ-ଭଉଣୀଙ୍କ ଘଟଣା ଏବେ ଚାରି ଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।
ସମ୍ପୂର୍ଣ୍ଣ ଘଟଣାଟି ଏହିପରି, ଉକ୍ତ ଗାଁରେ ୪୨ ବର୍ଷିୟ କେଶବ ନାୟକ ରୁହନ୍ତି । ସେ ସ୍ଥାନୀୟ ସ୍କୁଲରେ ଶିକ୍ଷକତା କରନ୍ତି । ତେବେ ଗତ କିଛି ମାସ ହେବ ସେ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ । ବେଳକୁ ବେଳ ଏହି ଯନ୍ତ୍ରଣା ଅସହ୍ୟ ହେବାରୁ ସେ ଡାକ୍ତରଙ୍କ ପରାମର୍ଶ ଲୋଡିଥିଲେ । ପରୀକ୍ଷା ନିରୀକ୍ଷା ପରେ ତାଙ୍କ ପେଟରେ ଦୁଇଟି କିଡନି ଖରାପ ହୋଇଯାଇଥିବା ଜଣାପଡିଥିଲା । ଏହାକୁ ନେଇ ପରିବାରରେ ଭାଳେଣୀ ପଡିଥିଲା । ଶେଷରେ ଏହି ଖବର ଯାଇ କେଶବଙ୍କ ୫୦ ବର୍ଷିୟ ବଡ ଭଉଣୀଙ୍କ ପାଖରେ ପହଞ୍ଚିଥିଲା । ସେ କେଶବଙ୍କ ଏପରି ଅବସ୍ଥା ଶୁଣିବା ମାତ୍ରେ ସଙ୍ଗେ ସଙ୍ଗେ ତାଙ୍କର ଗୋଟିଏ କିଡନି ଦେବା ପାଇଁ ଡାକ୍ତରଙ୍କୁ କହିଥିଲେ । ଭାଇ-ଭଉଣୀଙ୍କର ରକ୍ତ ନମୁନା ମିଶିବା ପରେ କିଡନି ପ୍ରତ୍ୟୋରୋପଣ କରାଯାଇଥିଲା । ଏବେ ଦୁଇ ଜଣ ସୁସ୍ଥ ଅଛନ୍ତି । ଭାଇ ପ୍ରତି ଭଉଣୀର ଏହିପରି ଉତ୍ସର୍ଗିକୃତ ମନୋଭାବକୁ ସମସ୍ତେ ପ୍ରଶଂସା କରିଛନ୍ତି । ‘ନାରୀ ବିନାଶ କର୍ତ୍ତା ଓ ସୃଷ୍ଟି କର୍ତ୍ତା’ ଏହି ସଜ୍ଞାକୁ ଆଜି କେଶବଙ୍କ ବଡ ଭଉଣୀ ଯଥାର୍ଥ କରିଛନ୍ତି । ସମସ୍ତଙ୍କ ମୁହଁରେ ଏବେ ତାଙ୍କର ପ୍ରଶଂସା ।

ସେୟାର କରନ୍ତୁ